କରୋନା କଟକଣା: ଆଜିଠୁ ସୁନ୍ଦରଗଡ଼ର ୫ଗାଁରେ ସଟଡାଉନ

Published By : Prameya-News7 Bureau | April 07, 2021 IST

ସୁନ୍ଦରଗଡ଼,୭|୪: ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜନସାଧାରଣଙ୍କୁ ସଚେତନ କରାଯିବା ସହ ସଂକ୍ରମଣ ରୋକିବା ପାଇଁ ନିଆଯାଇଛି ପଦକ୍ଷେପ । ଏହି ପରିପ୍ରେକ୍ଷୀରେ ବାଲିଶଙ୍କରା ବ୍ଲକର ବନଡେଗା ଓ ଲୁଲକିଡିହି ଗ୍ରାମକୁ ୫ ତାରିଖରୁ ମାଇକ୍ରୋ-କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।

ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଏହି ଜୋନ୍ ସଟଡାଉନ ରହିବ । ସେହିପରି ସବଡେଗା ବ୍ଲକ ମୁଖ୍ୟାଳୟରେ ଦୋକାନବଜାର ଓ ସାପ୍ତାହିକ ହାଟକୁ ବନ୍ଦ କରିଛି ବ୍ଲକ ପ୍ରଶାସନ । ସମଗ୍ର ସୁନ୍ଦରଗଡ଼ ଜିଲ୍ଲାରେ ରାତି ୧୦ ରୁ ସକାଳ ୫ ଯାଏ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇ ଥିବା ସହ ଲୋକଙ୍କୁ କରୋନା ସଂକ୍ରାନ୍ତୀୟ ସାବଧାନତା ଅବଲମ୍ବନ କରିବାକୁ ସଚେତନ କରାଯାଉଛି । ଏହାସହ ଯିଏ ବି କୋଭିଡ ନିୟମ ନମାନିବ ବା ଉଲ୍ଲଙ୍ଘନ କରିବ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛି । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ପ୍ରଶାସନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.