Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଫେବୃଆରୀରେ ଫେରିଯିବ ବାଘୁଣୀ ସୁନ୍ଦରୀ

31/01/2021 at 7:35 AM

ଭୁବନେଶ୍ୱର ୩୧।୦୧: ଫେବୃଆରୀରେ ଫେରିଯିବ ବାଘୁଣୀ ସୁନ୍ଦରୀ । ଆରମ୍ଭ ହୋଇଛି ସୁନ୍ଦରୀର ଘର ବାହୁଡ଼ା ପ୍ରକ୍ରିୟା। ସୁନ୍ଦରୀର ଜଙ୍ଗଲ ପ୍ରବୃତ୍ତି ଫେରାଇ ଆଣିବାକୁ ତାକୁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟର ଘୋରେଲାକୁ ନିଆଯିବ। ସୁନ୍ଦରୀକୁ ନେବା ପାଇଁ ବ୍ୟବସ୍ଥା ଆରମ୍ଭ କରିବା ଲାଗି କାହ୍ନା ଅଭୟାରଣ୍ୟ ନିର୍ଦ୍ଦେଶକଙ୍କୁ ମଧ୍ୟପ୍ରଦେଶ ବନ ବିଭାଗ ମୁଖ୍ୟ ନିର୍ଦ୍ଦେଶ ଦେଇଥିବା ପିସିସିଏଫ୍ କହିଛନ୍ତି। ଏହି ପ୍ରକ୍ରିୟା ଫେବ୍ରୁଆରି ଶେଷ ସୁଦ୍ଧା ତ୍ବରାନ୍ବିତ ହେବ ବୋଲି ଆଶା ବାନ୍ଧିଛି ଓଡ଼ିଶା ବନ ବିଭାଗ।

ସାତକୋଶିଆରେ ବାଘ ବଂଶ ବୃଦ୍ଧି ପାଇଁ ମଧ୍ୟପ୍ରଦେଶରୁ ବାଘୁଣୀ ‘ସୁନ୍ଦରୀ’କୁ ଅଣାଯାଇଥିଲା। ୨୦୧୮ ଜୁନ୍ ରେ ସାତକୋଶିଆ ଆସିଥିବା ‘ସୁନ୍ଦରୀ ଆରମ୍ଭରୁ ବନ ବିଭାଗର ମୁଣ୍ଡ ବିନ୍ଧାର କାରଣ ସାଜିଥିଲା। ସୁନ୍ଦରୀ ଆକ୍ରମଣରେ ଦୁଇ ଜଣ ସାଧାରଣ ଲୋକଙ୍କ ଜୀବନ ଯିବା ପରେ ଏହାକୁ କେନ୍ଦ୍ର କରି ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ଏହାପରେ ୨୦୧୮ ନଭେମ୍ବର ମାସରୁ ସୁନ୍ଦରୀ ଏନକ୍ଲୋଜର ମଧ୍ୟରେ ବନ୍ଦୀ ଜୀବନ ବିତାଉଛି। ଏହି ଘଟଣା ପରଠାରୁ ସୁନ୍ଦରୀର ଭାଗ୍ୟ ଓ ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା। ପ୍ରଥମେ ମଧ୍ୟପ୍ରଦେଶ ବନ ବିଭାଗ ସୁନ୍ଦରୀକୁ ଫେରାଇ ନେବାକୁ ସେତେଟା ଆନ୍ତରିକତା ଦେଖାଇ ନ ଥିଲେ। ବହୁ ବାଦ ବିବାଦ ପରେ ସୁନ୍ଦରୀକୁ ଫେରାଇ ନେବା ପାଇଁ ରାଜି ହୋଇଛନ୍ତି ମଧ୍ୟପ୍ରଦେଶ ସରକାର। ଏଥିନେଇ ମଧ୍ୟ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ସୁରକ୍ଷିତ ଭାବେ କେମିତି ସୁନ୍ଦରୀକୁ ସେଠାକୁ ନିଆଯିବ ତାର ରୋଡ୍ ମ୍ୟାପ ପ୍ରସ୍ତୁତ ହୋଇଛି।

   Related Posts