ଆଜି ଶ୍ରୀଜିଉଙ୍କ ସୁନାବେଶ : ରଥ ଉପରେ ମହଣ ମହଣ ସ୍ବର୍ଣ୍ଣ ଅଳଙ୍କାରରେ ଝଲସିବେ ଶ୍ରୀବିଗ୍ରହ

Published By : Prameya-News7 Bureau | July 02, 2020 IST

ପୁରୀ ୨।୭: ଆଜି ଶ୍ରୀଜିଉଙ୍କ ସୁନାବେଶ । ରଥ ଉପରେ ମହଣ ମହଣ ସ୍ବର୍ଣ୍ଣ ଅଳଙ୍କାରରେ ଝଲସିବେ ଶ୍ରୀବିଗ୍ରହ । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ରଥ ଉପରେ ଶ୍ରୀଜିଉମାନଙ୍କ ସୁନାବେଶ ହେବ । ସୁନାବେଶ ଅପରାହ୍ନ ୪ଟାରୁ ଆରମ୍ଭ ହେବ ।

{"id":294622,"sizeSlug":"large"}

ଆଜି ସକାଳୁ ୩ ରଥରେ ମଙ୍ଗଳ ଆଳତି କରାଯାଇଛି । ଏହାପରେ ଅନ୍ୟାନ ନୀତିକାନ୍ତି ଚାଲିଛି। ଅପରାହ୍ନ ୪ ଟାରେ ହେବ ମେକାପ ସର୍ବାଙ୍ଗ । ୪ ଟାରୁ ସାଢେ ୫ ଟା ମଧ୍ୟରେ ସୁନାବେଶ ହେବାର ନୀତି ନିର୍ଘଣ୍ଟ କରାଯାଇଛି ।

{"id":294623,"sizeSlug":"large"}

ସୁନାବେଶ ପାଇଁ ପୁରୀରେ ଦିନ ୩ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ ଲାଗିବ । କରୋନା କଟକଣା ଭିତରେ ଗଣମାଧ୍ୟମ ଜରିଆରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିପାରିବେ ଭକ୍ତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.