ସବୁଜ ପଲସର୍ ଆତଙ୍କ, ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ହାର

Published By : Prameya-News7 Bureau | April 24, 2021 IST

ସୋର,୨୪/୦୪ ମହିଳାଙ୍କ ବେକରୁ ସୁନା ହାର ଲୁଟ l ବାଲେଶ୍ୱର ଜିଲ୍ଲା ସୋର ଦେଇ ଯାଇଥିବା ଜାତୀୟ ରାଜପଥ ପାଇକାଳୀ ଠାରେ ଜଣେ ମହିଳାଙ୍କ ବେକରୁ ସୁନାହାର ଲୁଟ ହୋଇଛି l

ସୂଚନାନୁସାରେ, ସୋର ଥାନା ସରସଙ୍ଖରୁ ବାଲେଶ୍ୱର ଯାଉଥିବା ପିତାମ୍ବର ପଲେଇ ଓ ସ୍ତ୍ରୀ ମାନସୀ । ଏହି ସମୟରେ ମାନସୀଙ୍କ ବେକରୁ ସୁନା ହାର ଲୁଟ ହୋଇଛି l ତିନିଜଣ ଲୁଟେରା ଏକ ସବୁଜ ପଲସରରେ ପଛରୁ ଆସି ମାନସୀଙ୍କ ବେକରୁ ସୁନାହାର ଝାମ୍ପି ନେଇଥିଲେ । ଏହାପରେ ସେମାନେ ଫେରାର ହୋଇ ଯାଇଥିଲେ l ଘଟଣାକୁ ନେଇ ପିତାମ୍ବର ସୋର ଥାନାରେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.