Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ସୁନ୍ଦରଗଡରୁ ନିଖୋଜ ଥିବା ନାବାଳିକା ୧୨ଦିନ ପରେ ଉତ୍ତରପ୍ରଦେଶରୁ ଉଦ୍ଧାର, ବିକ୍ରି ହୋଇଥିଲେ ୬୦ ହଜାରରେ

10/03/2019 at 1:30 PM

ସୁନ୍ଦରଗଡ ୧୦|୩ : ଉତ୍ତରପ୍ରଦେଶରୁ ଉଦ୍ଧାର ହେଲା ସୁନ୍ଦରଗଡରୁ ନିଖୋଜ ଥିବା ନାବାଳିକା । ୧୨ ଦିନ ପରେ ନାବାଳିକାକୁ ଉତ୍ତରପ୍ରଦେଶ ମୁଜାଫରନଗରରୁ ଉଦ୍ଧାର କରିବାରେ ସଫଳ ହୋଇଛି ସୁନ୍ଦରଗଡ ପୋଲିସ । ନାବାଳିକାକୁ ୬୦ ହଜାର ଟଙ୍କାରେ ବିକ୍ରି କରାଯାଇଥିବା ପୋଲିସ କହିଛି ।

ସୂଚନା ଅନୁସାରେ ଗତ ଫେବ୍ରୁଆରୀ ୨୫ରେ ଲେଫ୍ରିପଡା ଥାନା ଅଞ୍ଚଳର ଜଣେ ନାବାଳିକା ନିଖୋଜ ନେଇ ଅଭିଯୋଗ ହୋଇଥିଲା । ତେବେ ନାବାଳିକାର ଜଣେ ସମ୍ପର୍କୀୟ ତାକୁ ଜଣେ ଦମ୍ପତିଙ୍କୁ ଦେଇଥିଲେ । ସେହି ଦମ୍ପତି ନାବାଳିକାକୁ ୬୦ ହଜାର ଟଙ୍କାରେ ମୁଜାଫରନଗରର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରି ଦେଇଥିଲେ ।

ସମ୍ପର୍କୀୟଙ୍କୁ ଜେରା କରିବା ପରେ ପୋଲିସ ଉତ୍ତରପ୍ରଦେଶରୁ ନାବାଳିକାକୁ ଉଦ୍ଧାର କରିଛି । ମହିଳାଙ୍କ ସମେତ ସମ୍ପୃକ୍ତ ଦମ୍ପତିଙ୍କୁ ଗିରଫ କରିଛି ସୁନ୍ଦରଗଡ ପୋଲିସ ।

   Related Posts