ଆଜି ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ, ଶ୍ରୀମନ୍ଦିର ଚାରିପଟେ ସୁନାଵେଶ ଶେଷ ପର୍ଯ୍ୟନ୍ତ ରହିବ କଟକଣା

Published By : Prameya-News7 Bureau | July 21, 2021 IST

ପୁରୀ ୨୧।୦୭:  ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ତିନିରଥ। ଜନ୍ମବେଦିରେ ନବଦିନାତ୍ମକ ଲୀଳା ସାରି ବାହୁଡ଼ିଛନ୍ତି ଲୀଳାମୟ କାଳିଆ ସାଆନ୍ତ। ଆଜି ରଥାରୂଢ ଶ୍ରୀବିଗ୍ରହଙ୍କ ହେବ ସୁନାବେଶ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି । ରଥ ଉପରେ ଆଜି ସକାଳ ୬ଟାରୁ ୬ଟା ୩୦ ମଧ୍ୟରେ ଆଳତି କରାଯାଇଛି । ୭ଟାରେ ମଇଲମ, ୮ଟାରେ ଅବକାଶ, ୯ଟାରେ ବେଶ ଶେଷ, ୧୦ଟାରୁ ୧୦ଟା ୩୦ ଗୋପାଳ ବଲ୍ଲଭ, ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ସକାଳ ଧୂପ ନୀତି ଅନୁଷ୍ଠିତ ହେବ । ଅପରାହ୍ନ ୧ଟାରେ ମହାସ୍ନାନ ଓ ସର୍ବାଙ୍ଗ, ୧ଟା ୩୦ରେ ବେଶ ଶେଷ, ୨ଟାରୁ ୩ଟା ଯାଏଁ ମଧ୍ୟାହ୍ନ ଧୂପ, ୩ଟା ୩୦ରୁ ମଇଲମ, ୪ଟାରେ ମେକାପ ସର୍ବାଙ୍ଗ ପରେ ସନ୍ଧ୍ୟା ୫ଟା ୩୦ରେ ସୁନାବେଶ ନୀତି ଅନୁଷ୍ଠିତ ହେବ । ସିହଂଦ୍ବାର ଚକଡାରେ କଡା ସୁରକ୍ଷା ମଧ୍ୟରେ ତିନିରଥକୁ କର୍ଡନ କରି ରଖାଯାଇଛି।

{"id":483564,"sizeSlug":"large","linkDestination":"none"}

ସେହିପରି ଅନ୍ୟପଟେ ପୁରୀ ସହରରେ କର୍ଫ୍ୟୁ କୋହଳ କରାଯାଇଥିବା ବେଳେ କେବଳ ଶ୍ରୀମନ୍ଦିର ଚତୁପାର୍ଶ୍ୱରେ ସୁନାଵେଶ ଶେଷ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । କରୋନା କଟକଣା ଯୋଗୁଁ ଶ୍ରୀଜିଉଙ୍କ ସୁନାବେଶ ସାଧାରଣ ଦର୍ଶକଙ୍କୁ ବଡ଼ଦାଣ୍ଡରେ ରହି ଦେଖିବାର ମନା ହୋଇଛି । ଲୋକେ ମହାପ୍ରଭୁଙ୍କ ସୁନାବେଶକୁ ଟେଲିଭିଜନ ମାଧ୍ୟମରେ ହେଉଥିବା ସିଧାପ୍ରସାରଣ ଦେଖିପାରିବେ । ଗତକାଲି ସଂଧ୍ୟାରେ ଶ୍ରୀମନ୍ଦିର ସିଂହଦ୍ୱାରରେ ତିନି ରଥ ଲାଗିବା ପରେ ସେବାୟତମାନେ ବଡ଼ଦାଣ୍ଡରେ ବସି ଗୀତଗୋବିନ୍ଦ ଗାଇଥିଲେ। ବଡଦାଣ୍ଡରେ ସୃଷ୍ଟି ହୋଇଥିଲା ଆଧ୍ୟାତ୍ମକ ପରିବେଶ । ଶୃଙ୍ଖଳିତ ବାହୁଡାଯାତ୍ରା ପାଇଁ ସେବାୟତ ଓ ପୁରୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.