୮୨ ବର୍ଷପରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନରେ ମହାଯୋଗ, ଜାଣନ୍ତୁ ରାଶିମାନଙ୍କ ଉପରେ କ’ଣ ପଡିବ ପ୍ରଭାବ
30/06/2019 at 5:45 PM

ଜୁଲାଇରେ ଚାଲ ବଦଳାଇବେ ସୂର୍ଯ୍ୟ। ଯାହାର ପ୍ରଭାବ ପ୍ରାୟ ସବୁ ରାଶିଙ୍କ ଉପରେ ଅନଭୂତ ହେବ। ପ୍ରତି ମାସରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହୁଏ। ତେବେ ଆଗାମୀ ଦିନରେ ହେବାକୁ ଯାଉଥିବା ପରିବର୍ତ୍ତନ ପ୍ରାୟ ୮୨ ବର୍ଷ ପରେ ପଡୁଥିବା ମହାଯୋଗରେ ହେବ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କାଳରେ ବୁଧ ମହାଗ୍ରହଙ୍କ ମେଷ ରାଶିରେ ପ୍ରବେଶ ହେବ। ଯାହାକୁ ଜ୍ୟୋତିଷୀୟ ନଜରରେ ଏକ ବିଶାଳ ପରିବର୍ତ୍ତନର ଆକ୍ଷା ଦିଆଯାଉଛି। ତେବେ କିଛି ହେଉ କି ନ ହେଉଏହି ୪ଟି ରାଶିର ଲୋକେ କିନ୍ତୁ ନିଶ୍ଚିତ ପରିବର୍ତ୍ତନର ଶୁଭ ଫଳ ପାଇବେ ବୋଲି ଜ୍ୟୋତିଷ ଆକଳନ କରାଯାଇଛି।

ଏଥିରେ ରାଶି ଚକ୍ରର ପ୍ରଥମ ରାଶି ମେଷ, ତୃତୀୟ ରାଶି ମିଥୁନ, ସପ୍ତମ ରାଶି ତୁଳା ଓ ଏକାଦଶତମ ରାଶି କୁମ୍ଭ ବିଶେଷ ଶୁଭଫଳ ପ୍ରାପ୍ତ କରିବେ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସାଙ୍ଗକୁ ସ୍ୱ ରାଶିରେ ବୁଧଙ୍କ ଆଗମନ ଫଳରେ ମେଷ ରାଶି ଲୋକଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବ। ସରକାରୀ କାର୍ଯ୍ୟରେ ସଫଳତା ସାଙ୍ଗକୁ ଚାକିରୀଜୀବିଙ୍କ ପଦୋନ୍ନତି ସହ ବେତନ ବୃଦ୍ଧିର ପ୍ରବଳ ଯୋଗ ସୃଷ୍ଟି ହୋଇଛି। ପିତାଙ୍କ ସ୍ୱାସ୍ଥ୍ୟରେ ସୁଧାର ସହ ବାଣିଜ୍ୟ ବ୍ୟବସାୟରେ ବି ପ୍ରଚୁର ଲାଭ ଆଶା କରାଯାଉଛି।

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁ ମିଥୁନ ରାଶିର ଜାତକଙ୍କ କ୍ଷେତ୍ରରେ ଉତ୍ତମ ସମ୍ଭାବନା ସୃଷ୍ଟି ହୋଇଛି। ମିଥୁନରାଶି ଜାତକଙ୍କ ଜୀବନରେ ଖୁସି ଆସିବା ସହ ନୂଆ କ୍ୟାରିୟର ନିମନ୍ତେ ପଥ ଉନ୍ମୁକ୍ତ ହେବ। ତେବେ ଏହି ପରିବର୍ତ୍ତନ ଯୋଗୁ ଖର୍ଚ୍ଚ ମଧ୍ୟ ପ୍ରଚୁର ହେବ। ଭୌତିକ ସୁଖ ସୁବିଧା ନିମନ୍ତେ ପ୍ରଚୁର ବ୍ୟାୟ କରିବେ। ତେବେ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଯତ୍ନବାନ ହେବା ଆବଶ୍ୟକ। ତୁଳାରାଶି ଜାତକଙ୍କ ପାଇଁ ମଧ୍ୟ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ସକରାତ୍ମକ ପରିବର୍ତ୍ତନ ଆଭାସ ମିଳୁଛି। ଏହି ପରିବର୍ତ୍ତନ ଯୋଗୁ ରାଶିର ଲୋକଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେବା ସହ ଉର୍ଜାବାନ ମଧ୍ୟ ହେବେ।ହେଉ ନଥିବା କାମ ସହଜରେ ହେବା ସହ କାର୍ଯ୍ୟକ୍ଷେତ୍ରରେ ବିସ୍ତାର ମଧ୍ୟ ହେବ। ତେବେ ମାଙ୍କ ସ୍ୱାସ୍ଥ୍ୟପ୍ରତିଯତ୍ନବାନ ହୁଅନ୍ତୁ।ସମୟ ଆପଣଙ୍କ ପାଇଁ ଅନୁକୁଳ ରହିବ। ସେହିପରି କୁମ୍ଭ ରାଶି ଜାତକଙ୍କ ନିମନ୍ତେ ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ବିଶେଷ ଯୋଗକାରକେ ହେବ। ପରିବାରରେ ଶୁଖ, ଶାନ୍ତି ସହ ଆର୍ଥିକ ଲାଭ ମଧ୍ୟ ବଢିବ। ଧନାର୍ଜନ ନିମନ୍ତେ ଆପଣଙ୍କୁ କଠୋର ପରିଶ୍ରମ କରିବାକୁ ପଡିବ। ଆର୍ଥିକ ସ୍ଥିତିରେ ମଧ୍ୟ ଲଗାତାର ପରିବର୍ତ୍ତନ ହେବ। କରିଥିବା ପ୍ରୟାସରେ ନିଶ୍ଚିତ ସଫଳ ହେବେ। ଧନ,ଦୌଲତ ଓ ଟଙ୍କା ପଇସାରେ କମ୍ ହେବନି। ତେବେ ବଡ ବାହନ ଚଳାଇବା ବେଳେ ସତର୍କତାର ସହ ଚଳାନ୍ତୁ।