ସୁନ୍ଦରୀକୁ ଧରାଗଲେ ନନ୍ଦନକାନନରେ ରହିବ ,ଯଦି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ରାଜି ନହୁଏ ଯିବ ବାନ୍ଧବଗଡ଼

Published By : Prameya-News7 Bureau | October 29, 2018 IST

ଅନୁଗୁଳ;୨୯/୧୦- ବାଘୁଣୀ ସନ୍ଦରୀକୁ ଧରିବାକୁ ଆସୁଛନ୍ତି ମଧ୍ୟପ୍ରଦେଶରୁ  ଏକ ବିଶେଷଜ୍ଞ ଟିମ ସାତକୋଶିଆ ଅଭିମୁଖେ । ବାଘୂଣୀ ସୁନ୍ଦରୀ ଏବେ ଅନୁଗୁଳ ଆସାନବାହାଲ ଠାରୁ ୩ କି.ମି.ଦୂରରେ ରହିଛି ବୋଲି ପିସିସିଏ ସୂଚନା ଦେଇଛନ୍ତି  । ଅନ୍ୟପଟେ ଜଂଗଲମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି ,ସୁନ୍ଦରୀକୁ ଧରି ନନ୍ଦନକାନନରେ ରଖାଯିବ । କିନ୍ତୁ ଯଦି ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ  ବା ଏନଟିସିଏ ଏଥିରେ ରାଜି ନହୁଏ ,ତାହେଲେ ସୁନ୍ଦରୀକୁ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଜଂଗଲକୁ ଫେରାଇନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.