୧୭ ବର୍ଷ ହେଲା ବନ୍ଦ ପଡିଛି ଖଣି, କାମ ଅଭାବରୁ ଦାଦନ ଖଟିବାକୁ ଯାଉଛନ୍ତି ସ୍ଥାନୀୟ ବାସିନ୍ଦା

Published By : Prameya-News7 Bureau | September 12, 2019 IST

ସୁନ୍ଦରଗଡ ୧୨।୦୯-  ୧୭ ବର୍ଷ ହେଲାଣି ଡୋଲାମାଇଟ ଖଣି ବନ୍ଦ ।  ଖଣି ଚାଲିଥିଲା ବେଳେ ଲୋକେ ଭଲ ଦୁଇ ପଇସା ରୋଜଗାର କରୁଥିଲେ  । ହେଲେ ଖଣି ବନ୍ଦ ପରେ  ଏବେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ପଡ଼ୁଛି  । କଂପାନୀ କର୍ମଚାରୀଙ୍କ ବାସ ଗୃହ ଏବେ ପରିତ୍ୟକ୍ତ ଅବସ୍ଥାରେ ।  ଯନ୍ତ୍ରାଂଶ ଖତ ଖାଉଛି ।   ଏହା ହେଉଛି ସୁନ୍ଦରଗଡ଼ ହାତୀବାରି ପୁରୁଣା ପାଣିରେ ଥିବା ସେଲ୍‌ର ଡୋଲାମାଇଟ ଖଣି କଥା ।

{"id":156710}

ଖଣି ପାଲଟି ଯାଇଛି କୃତ୍ରିମ ହ୍ରଦ। ପରିତ୍ୟକ୍ତ ହୋଇଯାଇଛି କାର୍ଯ୍ୟାଳୟ ସହ କଂପାନୀ କର୍ମଚାରୀଙ୍କ  ବାସଗୃହ । ଅଚଳ ହୋଇପଡ଼ିଛି ଯନ୍ତ୍ରାଂଶ । ଲକ୍ଷ ଲକ୍ଷ ଟନର ଡୋଲାମାଇଟ ସହ ଚୂନ ପଥର ଖତ ଖାଉଛି ସୁନ୍ଦରଗଡ଼ ହାତୀବାରି ପୁରଣା ପାଣିରେ ଥିବା ଡୋଲାମାଇଟ ଖଣିର ଅବସ୍ଥା ଏବେ କହିଲେ ନସରେ । ୧୯୬୩ରେ ଖୋଲିଥିଲା ଡୋଲାମାଇଟ୍ ମାଇନ୍ସ । ୨୦୦୩ରେ ସେଲ୍ ଏହାକୁ  ବନ୍ଦ କରିଦେଲା । ଖଣି ବନ୍ଦ ଯୋଗୁଁ  ସେଲର କର୍ମଚାରୀଙ୍କୁ କଂପାନୀ ଅନ୍ୟତ୍ର ସ୍ଥାନାନ୍ତର କରିଦେଲା । ହେଲେ ସ୍ଥାନୀୟ ଲୋକ ହରାଇଲେ ରୋଜଗାର । ରୋଜଗାର ଯିବା ପରେ ଲୋକେ ଏବେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ।

{"id":156711}

ଅଚଂଳବାସୀ ବାରମ୍ବାର ଖଣି ଖୋଳିବା ପାଇଁ ଆନ୍ଦୋଳନ କରୁଛନ୍ତି ।  ହଲେ ନା ରାଜ୍ୟ ସରକାର କି କେନ୍ଦ୍ର ସରକାର କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।  ଖଣି ବନ୍ଦକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କୀ । କାହିଁକି ଖଣି ଖୋଳାଯାଉ ନାହିଁ ଏ ପ୍ରଶ୍ନ ସେଲ ଅଧତ୍କାରୀଙ୍କୁ ନ୍ୟୁଜ୍‌7 ପକ୍ଷରୁ ପଚରାଯାଇଥିଲା । ସେ କିଛି କହିବାକୁ ମନା କରିଦେଇଥିଲେ ।  ଯଦି ପ୍ରତିକ୍ରିୟା ନେବେ କୋଲକତା ହେଡ଼ ଅଫିସ ଯାଆନ୍ତୁ ବୋଲି କହିଥିଲେ ।

{"id":156712}

ବାରମ୍ବାର ଦାବି, ଆନ୍ଦୋଳନ ହଲେ ମଧ୍ୟ ଶୁଣୁନାହିଁ ସେଲ । ଫଳରେ ସ୍ଥାନୀୟ ଅଞ୍ଚଳରେ ବଢ଼ିବାରେ ଲାଗିଛି ବେକାରି ଏବଂ ଅପରାଧ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.