ରବିବାରରେ ସ୍ଥିତି ଅନୁକୂଳ ରହିବ ଏହି ରାଶିର ବ୍ୟକ୍ତିଙ୍କର- ଜାଣନ୍ତୁ ଶୁଭ ଅଶୁଭ ଫଳ

Published By : Prameya-News7 Bureau | January 25, 2020 IST

ମେଷ – ବନ୍ଧୁ ମିଳନରେ ଉପକୃତ ହୋଇପାରନ୍ତି । ବିଳାସ-ବ୍ୟସନ ଭୋଗ କରିପାରନ୍ତି । ବ୍ୟବହାରରେ ମାନବିକତା ଅଭ୍ୟୁଦୟ ଘଟିବ । ସ୍ଥିତି ଅନୁକୂଳ ରହିବ । ଅବିବାହିତମାନଙ୍କର ମନୋରମା କନ୍ୟା ସହିତ ବିବାହ ସ୍ଥିର ହେବ । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୪ ।

ବୃଷ – ଆତ୍ମ ବିଡମା ଦେଖାଇ ପାରନ୍ତି । ଶୁଭ ଖବର ପାଇ ଆନନ୍ଦିତ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଶତ୍ରୁପ୍ରତି ପ୍ରତିଶୋଧ ପରାୟଣ ହୋଇପାରନ୍ତି । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୭ ।

ମିଥୁନ - କାର୍ଯ୍ୟ ବିଳମ୍ବିତ ହେଲେ ବି, ଅବଶେଷରେ କୃତକାର୍ଯ୍ୟ କରିବେ । ଚଞ୍ଚଳ ପ୍ରକୃତିର କନ୍ୟା ଲାଭର ସୂଚନା ମିଳୁଛି । ଶାସ୍ତ୍ରା ଭ୍ୟାସୀ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ପରାମର୍ଶଦାତା ହେବେ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୫ ।

କର୍କଟ – ନିଜକୁ କଳହ ଠାରୁ ଦୂରେଇ ରଖିବେ । କର୍ମ କୁଶଳତା ପ୍ରକାଶ ପାଇବ । ଜଣେ ସେବକ ଭାବେ ନିଜର ପରିଚୟ ସୃଷ୍ଟି କରିବେ । କୃଷିକ୍ଷେତ୍ରରୁ ଲାଭବାନ୍‌ ହେବେ । ଯାନବାହନ ସୁଖ ମିଳିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

ସିଂହ – କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଦୀର୍ଘ ଦିନର ଆଶା ପୂରଣ ହେବ । କାର୍ଯ୍ୟରେ ସଫଳତା ମିଳିବ । ବିବାଦୀୟ ଘଟଣାରେ ବିଜୟୀ ହୋଇପାରନ୍ତି । ଅନନ୍ଦ ଉପଭୋଗ କରିପାରନ୍ତି । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୩ ।

କନ୍ୟା – ଆନନ୍ଦ ପରାୟଣ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଭାଗ୍ୟବାନ୍‌ ହେବେ । ମନ ଚଞ୍ଚଳ ରହିବ । ତ୍ୟାଗଶୀଳ ହେବେ । ନୀତିଜ୍ଞ ଓ କୀର୍ତ୍ତିମାନ ହୋଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ ।

ତୁଳା – ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଆୟ ଆଶାନୁରୂପ ହୋଇପାରେ । ସରକାରୀ ବନ୍ଧୁ ସହାୟତାରେ ଲାଭବାନ୍‌ ଏବଂ ବିଖ୍ୟାତ କୀର୍ତ୍ତି ସ୍ଥାପନ କରିବାରେ ସଫଳ ହେବେ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୧ ।

ବିଛା – ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ପଥରୋଧକୁ ଏଡାଇ ଆଗକୁ ବଢି ପାରନ୍ତି । କଅଁଳ କଥା କହି ପରକୁ ଆପଣାର କରିପାରନ୍ତି । ଜିତେନ୍ଦ୍ରିୟ ହେବେ । ପରାକ୍ରମୀ ହୋଇପାରନ୍ତି । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୩ ।

ଧନୁ – ବିଭିନ୍ନ ଦିଗରୁ ଧନ ପ୍ରାପ୍ତିର ସୁଯୋଗ ଅଛି । କର୍ମକ୍ଷେତ୍ରରେ ସଫଳତା ମିଳିବ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ବ୍ୟବସାୟ ଲାଭଜନକ ହେବ । ସରକାରଙ୍କ କୃପାପାତ୍ର ହେବେ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୬ ।

ମକର – ପରିଶ୍ରମର ମୂଲ୍ୟ ମିଳିବ । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ବ୍ୟବସାୟରେ ଉଚିତ୍‌ ଲାଭ ପାଇବେ । ଦୃଢ ସଂକଳ୍ପ ନେଇ କାର୍ଯ୍ୟ କରିପାରନ୍ତି । ବିଭିନ୍ନ ସ୍ତରରୁ ସୁପରାମର୍ଶ ମିଳିବ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୯ ।

କୁମ୍ଭ - ସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିପାରନ୍ତି । ଦାୟିତ୍ୱ ବହନ କରି ତାର ସୁପରିଚାଳନା କରିବେ । ଉପୁଜିଥିବା ସମସ୍ୟାର ସୁସମାଧାନ କରିପାରନ୍ତି । ସାମର୍ଥ୍ୟ ପରିପ୍ରକାଶ ଘଟିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ମୀନ - ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଯଶସ୍ୱୀ ହେବେ । ସରକାରୀ ଅର୍ଥ ମିଳିପାରେ । ଉପଯୁକ୍ତ କର୍ମାନୁରକ୍ତ ହେବେ । ନୃତ୍ୟ-ସଙ୍ଗୀତ ପ୍ରିୟ ହେବେ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.