Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ଯୋଗ ଦେବେ ବିଜେଡିରେ !

8/03/2019 at 8:45 PM

ଭୁବନେଶ୍ବର୮|୩: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ ଆସନ୍ତା କାଲି ବିଜେଡିରେ ଯୋଗ ଦେବେ ! ସୁନୀତା ଏବେ ସୁନ୍ଦରଗଡ ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାନେତ୍ରୀ ଅଛନ୍ତି । ଏପରିକି ଅଖିଳ ଭାରତ କଂଗ୍ରେସର ନିର୍ବାଚନ କମିଟିକୁ ସୁପାରିଶ କରାଯାଇଥିବା ସମ୍ଭାବ୍ୟ ତାଲିକାରେ ସୁନୀତା ବିଶ୍ବାଳଙ୍କ ନାଁ ଥିଲା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଝାରସୁଗୁଡା ଜିଲ୍ଲାର ତତ୍କାଳୀନ ଲଇକେରା ନିର୍ବାନମଣଡଳିରୁ ନିର୍ବାଚିତ ହୋଇ ଆସୁଥିଲେ । ତେବେ ନିର୍ବାଚନମଣ୍ଡଳି ପୁନର୍ଗଠନ ପରେ ଲଇକେରା ନିର୍ବାଚନମଣ୍ଡଳି ଝାରସୁଗୁଡା ଏବଂ କୁଚିଣ୍ଡା ନିର୍ବାଚନମଣ୍ଡଳିରେ ସମ୍ମିଶ୍ରଣ ହେବା ପରେ ହେମାନନ୍ଦ ବିଶ୍ବାଳ ସୁନ୍ଦରଗଡ ଲୋକସଭା ନିର୍ବାଚନମଣ୍ଡଳିରୁ ପ୍ରାର୍ଥୀ ହୋଇଥିଲେ । ଉତ୍ତରାଧୀକାର ସୂତ୍ରରେ ସୁନୀତା ସୁନ୍ଦରଗଡ ନିର୍ବାଚନମଣ୍ଡଳିରେ ନିଜ ସଂଗଠନ ଚଳାଇଛନ୍ତି ।

ତେବେ ସେ ବିଜେଡିକୁ ଯିବା ପଛରେ ଗୋଟିଏ କାରଣ ହେଲା ସେ ସୁନ୍ଦରଗଡ ଲୋକସଭା ଆସନରୁ ପ୍ରର୍ଥୀ ହେବାକୁ ଚାହୁଁଥିବାବେଳେ ତାଙ୍କୁ ସୁନ୍ଦରଗଡ ବିଧାନସଭା ଆସନରୁ ପ୍ରର୍ଥୀ କରିବା ପାଇଁ ଦଳ ଚିନ୍ତା କରିଛି । ସୁନ୍ଦରଗଡ ଲୋକସଭା ଆସନରୁ ଜର୍ଜ ତିର୍କୀ ପ୍ରର୍ଥୀ ହେବା ଆପାତତଃ ସ୍ଥିର ହୋଇଛି । ଯଦି ସୁନୀତା ବିଜେଡିରେ ଯୋଗ ଦିଅନ୍ତି ତାହେଲେ ସୁନ୍ଦରଗଡ ବିଜେଡିରେ ପୁଣି ଅସନ୍ତୋଷର ନିଆଁ ଜଳିବ । ଯୋଗେଶ ସିଂ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବା ପରେ ସୁନ୍ଦରଗଡର ବିଜେଡି ନେତ୍ରୀ କୁସୁମ ଟେଟେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ କରିଥିଲେ ।

ତେବେ ତାଙ୍କୁ ଆଦିବାସୀ ଉନ୍ନୟନ ପରିଷଦର ଅଧ୍ୟକ୍ଷା କରି ତାଙ୍କୁ ଶାନ୍ତ କରିବା ପାଇଁ ଦଳ ଉଦ୍ୟମ କରିଥିଲା । ତେବେ ଏଥିରେ ମଧ୍ୟ କୁସୁମ ସନ୍ତୁଷ୍ଟ ହୋଇନଥିବା ଆଲୋଚନା ହେଉଛି । ଏବେ ପୁଣି ସୁନୀତା କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଲେ ଅସଂତୋଷ ଆହୁରି ବୃଦ୍ଧି ପାଇବ ବୋଲି ଆଶଂକା କରାଯାଉଛି । ସୁନୀତାଙ୍କୁ ବିଜେଡି ନିଜ ଦଳରେ ସାମିଲ କରିବା ପଛରେ ସୁନ୍ଦରଗଡର ସମ୍ପୂର୍ଣ୍ଣ କଂଗ୍ରେସ ସଂଗଠନ ନିଜ ଅକ୍ତିଆରକୁ ଆଣିବା ସହ ଭୂୟାଁ ଜାତି କାର୍ଡ ଖେଳି ଭୋଟରଙ୍କୁ ନିଜ ପକ୍ଷକୁ ଆଣିବା ସ୍ବାର୍ଥ ରହିଛି ବୋଲି ଆଲୋଚନା ହେଉଛି ।   

   Related Posts