ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ପିଟି ପିଟି ହତ୍ୟା କଲା କମ୍ପାନୀର ସିକ୍ୟୁରିଟି ଗାର୍ଡ

Published By : Prameya-News7 Bureau | July 13, 2018 IST

ସୁନ୍ଦରଗଡ RSTD କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ପିଟି ପିଟି ହତ୍ୟା କରାଯାଇଛି | ପ୍ରୋଜେକ୍ଟ ମ୍ୟାନେଜର ଜଣକ ହେଲେ ଭବାନୀ ଶଙ୍କର ପଟ୍ଟନାୟକ | ତାଙ୍କୁ ହତ୍ୟା କରିଛି କମ୍ପାନୀର ସିକ୍ୟୁରିଟି ଗାର୍ଡ ଅଶୋକ ସା | ଗତକାଲି ସନ୍ଧ୍ୟାରେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା | ଏହାକୁ କେନ୍ଦ୍ର କରି ରାତିରେ ଅତ୍ୟଧିକ ମଦ୍ୟପାନ କରି ସିକ୍ୟୁରିଟି ଗାର୍ଡ ମ୍ୟାନେଜରଙ୍କୁ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି | ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡକୁ ଗିରଫ କଲା ହେମଗିରି ଥାନା ପୋଲିସ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.