କାର୍ଯ୍ୟରେ ପୁନଃଅବସ୍ଥାପିତ ହେଲେ ସୁନ୍ଦରଗଡ ସିଡିଏମ୍‌ଓ, କାର୍ଯ୍ୟରେ ଅବହେଳା ଦର୍ଶାଇ କରାଯାଇଥିଲା ନିଲମ୍ବନ

Published By : Prameya-News7 Bureau | October 25, 2019 IST

ସୁନ୍ଦରଗଡ ୨୫।୧୦: ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସିଡିଏମ୍‌ଓଙ୍କ ଉପରୁ ନିଲମ୍ବନ ନିର୍ଦ୍ଦେଶ ହଟାଇ ଦିଆଯାଇଛି । ସୁନ୍ଦରଗଡ ସିଡିଏମ୍‌ଓ ପଙ୍କଜ ପଟେଲଙ୍କ ନିଲମ୍ବନ ଉଠାଇଛନ୍ତି ରାଜ୍ୟ ସରକାର । ଗତ ୧୩ ତାରିଖରେ ମୋ ସରକାର କାର୍ଯ୍ୟକ୍ରମରେ ଅବହେଳା ଦର୍ଶାଇ ନିଲମ୍ବନ କରଯାଇଥିଲା ।

ସୂଚନାଯୋଗ୍ୟ ଯେ, ମୋ ସରକାର କାର୍ଯ୍ୟକ୍ରମର ତଦାରଖ କରିବା ପାଇଁ ଗତ ୧୩ ତାରିଖରେ ସୁନ୍ଦରଗଡ ଆସିଥିଲେ 5-T ସଚିବ ଭି.କେ ପାଣ୍ଡିଆନ । ଏନଏଚଏମ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ସୁରେଶ ମହାପାତ୍ର। 5-T ସଚିବ ଡାକ୍ତରଖାନା ପରିଦର୍ଶନରେ ଯାଇଥିବା ବେଳେ ରୋଗୀଙ୍କୁ ଠିକ୍ ଭାବେ ଖାଦ୍ୟ ମିଳୁନଥିବା ତଥା ମାଗଣାରେ ଡାକ୍ତରଖାନାରେ ଉପଲବ୍ଧ ହେଉଥିବା ପରୀକ୍ଷାକୁ ରୋଗୀମାନେ ବାହାରେ ରହିଥିବା ପାଥୋକ୍ଲିନିକରେ କରାଉଥିବା ନେଇ ଅଭିଯୋଗ ପାଇଥିଲେ । ଅଭିଯୋଗ ପାଇବା ପରେ ରାଜ୍ୟ ସରକାର ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାର ଭାରପ୍ରାପ୍ତ ସିଡିଏମଓ ଡଃ ପଙ୍କଜ ପଟେଲଙ୍କୁ ନିଲମ୍ବନ କରିବା ସହ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ କାରଣ ଦର୍ଶ।ଅ ନୋଟିସ ଜାରି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.