Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

‘ସୁନାଦେଇ ଆମ ମାଆ, ସୁନାବେଡା ଆମ ଜନ୍ମମାଟି’ : ବ୍ୟାଘ୍ର ପ୍ରକଳ୍ପ ବିରୋଧରେ ତାତିଲେ ଗାଁ ଲୋକେ

21/09/2021 at 8:23 AM

ନୂଆଦିଲ୍ଲୀ,୨୧/୦୯: ସୁନାଦେଇ ଆମ ମାଆ । ସୁନାବେଡା ଆମ ଜନ୍ମମାଟି । ମରିବୁ ପଛେ ଛାଡ଼ିବୁନି । ଏମିତି କିଛି ଚେତାବନୀ ଦେଇଛନ୍ତି ନୂଆପଡ଼ା ସୁନାବେଢ଼ା ଅଭୟାରଣ୍ୟରେ ରହୁଥିବା କିଛି ବାସିନ୍ଦା । ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ ମୋହର ମରାଯିବା ନେଇ ଜାଣିବା ପରେ ତାତିଲେଣି ଲୋକେ ।

ବାଘ ବଂଶ ବୃଦ୍ଧି କରାଯିବ । ଏଥିପାଇଁ ନୂଆପଡ଼ା ସୁନାବେଢ଼ା ଅଭୟାରଣ୍ୟକୁ ବ୍ୟାଘ୍ର ପ୍ରକଳ୍ପ ମାନ୍ୟତା ଦେବା ନେଇ ଗ୍ରୀନ ସିଗନାଲ ଦେଇଛନ୍ତି ସରକାର । ପ୍ରଥମ ପର୍ଯ୍ୟାୟରେ ୮ଟି ଗାଁକୁ ଉଚ୍ଛେଦ କରାଯିବ । ସୁନାବେଡା, ସୋସେଙ୍ଗ, ମିଛାପାଲି, କେରମେଲି, ଭରୁଆମୁଣ୍ଡା, ଚୁଲାଭାଟର ବନବାସୀମାନେ ଏକଜୁଟ ହୋଇ ନିଷ୍ପତ୍ତିର ବିରୋଧ କରିଛନ୍ତି । ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଲେଣି ଅଭୟାରଣ୍ୟ ବାସିନ୍ଦା । ମରିବୁ ପଛେ ଭିଟାମାଟି ଛାଡ଼ିବୁନି ବୋଲି କହିଲେଣି ବନବାସୀ । ଅଭୟାରଣ୍ୟରେ ଅନେକ ବନ୍ୟଜନ୍ତୁ ଅଛନ୍ତି । ହେଲେ ମାଆ ସୁନାଦେଇଙ୍କ ଆଶୀର୍ବାଦରୁ କେବେ କିଛି ହୋଇନି ।

କାହିଁ କେତେ ବର୍ଷରୁ ଅଭୟାରଣ୍ୟ ଭିତରେ ରହି ଆସୁଛନ୍ତି ଏମାନେ । ଜଙ୍ଗଲରୁ ମିଳୁଥିବା ପିତା କନ୍ଦା ସାଙ୍ଗକୁ ଚାର,ମହୁଲ ଭଳି ବିଭିନ୍ନ ଫଳ ମୂଳ ସଂଗ୍ରହ କରନ୍ତି । ତା ସାଙ୍ଗକୁ ସରକାରୀ ଯୋଜନାରେ ସାମିଲ ହୋଇ ପାଉଛନ୍ତି ଅନେକ ସୁବିଧା । ଏହା ଭିତରେ ଅଭୟାରଣ୍ୟ ଭିତରେ ଗଢ଼ି ଉଠିଲାଣି ୬୦ରୁ ଅଧିକ ଗାଁ । ରାସ୍ତା,ଘାଟ ସହ ଅନେକ ଯୋଜନାକୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ ଏବେ ବ୍ୟାଘ୍ର ପ୍ରକଳ୍ପ ପାଇଁ ଚିହ୍ନଟ ହେଲାଣି କୋର୍ ଜୋନ ଓ ବଫର ଜୋନ୍ । ଯାହାକୁ ନେଇ ବିରୋଧ ଜାରି ରହିଛି ।

   Related Posts