ରବିବାରରେ ଖୁସୀ ରହିବେ ଏହି ରାଶିର ବ୍ୟକ୍ତି-ଜାଣନ୍ତୁ ସମ୍ପୂର୍ଣ୍ଣ ରାଶିଫଳ

Published By : Prameya-News7 Bureau | February 15, 2020 IST

ମେଷ – ଶତ୍ରୁ ଯେତେ ବଳବାନ୍‌ ହେଉ ନା କାହିଁକି ତାକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଉତ୍ତମ ଖବର ପାଇ ଖୁସି ହୋଇପାରନ୍ତି । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।

ବୃଷ – ପଢା ପଢିରେ ମନୋନିବେଶ କରିବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଜନପ୍ରିୟ ଓ ସନ୍‌ ମାର୍ଗୀ ଓ ସୁ ସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହେବେ । ଦିନଟି ଭିତରେ ମଧ୍ୟମ ଧରଣର ଫଳ ମିଳିବ । ଶୁଭ ରଙ୍ଗ କ୍ରୀମ୍‌ । ଶୁଭ ଅଙ୍କ ୪ ।

ମିଥୁନ - କଳହ ଠାରୁ ନିଜକୁ ମୁକ୍ତ ରଖି ପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଶ୍ରମ ଯେତେ ଅଧିକ ହେଲେ ବି ତା’ର ମୂଲ୍ୟ ମିଳିବ । ବହୁ ମିତ୍ର ବ୍ୟକ୍ତିଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୮ ।

କର୍କଟ – ସୁଖୀ ହେବେ । ସମ୍ମାନିତ ହୋଇପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦିଅଁ ଦର୍ଶନର ସୌଭାଗ୍ୟ ଅଛି । ଅଶାନ୍ତିର ମାତ୍ରା କମିବ । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୫ ।

ସିଂହ – ପରୋପକାରୀ ,ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ଚିତ୍ତ ସନ୍ତୁଷ୍ଟ ହେବ । ଅତି ସୁଖୀ ହୋଇପାରନ୍ତି । ବିବିଧ ଧନଯୁକ୍ତ ଓ ସହିଷ୍ଣୁ ମୌମ୍ୟ ମୂର୍ତ୍ତି ସମ୍ପନ୍ନ ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୧ ।

କନ୍ୟା – ବହୁ ଶୁଭଫଳ ଆଶା କରାଯାଏ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ଏବଂ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଭଲ ଆୟ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ସହ ଚିନ୍ତାଧାରା ଉନ୍ନତମାନର ହେବ । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୬ ।

ତୁଳା – ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟରେ ବାଧା-ବିଘ୍ନ ଉପୁଜି ପାରେ । ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବା ଭଲ । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

ବିଛା – ହାତରୁ ଖସି ଯାଇଥିବା କାର୍ଯ୍ୟକୁ ପୁଣି କରାୟତ୍ତ କରିପାରନ୍ତି । ଆୟ ଆଶାନୁରୂପ ହେବ । ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ ହେବ । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୪ ।

ଧନୁ – ଯାହା ଇଚ୍ଛା କରିବେ ତାହା ପାଇପାରନ୍ତି । କର୍ତ୍ତବ୍ୟନିଷ୍ଠ ହେବେ । ଶୁଭ ଖବରରେ ମନ ଉଲ୍ଲସିତ ହୋଇପାରେ । କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ । ଆର୍ଥିକ ସ୍ଥିତି ଅଧିକ ମଜଭୁତ ହେବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଶୁଭ ରଙ୍ଗ ପିଚ୍‌ । ଶୁଭ ଅଙ୍କ ୫ ।

ମକର – ସେବା-ପୂଜାକୁ ଆଦରି ନେଇପାରନ୍ତି । କ୍ଷମତାରେ ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଭକ୍ତିଗାଥା ଶ୍ରବଣ କରିପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୯ ।

କୁମ୍ଭ - ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବାକୁ ପଡିବ । ଯାନବାହନ ଚଳାଚଳ, ଉଚ୍ଚ ସ୍ଥାନ ଆରୋହଣ ଓ ଜଳଯାତ୍ରାରେ ସତର୍କ ରହିବାକୁ ପଡିବ । ଶୁଭ ରଙ୍ଗ ବ୍ରାଉନ୍‌ । ଶୁଭ ଅଙ୍କ ୬ ।

ମୀନ - ଗୁରୁର୍ୱପୂର୍ଣ୍ଣ କାର୍ଯ୍ୟ ହାତକୁ ଆସିପାରେ । ମିତ୍ରମାନଙ୍କ ସାନ୍ନିଧ୍ୟ ପାଇ ଖୁସି ହୋଇପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୨ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.