ଫେରିଯିବ ବାଘୁଣୀ ସୁନ୍ଦରୀ – ବିରକ୍ତି ପ୍ରକାଶ କଲେ NTCA

Published By : Prameya-News7 Bureau | December 19, 2019 IST

ଭୁବନେଶ୍ୱର ୧୯।୧୨ - ଫେରିଯିବ ବାଘୁଣୀ ସୁନ୍ଦରୀ । ସାତକୋଶିଆରୁ ନିଜ ବାସସ୍ଥାନ କାହ୍ନା ଅଭୟାରଣ୍ୟକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର ।  ଏହା ସହ ଓଡିଶାରେ ପ୍ରୋଜେକ୍ଟ ଟାଇଗର ଟ୍ରାନ୍ସଲୋକେସନ ସ୍ଥଗିତ ରଖିବାକୁ ନ୍ୟାସନାଲ ଟାଇଗର କନଞ୍ଜରଭେସନ ଅଥରଟି ନିଷ୍ପତ୍ତି ନେଇଛନ୍ତି ।

{"id":50726,"sizeSlug":"large"}

NTCA ଙ୍କ କହିବା ଅନୁଯାଇ ସୁନ୍ଦରୀକୁ ଓଡିଶା ସରକାର ଏକ ଛୋଟ ଏନକ୍ଲୋଜରରେ ରଖିଛନ୍ତି । ଏହାସହ ତାକୁ ଧରିବା ପାଇଁ ମଧ୍ୟ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଇନି । ଫଳରେ ସୁନ୍ଦରୀର ଶିକାର କରିବା କ୍ଷମତା କମିଯାଇଛି । ଏ ସଂପର୍କରେ NTCA ଡିଆଇଜି ଓଡିଶା ମୁଖ୍ୟ ଶାସନ ସଚିବଙ୍କୁ ଏକ ଚିଠି ଲେଖିଛନ୍ତି । ସେ ଚିଠିଲେ ଲେଖିଛନ୍ତି, ବାଘ ରଖିବାନେଇ  ଏସଓପି ପାଳନ ହୋଇନାହିଁ ।

{"id":51840,"sizeSlug":"large"}

କେନ୍ଦ୍ର ସରକାର ଏହି ପ୍ରକଳ୍ପ ପାଇଂ ଆବଶ୍ୟକୀୟ ଅର୍ଥ ଓଡିଶାକୁ ଦେଇଥିଲେ । କିନ୍ତୁ ଏହି ଅର୍ଥ ଅନ୍ୟ ଉପାୟରେ ଖର୍ଚ୍ଚ ହୋଇଥିବାରୁ ବିରକ୍ତ ପ୍ରକାଶ କରିଛନ୍ତି NTCA । ସେଥିପାଇଁ ସୁନ୍ଦରୀକୁ ପୁଣି ବାନ୍ଧବଗଡ ଫେରାଇବାକୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି ଏନଟିସିଏ ଅଥରଟି ।  ବାଘ ବଂଶ ବୃଦ୍ଧିନେଇ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.