Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଚୀନର ନାଁ ନନେଇ ଗୁରୁତର ଅଭିଯୋଗ ଆଣିଲେ ସୁନ୍ଦର ପିଚାଇ : ‘ମାଗଣା ଓ ସ୍ୱତନ୍ତ୍ର ଇଣ୍ଟରନେଟକୁ ଉଦ୍ଦେଶ୍ୟମୂଳକ ଭାବେ ଦିଆଯାଉଛି ବ୍ରେକ୍’

13/07/2021 at 12:03 PM

ନୂଆଦିଲ୍ଲୀ,୧୩/୦୭: ସ୍ୱତନ୍ତ୍ର ଓ ମାଗଣା ଇଣ୍ଟରନେଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଗୁଗଲ ସିଇଓ ସୁନ୍ଦର ପିଚାଇ । ସ୍ୱତନ୍ତ୍ର ଓ ମାଗଣା ଇଣ୍ଟରନେଟ୍ ଉପରେ ସାରା ବିଶ୍ୱରେ ଆକ୍ରମଣ ହେଉଛି । କିଛି ଦେଶ ସୂଚନାର ସ୍ରୋତ ଉପରେ କଟକଣା ଲଗାଉଛନ୍ତି । ଏହାକୁ ସମସ୍ତେ ହାଲୁକା ଭାବେ ନେଉଥିବା ସେ କହିଛନ୍ତି ।

କାଲିଫର୍ଣ୍ଣିଆ ସ୍ଥିତ ଗୁଗଲର ମୁଖ୍ୟଳାୟରେ ଏକ ସାକ୍ଷାତକାରରେ ସୁନ୍ଦର କହିଛନ୍ତି ଯେ, ଇଣ୍ଟରନେଟ୍ ଉପରେ ନିରନ୍ତର ଭାବେ ଆକ୍ରମଣ ହେଉଛି । ଆଗାମୀ ୨୫ ବର୍ଷରେ ବିଶ୍ୱରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ କ୍ନାଣ୍ଟମ୍ କମ୍ପ୍ୟୁଟରରେ କ୍ରାନ୍ତିକାରୀ ପରିବର୍ତ୍ତନ ଆସିବ ।

ଚେନ୍ନାଇରେ ବଢିଥିବା ୪୯ ବର୍ଷୀୟ ପିଚାଇ ଚୀନର ନାଁ ନନେଇ କହିଛନ୍ତି ଯେ, ମୁକ୍ତ ଏବଂ ସ୍ୱତନ୍ତ୍ର ଇଣ୍ଟରନେଟ୍ ବ୍ୟବହାର ଉପରେ ଆକ୍ରମଣ ହେଉଛି । ଗୁଗଲର କୌଣସି ବଡ ଉତ୍ପାଦ କିମ୍ବା ସେବା ଚୀନରେ ଉପଲବ୍ଧ ନାହିଁ । ଟ୍ୟାକ୍ସ ବିବାଦକୁ ନେଇ ସେ କହିଛନ୍ତି ଯେ, ଫେସବୁକ ବିଶ୍ୱର ସବୁଠାରୁ ବଡ କରଦାତା ଅଟେ । ଗତ ୧୦ ବର୍ଷ ହେଲା କମ୍ପାନୀ ୨୦ ପ୍ରତିଶତରୁ ଅଧିକ ଟିକସ୍ ଦେଇଛି । ଆମେରିକାରେ ଏକ ବଡ ଅଂଶୀଦାର ଭାବେ ଟିକସ ଦିଆଯାଉଛି ।

ପିଚାଇ ଆହୁରି ମଧ୍ୟ କହିଛନ୍ତି ଯେ, ସେ ହେଉଛନ୍ତି ଆମେରିକାର ନାଗରିକ । କିନ୍ତୁ ରକ୍ତରେ ଭାରତ ଅଛି । ଏହା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଏହାସହ ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାକୁ ସବୁଠୁ ଭଲ ପ୍ରଯୁକ୍ତିବିଦ୍ୟା ମାନନ୍ତି ଯାହା ମନୁଷ୍ୟ ସମାଜକୁ ବିକଶିତ କରିବା ସହ ଅନେକ କାମ କରିପାରିବ ବୋଲି ସେ କହିଛନ୍ତି । 

   Related Posts