Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଘଟଗାଁ ତାରିଣୀଙ୍କ ପୀଠରେ ମହାସପ୍ତମୀ, ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ

12/10/2021 at 8:22 AM

ଘଟଗାଁ ୧୨/୧୦: ପୀଠ ଗୁଡିକରେ ମହା ଅଷ୍ଟମୀ ପାଳିତ ହେଉଥିବା ବେଳେ ମଣ୍ଡପ ଗୁଡିକରେ ମହା ସପ୍ତମୀ ପାଳିତ ହେଉଛି । କିନ୍ତୁ ରାଜ୍ୟର ଅନ୍ୟତମ ଶକ୍ତିପୀଠ ଘଟଗାଁ ବାସିନି ମା ତାରିଣୀଙ୍କ ନିକଟରେ ଆଜି ମହାସପ୍ତମୀ ପାଳିତ ହେଉଛି । ଷଷ୍ଠ ଦିନରେ ଆଜି ମା କାତ୍ୟାୟାନୀ ରୂପ ଧାରଣ କରଛନ୍ତି । ଯାହାଙ୍କୁ ଯୋଦ୍ଧା ଦେବୀ ଭାବରେ ମଧ୍ୟ ଜଣାଶୁଣା ।

କାତ୍ୟାୟାନୀଙ୍କୁ ଦେବୀ ପାର୍ବତୀଙ୍କ ଅନ୍ୟତମ ହିଂସାତ୍ମକ ରୂପ ବୋଲି କୁହାଯାଇଥାଏ । ତା ସହିତ ଆଜି ମା ତାରିଣୀ ସୁନା ବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏହି ସୁନା ବେଶକୁ ଦେଖିବା ପାଇଁ ସକାଳୁ ସକାଳୁ ଦୂରଦୁରାନ୍ତରୁ ବହୁ ସଂଖ୍ୟାରେ ଭକ୍ତ ଛୁଟି ଆସିଛନ୍ତି । ଆଜିଠାରୁ ଭକ୍ତ ମାନେ ଚାରିଦିନ ବ୍ୟାପୀ ସପ୍ତମୀ ଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ମାଙ୍କର ସୁନା ବେଶକୁ ଦର୍ଶନ କରିବେ ।

ଭକ୍ତଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ମନ୍ଦିର ପରିସରରେ ମା ଦୁର୍ଗାଙ୍କ ମୃଣ୍ମୟୀ ମଣ୍ଡପ ନିର୍ମାଣ କରାଯାଇଛି । ତେବେ ସରକାରଙ୍କ କୋଭିଡ୍ ନିୟମ ଅନୁସାରେ ମୃଣ୍ମୟୀ ମଣ୍ଡପରେ ସାଧାରଣ ଦର୍ଶନ ମନା ହୋଇଛି । କେବଳ ପୂଜକ ମାନେ ମାଙ୍କର ଯଥା ରୀତିକାନ୍ତିରେ ପୂଜା କାର୍ଯ୍ୟ ସମାପନ କରିବେ ବୋଲି ଟ୍ରଷ୍ଟବୋର୍ଡ ପକ୍ଷରୁ ସୂଚନା ମିଳିଛି ।

   Related Posts