ଏ କି ପ୍ରକାର ମାନବିକତା ? କିଛି କଥା ବାର୍ତ୍ତା ନାହିଁ, ଅଚାନକ ଆସିଲା, ବସିଥିବା ଲୋକଟି ଉପରେ ଗୋଇଠା ବିଧା ଆରମ୍ଭ କରି ଦେଲା...

Published By : Prameya-News7 Bureau | September 03, 2020 IST

ଅନୁଗୋଳ୩/୯:  ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁ ଭିଡିଓରେ ଜଣେ ବ୍ୟକ୍ତି ବସିଥିବା  ଅବସ୍ଥାରେ ଅନ୍ୟ ଜଣେ ବ୍ୟକ୍ତି ଆସି କଥାବାର୍ତ୍ତା କିଛି ନାହିଁ ଗୋଇଠା ବିଧା ଆରମ୍ଭ କରି ଦେଲେ। ବ୍ୟକ୍ତି ଜଣଙ୍କ ଖସି ଯିବା ପାଇଁ ବହୁ ଚେଷ୍ଟା କଲେ ବି ପୁଣି ତାଙ୍କୁ ଭିଡି ଆଣି ବସାଇ ଦେଉଛନ୍ତି। ଲୋକଟି ନେହୁରା ହୋଇ କାକୁତି ମିନତୀ ହେବା ପରେ ବି ତାଙ୍କୁ ନିସ୍ତୁକ ମାଡ ମରାଯାଉଛି। ଲୋକଟି ଜୀବନ ବିକଳରେ ଦୌଡ଼ି ପଳାଇବା ବେଳେ ଅଧା ବାଟରେ ପୁଣି ତାକୁ କାବୁ କରି ମାଡ ମାରୁଛନ୍ତି। ଏଭଳି ଭିଡିଓ ଆମେ ଆପଣଙ୍କ ସାମ୍ନାରେ ରଖିବାକୁ ଉଚିତ୍ ମନେ କରୁ ନାହୁଁ।

 ଛେଣ୍ଡିପଦା ଗାଁ ତାରିଣୀ ମଣ୍ଡପ ନିକଟରେ ଜଣେ ବ୍ୟକ୍ତିଙ୍କୁ ଅନ୍ୟ ଜଣେ ବ୍ୟକ୍ତି ମାଡି ବସି ମାଡ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗୁଛି। ଘର ତିଆରୀ ଏବଂ ଟଙ୍କା ନେଣଦେଣକୁ ନେଇ ତାଙ୍କୁ ମାଡ ମରାଯାଇଥିବା କୁହାଯାଉଛି। ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଛେଣ୍ଡିପଦା ପୁଲିସ୍ ପହଁଞ୍ଚି ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଏ ଘଟଣାକୁ ସବୁ ମହଲରେ ନିନ୍ଦା କରିବା ସହ, ସମାଜରେ ଅସହିଷ୍ଣୁତା ବଢ଼ିବାରେ ଲାଗିଛି। ଟିକେ ଟିକେ କଥାରେ ଲୋକମାନେ ରାଗିଯାଇ ହିତାହିତ ଜ୍ଞାନ ହରାଇ ଏଭଳି କଣ୍ଡ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି। ଲୋକମାନେ ଛି ଛି କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.