କାହ୍ନାର ସାନ୍ନିଧ୍ୟ ପାଇବାକୁ ସାତକୋଶିଆର କୋର୍ ଏରିଆରେ ବ୍ୟାକୁଳ ସୁନ୍ଦରୀ

Published By : Prameya-News7 Bureau | October 04, 2018 IST

ଅନୁଗୁଳ୪|୧୦: ସାତକୋଶିଆରେ ବାଘୁଣୀ ସୁନ୍ଦରୀକୁ ନେଇ ପୁଣି ଚର୍ଚ୍ଚା ଏଥର ଚର୍ଚ୍ଚା ସୁନ୍ଦରୀର ହିଂସ୍ର ଅବତାରକୁ ନେଇ ନୁହେଁ, ବରଂ କାହ୍ନା ସହ ପ୍ରେମକୁ ନେଇ ଆଠମଲ୍ଲିକ ଛାଡି ସୁନ୍ଦରୀ ଏବେ ସାତକୋଶିଆର କୋର୍ ଏରିଆରେ ସୁନ୍ଦରୀଠାରୁ ମାତ୍ର ଅଳ୍ପ କିଛି ଦୂରରେ ରହିଛି କାହ୍ନା ଉଭୟଙ୍କ ମଧ୍ୟ​‌ରେ ଦୂରତା ଯେତିକି କମୁଛି ସେତିକି ଉତ୍ସାହିତ ହୋଇପଡୁଛନ୍ତି ବନ କର୍ମଚାରୀ ଏବଂ ଓ୍ବାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ଇଣ୍ଡିଆର ଟିମ୍ କାରଣ ଉଭୟଙ୍କ ମିଳନ ହେଲେ ଇତିହାସ ରଚିବ ସାତକୋଶିଆ କାହ୍ନା ପ୍ରେମରେ ଉବୁଟୁବୁ ସୁନ୍ଦରୀ କାହ୍ନାର ସାନ୍ନିଧ୍ୟ ପାଇବାକୁ ସାତକୋଶିଆର କୋର୍ ଏରିଆରେ ବ୍ୟାକୁଳ ସୁନ୍ଦରୀ କାହ୍ନା ମଧ୍ୟ ସୁନ୍ଦରୀ ପ୍ରତି ଆକୃଷ୍ଟ ହେବାରେ ଲାଗିଛି କାହ୍ନା ସହ ମିଳନ ପରେ ଗର୍ଭବତୀ ହୋଇଥିବା ପୁରୁଣା ବାଘୁଣୀକୁ ଛାଡି ସୁନ୍ଦରୀ ଆଡକୁ ଢଳୁଛି କାହ୍ନା କାହ୍ନା ଓ ସୁନ୍ଦରୀର ପ୍ରେମକୁ ନେଇ ଉତ୍ସାହିତ ହୋଇପଡିଛନ୍ତି ବନ କର୍ମଚାରୀ ଏବଂ ଓ୍ବାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ ଅଫ୍ଇଣ୍ଡିଆର ଟିମ୍ କାରଣ ପାଞ୍ଚ ୬ ଦିନର ପରିଶ୍ରମ ପରେ ଓ୍ବାଇଲ୍ଡ ଲାଇଫ ଟିମ୍ ବାଘୁଣୀ ସୁନ୍ଦରୀକୁ କୋର୍ ଏରିଆକୁ ନେବାରେ ସଫଳ ହୋଛନ୍ତି ଏବଂ କାହ୍ନା ସହ ସୁନ୍ଦରୀର କିପରି ମିଳନ ହେବ ସେଇ ଯୋଜନାରେ ସମସ୍ତେ ଉତ୍କଣ୍ଠିତ ବି ଅଛନ୍ତି।   ଏହାକୁ ଶୁଭସଙ୍କେତ କହିଛନ୍ତି ପରିବେଶ ବିତ୍ ଜନ ବସତି ନିକଟରେ ସୁନ୍ଦରୀ ବୁଲୁ ନଥିବାରୁ ଆଖପାଖର ଲୋକେ ଆଶ୍ବସ୍ତ  ମଧ୍ୟ ହୋଇଛନ୍ତି  ହିଂସ୍ର ଅବତାର ଛାଡି ସୁନ୍ଦରୀ କୋର୍ ଏରିଆରେ ରହୁଥିବାରୁ ତାକୁ ନେଇ ଯେଉଁ ସମସ୍ୟା ଦେଖାଦେଇଥିଲା ତାହା ଦୂର ହୋଇଛି ସୁନ୍ଦରୀ ଏବେ ଆଠମଲ୍ଲିକ ଛାଡି ପୁରୁଣାକୋଟ ରେଞ୍ଜ୍ ଚୁଆଁରି ନିକଟରେ ଥିବାବେଳେ,  ବାଘ କାହ୍ନା ମାତ୍ର ୨ କିଲୋମିଟିର ଦୂର ପମ୍ପାସର ରେଞ୍ଜ୍ ର ଲବଙ୍ଗି ଅଂଚଳରେ ରହିଛି। ତଥାପି ସୁନ୍ଦରୀ ହଟାଅ ଦାବି ହଟିନି ଏବେବି ସୁନ୍ଦରୀକୁ ଫେରାଇ ନେବାକୁ ଦାବି କରୁଛନ୍ତି ସାତକୋଶିଆ ଆଖପାଖର ଗାଁ ଲୋକ ତେବେ ଏନେଇ ଆସନ୍ତା ୬ ତାରିଖରେ ପ୍ରଶାସନ ସହ ବୈଠକ ବସିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.