ଚାକିରୀ ପ୍ରଲୋଭନ ଦେଖାଇ ରାଜ୍ୟ ବାହାରକୁ ଯୁବତୀ ଚାଲାଣ !

Published By : Prameya-News7 Bureau | August 02, 2019 IST

ସୁନ୍ଦରଗଡ ୨|୮: ଚାକିରୀ ପ୍ରଲୋଭନ ଦେଖାଇ ରାଜ୍ୟ ବାହାରକୁ ଯୁବତୀ ଚାଲାଣ । ସୁନ୍ଦରଗଡ ଜିଲ୍ଲା କିଞ୍ଜିରିକେଲା କୁଲବା ଗାଁର ଜଣେ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି କରି ଦିଆଯାଇଥିବା ଅଭିଯୋଗ ଆସିଛି । ଝିଅର ଫେରିବା ବାଟକୁ ଚାହିଁ କାନ୍ଦି କାନ୍ଦି ମାଆଙ୍କ ଆଖିରୁ ଲୁହ ଶୁଖୁନି ।

{"id":139868}

ସୁନ୍ଦରଗଡ କିଞ୍ଜିରିକେଲା କୁଲବା ଗାଁ ତୁଳସୀ ବିଶ୍ବାଳ । ଦିନ ମଜୁରିଆ ଭାବେ କାମ କରି ସେ ପରିବାର ପୋଷୁଥିବା ବେଳେ ବଡ ଝିଅ ରୋଜି ସୁନ୍ଦରଗଡରେ ଏକ ଦୋକାନରେ କାମ କରି ପରିବାରକୁ ସାହାଯ୍ୟ କରୁଥିଲେ । ତେବେ ୨ମାସ ଧରି କିଛି ଖୋଜ ଖବର ନଥିଲା ।

{"id":139869}

ଗତ ମଙ୍ଗଳବାର ରୋଜି ଘରକୁ ଫୋନ କରି କହିଥିଲେ, ସେ ଏବେ ଦିଲ୍ଲୀରେ ଏବଂ ଜଣେ ମହିଳା ତାଙ୍କୁ ଠକି ଏଠାକୁ ନେଇ ଆସିବା ପରେ ସେଠାରେ ନିର୍ଯାତନା ଦିଆଯାଉଛି । ଏହାପରେ ତାଙ୍କ ସହ ପରିବାରର ଆଉ କୌଣସି  ଯୋଗାଯୋଗ ହୋଇ ପାରୁନି । ଫଳରେ ପରିବାର ଲୋକଙ୍କ ଚିନ୍ତା ବଢିଯାଇଛି । ଝିଅକୁ ଫେରାଇ ଆଣିବା ଲାଗି ସୁନ୍ଦରଗଡ ପ୍ରଶାସନ ପାଖରେ ଗୁହାରି କରିଛନ୍ତି ପରିବାର ଲୋକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.