ରବିବାର ସଂକ୍ରାନ୍ତିରେ ଏହି ରାଶି ବ୍ୟକ୍ତିଙ୍କର ଅର୍ଥ ଲାଭ ଯୋଗ- ଜାଣନ୍ତୁ ସମସ୍ତ ରାଶିର ଶୁଭ ରଙ୍ଗ

Published By : Prameya-News7 Bureau | November 16, 2019 IST

ମେଷ– ନିଜର କର୍ମ ଓ ପରିଶ୍ରମ ବଳରେ ଅଗ୍ରଗତି କରିବେ। ବାଣିଜ୍ୟ ବ୍ୟବସାୟ ଲାଭବାନ ହେବ। ନିଜର ସଂସ୍କୃତିକୁ ବଞ୍ଚାଇ ରଖିବାକୁ ପ୍ରୟାସ କରିବେ। ବିବାଦରେ ବିଜୟୀ ହେବେ। ଶୁଭ ରଙ୍ଗ ମେରୁନ୍। ଶୁଭ ଅଙ୍କ ୪।

ବୃଷ – ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। କର୍ମ କ୍ଷେତ୍ରରେ ସମ୍ମାନିତ ହେବେ। ପାରିବାରିକ କ୍ଷେତ୍ରରେ ଉନ୍ନତି ହୋଇପାରେ। ପ୍ରଶାସନ,ଶିକ୍ଷା, ଶିଳ୍ପ, ପରିବହନ କ୍ଷେତ୍ରରେ ସଫଳତା ପାଇବେ। ଶୁଭ ରଙ୍ଗ ଲାଲ। ଶୁଭ ଅଙ୍କ ୭।

ମିଥୁନ - ପ୍ରତିଦ୍ୱନ୍ଦିତାରେ ବିଜୟୀ ହେବେ। ଭ୍ରମଣ ଯୋଗର ସୂତ୍ରପାତ ହେବ। ଜନକଲ୍ୟାଣ କାର୍ଯ୍ୟରେ ମନ ଦେବେ। ଯଶ ସମ୍ମାନ ପ୍ରାପ୍ତି ହୋଇପାରେ। ନୂତନ ଯାନବାହନ ଲାଭ ର ଯୋଗ ଅଛି।ଶୁଭ ରଙ୍ଗ ବ୍ରାଉନ୍। ଶୁଭ ଅଙ୍କ ୧।

କର୍କଟ – ଦେବାଦେବୀ ଦର୍ଶନ କରିବେ। ବ୍ୟବସାୟରେ ଅଗ୍ରଗତି ପାଇଁ ପରିଶ୍ରମ କରିବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ। ବନ୍ଧୁ ସହ ଯୋଗ ଲାଭ ହେବ। ରାଜକୀୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ଶୁଭ ରଙ୍ଗ କଫି। ଶୁଭ ଅଙ୍କ ୭।

ସିଂହ – ଚାକିରୀ କ୍ଷେତ୍ରରେ ବିଶେଷ ଉତ୍ସାହିତ ହେବେ। ଉଚ୍ଚ ହାକିମଙ୍କର ଶୁଭ ଦୃଷ୍ଟି ପଡିବ। ନୂତନ ଦ୍ରବ୍ୟ ଲାଭ କରିବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ସହ ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ। ଶୁଭ ରଙ୍ଗ ଲାଲ। ଶୁଭ ଅଙ୍କ ୨।

କନ୍ୟା – ଉଚ୍ଚ ହାକିମଙ୍କର ଶୁଭ ଦୃଷ୍ଟି ପଡିବ। ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ। ସାହିତ୍ୟ, କଳା,ସଂସ୍କୃତି,ସଂଗୀତ କ୍ଷେତ୍ରରେ ସଫଳତା ପାଇବେ। ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ। ଶୁଭ ରଙ୍ଗ ଗ୍ରୀନ୍। ଶୁଭ ଅଙ୍କ ୬।

ତୁଳା – ପୂର୍ବ ଐତିହ୍ୟକୁ ବଞ୍ଚାଇ ରଖିବେ। ବ୍ୟବସାୟରେ ଉନ୍ନତି ହେବ। ଆଇନ ଅଦାଲତରେ ସଫଳତା ମିଳିବ। ନୂତନ ପନ୍ଥା ନିର୍ଦ୍ଧାରଣ କରିବେ। ପ୍ରଶାସନିକ କ୍ଷେତ୍ରରେ ଉନ୍ନତି ହେବ ନାହିଁ। ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୩।

ବିଛା – ଉଦଯୋଗ ସିଦ୍ଧି ଓ ବ୍ୟବସାୟରେ ଉନ୍ନତି ହେବ। ଜ୍ଞାନ,ବିଜ୍ଞାନ କ୍ଷେତ୍ରରେ ଉନ୍ନତି ପାଇଁ ବିଦେଶ ଯାତ୍ରା ଯୋଗ ଅଛି। ଗବେଷଣା କ୍ଷେତ୍ରରେ ସଫଳତା ପାଇବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୧।

ଧନୁ –ସୁନାମ ଅର୍ଜନ କରିବେ। ଘରେ ଶୁଭ କାର୍ଯ୍ୟ କରିବେ। ଉଚ୍ଚ ହାକିମଙ୍କର ଶୁଭ ଦୃଷ୍ଟି ପଡିବ। ସରକାରୀ କ୍ଷେତ୍ରରେ ଉନ୍ନତି ହେବ। ଚାକିରୀ କ୍ଷେତ୍ରରେ ବାଧା ଉପୁଜିବ। ଶୁଭ ରଙ୍ଗ କଫି। ଶୁଭ ଅଙ୍କ ୬।

ମକର – ଉନ୍ନତ ମାର୍ଗ ଖୋଲିବ। ବ୍ୟବସାୟରେ ଉନ୍ନତି ହେବ। ନୂତନ କର୍ମ ଏବଂ ଉଚ୍ଚ କାମ ପ୍ରାପ୍ତି ହୋଇପାରେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଓ ଯାନ୍ତ୍ରିକ କ୍ଷେତ୍ରରେ ଉନ୍ନତି ପାଇଁ ବହୁ ଚେଷ୍ଟା କରିବେ। ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୯।

କୁମ୍ଭ - ନୂତନ ଦ୍ରବ୍ୟ ପ୍ରାପ୍ତି ହେବ। ଯାଗାବାଡି ମିଳିବାର ସମ୍ଭାବନା ରହିଛି। ମହିଳାମାନେ ଘରର ସର୍ବାଙ୍ଗୀନ ଉନ୍ନତି କରିବେ। ପିଲାମାନଙ୍କର ଖେଳ କୁଦରେ ଚୁରି ବଢିବ। ଶୁଭ ରଙ୍ଗ ବ୍ରାଉନ୍। ଶୁଭ ଅଙ୍କ ୫।

ମୀନ - ଗୁରୁଜନଙ୍କର ଆଶୀର୍ବାଦ ମିଳିବ। ନୂତନ ଦ୍ରବ୍ୟ ପ୍ରାପ୍ତି ହୋଇପାରେ। ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ। ବହୁ ଦିନ ଧରି କରୁଥିବା କାମରେ ଅଗ୍ରଗତି ପାଇ ପାରନ୍ତି। ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୧।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.