ପ୍ରସିଦ୍ଧ ଘଟଗାଁ ମା’ ତାରିଣୀଙ୍କ ପୀଠରେ ସପ୍ତମୀ ପୂଜା, ସୁନା ବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ

Published By : Prameya-News7 Bureau | October 05, 2019 IST

ଘଟଗାଁ ୫।୧୦: ରାଜ୍ୟର ସମସ୍ତ ଶକ୍ତି ପୀଠରେ ଦୁର୍ଗତିନାସିନୀ ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ପ୍ରସିଦ୍ଧ ଘଟଗାଁ ମା’ ତାରିଣୀଙ୍କ ପୀଠରେ ଆଜି ସପ୍ତମୀ ପୂଜା ଚାଲିଛି । ଆଜି ଭକ୍ତଙ୍କୁ ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ ତାରିଣୀ ।

{"id":166568}

ତାରିଣୀ ମନ୍ଦିର ପରିସରରେ ଥିବା ମଣ୍ଡପରେ ମା’ଙ୍କ ସପ୍ତମୀ ପୂଜା ହେଉଛି । ମା’ଙ୍କୁ ସୁନା ବେଶରେ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । ସକାଳୁ ଦେହୁରୀ ମାନଙ୍କ ଦ୍ବାରା ମାଙ୍କର ସ୍ନାନ, ମଙ୍ଗଳ ଆଳତି ପରେ ମାଙ୍କୁ ସୁନା ବେଶରେ ସୁସଜ୍ଜିତ କରାଯାଇଥିଲା । ଆଜିଠୁ ୪ ଦିନ ଧରି ମା’ ସୁନା ବେଶରେ ଦର୍ଶନ ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.