ଘଟଗାଁ ମା’ ତାରିଣୀଙ୍କ ପୀଠରେ ଦଶହରା, ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’

Published By : Prameya-News7 Bureau | October 08, 2019 IST

ଘଟଗାଁ ୮।୧୦: ଆଜି ଘଟଗାଁ ମା’ ତାରିଣୀଙ୍କ ପୀଠରେ ଦଶହରା । ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ମା’ଙ୍କ ପ୍ରିୟ ବାର ମଙ୍ଗଳବାରରେ ଦଶହରା ପଡୁଥିବାରୁ ସକାଳୁ ସକାଳୁ ଭକ୍ତଙ୍କ ଭିଡ ଲାଗିଛି ।

{"id":167527}

ସମସ୍ତେ ହାତରେ ମା’ଙ୍କ ପ୍ରିୟ ନାଲି ମନ୍ଦାର, ନାଲି ଶଙ୍ଖା ଭୋଗ ଡାଲାରେ ଧରି ମନ୍ଦିରରେ ଲମ୍ବା ଲାଇନ୍ ଲଗାଇଛନ୍ତି ଭକ୍ତ । ଶ୍ରଦ୍ଧାଳୁଙ୍କ ଭିଡକୁ ନଜରରେ ରଖି ମନ୍ଦିରରେ ୩୦ରୁ ଅଧିକ ପୂଜକ ନିୟୋଜିତ ଅଛନ୍ତି ।

{"id":167528}

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଅସ୍ଥାୟୀ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବା ସହ ଦର୍ଶନ ଓ ଭୋଗ ଲଗାଇବା ପାଇଁ ଭିନ୍ନ ଭିନ୍ନ ଧାଡିର ବ୍ୟବସ୍ଥା କରାଯାଇଛି । ମନ୍ଦିର ପରିସରରେ ବ୍ୟାପକ ପୋଲିସ ମୁତୟନ ହେବା ସହ ୬୪ଟି ସିସିଟିଭି ଲଗାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.