ସୁନ୍ଦରଗଡ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା କୁସୁମ ଟେଟେ ଦେଲେ ଇସ୍ତଫା

Published By : Prameya-News7 Bureau | March 17, 2019 IST

ଭୁବନେଶ୍ବର ୧୭|୩ : ସୁନ୍ଦରଗଡ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା କୁସୁମ ଟେଟେ ଦେଲେ ଇସ୍ତଫା । ଗତ ନିର୍ବାଚନରେ ସୁନ୍ଦରଗଡରୁ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ କୁସୁମ ଟେଟେ । ଇସ୍ତଫା ଦେବା ପରେ କୁସୁମ ଟେଟେ କହିଛନ୍ତି ଯେ, ସେ ଏଥର ବିଧାନସଭା ନିର୍ବାଚନ ଲଢିବାକୁ ନିଷ୍ପତି ନେଇଥିବା ହେତୁ ସୁନ୍ଦରଗଡ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଛନ୍ତି। ନିଜର ବ୍ୟକ୍ତିଗତ କାରଣରୁ ଏହି ପଦବୀ ଛାଡିଛନ୍ତି ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, କଂଗ୍ରେସ ଦଳରୁ ଇସ୍ତଫା ଦେବାପରେ ଯୋଗେଶ ସିଂହଙ୍କ ବିଜେଡିରେ ଯୋଗଦାନକୁ ବିଜେଡି ନେତ୍ରୀ କୁସୁମ ଟେଟେ ପ୍ରବଳ ବିରୋଧ କରୁଥିଲେ । ମାତ୍ର ତାଙ୍କୁ ବୁଝାସୁଝା କରାଯାଇ ଯୋଗେଶ ସିଂହଙ୍କୁ ଦଳରେ ସାମିଲ କରାଯାଇଥିଲା । ତେବେ ଯୋଗେଶ ସିଂ ଦଳରେ ଯୋଗ ଦେବାପରେ ସୁନ୍ଦରଗଡ ବିଜେଡିରେ ବିବାଦ ଦେଖା ଦେଇଥିଲା।

{"id":94483,"align":"center","width":457,"height":575}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.