ଅପ୍ରେଲ ୧୫ରେ ମେଷ ରାଶିକୁ ପ୍ରବେଶ କରିବେ ସୂର୍ଯ୍ୟ, ଜାଣନ୍ତୁ କାହାପାଇଁ ଶୁଭ କାହାକୁ ଅଶୁଭ
31/03/2020 at 6:00 PM

ସୂର୍ଯ୍ୟ ଗୋଟିଏ ରାଶିରେ ପାଖାପାଖି ମାସେ ରୁହନ୍ତି। ରାଶି ଚକ୍ରର ପଞ୍ଚମ ରାଶି ସିଂହଙ୍କ ସ୍ବାମୀ ଶକ୍ତିର କାରକ ବୋଲି ଜଣା ଯାଆନ୍ତି। ଜାତକରେ ସୂର୍ଯ୍ୟ ମଜବୁତ ହେଲେ ଆତ୍ମବଳ ବୃଦ୍ଧି ପାଇଥାଏ। ସୂର୍ଯ୍ୟ ଅପ୍ରେଲ୍ ୧୫ତାରିଖରେ ମେଷ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏଥିପାଇଁ ଏହି ଦିନ ମେଷ ସଂକ୍ରାନ୍ତି ପାଳନ କରାଯିବ। ଏହା ସହିତ ଏହି ଦିନଠୁ ସୌର ନବବର୍ଷ ଆରମ୍ଭ ହେବ। ଅପ୍ରେଲ୍ ୧୩ତାରିଖ ଦିନ ବୈଶାଖୀ ପର୍ବ। ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ ସମସ୍ତ ରାଶି ଉପରେ କି ପ୍ରଭାବ ପଡ଼ିବ।
ମେଷ : ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ସକରାତ୍ମକ ହେବ। ଏହା ଆପଣଙ୍କ ଜୀବନରେ ଉତ୍ସାହ ଏବଂ ଉଦ୍ଦୀପନା ଆଣି ଦେବ। ଆପଣଙ୍କ ଆତ୍ମବଳ ମଜବୁତ ହେବ। ଚାକିରୀ କରୁଥିବା ଲୋକଙ୍କୁ ଅଫିସରେ ସମ୍ମାନ ପ୍ରାପ୍ତ ହେବ।
ବୃଷ : ଆପଣଙ୍କ ଖର୍ଚ୍ଚ ବୃଦ୍ଧି ହେବ। ଆପଣଙ୍କୁ ନିଜ ଖର୍ଚ୍ଚ ଉପରେ କାବୁ କରିବାକୁ ପଡ଼ିବ। ଚକ୍ଷୁ ସମସ୍ୟା ଭୋଗିବେ।
ମିଥୁନ : ଆପଣଙ୍କୁ ଏହା ଲାଭ ପ୍ରଦାନ କରିବ। ଆପଣଙ୍କ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଆପଣଙ୍କ ଶରୀରରେ ନୂତନ ଶକ୍ତି ସଞ୍ଚାର ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ହେବ। ବ୍ୟକ୍ତିଗତ ସ୍ତରରେ ସମ୍ପର୍କ ଭଲ ରହିବ।
କର୍କଟ : ଆପଣଙ୍କୁ ଏହି ସମୟରେ ନିଜ ପ୍ରଫେସନାଲ୍ ଲାଇଫରେ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଏହି ସମୟରେ ଆପଣ ନିଜ ବରିଷ୍ଠ ଅଧିକାରୀଙ୍କୁ ଖୁସି କରି ପାରନ୍ତି।
ସିଂହ : ଆପଣଙ୍କ ପାଇଁ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଭାଗ୍ୟଶାଳୀ ରହିବ। ଭାଗ୍ୟ ଆପଣଙ୍କ ପାଇଁ ସହାୟକ ହେବ। ପୈତୃକ ସମ୍ପତ୍ତି ପାଇ ପାରନ୍ତି। ଧନ ପ୍ରାପ୍ତିର ଯୋଗ ରହିଛି।
କନ୍ୟା : ଆପଣଙ୍କୁ ଏହି ସମୟରେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଆପଣଙ୍କ ଭିତରେ ଆତ୍ମବିଶ୍ବାସର ଅଭାବ ରହିବ। କାର୍ଯ୍ୟସ୍ଥଳରେ ଆପଣଙ୍କୁ ଏକାଗ୍ରତାର ସହିତ କାମ କରିବାକୁ ପଡ଼ିବ।
ବିଛା : ଆପଣଙ୍କୁ ଆପଣଙ୍କ ଶତ୍ରୃଙ୍କ ପ୍ରତି ସାବଧାନ ରହିବାର ଆବଶ୍ୟକତା ରହିଛି। ସ୍ବାସ୍ଥ୍ୟ ପ୍ରତି ସଜାଗ ରହିବେ। ପ୍ରେମ ଜୀବନରେ ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ରହିବ।
ଧନୁ : ଆପଣଙ୍କୁ ନିଜ ଜୀବନରେ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିବ। ସନ୍ତାନ ପକ୍ଷରୁ ଶୁଭ ସମାଚାର ପାଇବେ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ପ୍ରେମ ଜୀବନ ଭଲରେ କଠିବ ନାହିଁ।
ମକର : ଆପଣଙ୍କ କ୍ୟାରିୟରରେ କିଛି ନୂଆ ହୋଇପାରେ। ଚାକିରୀ ପରିବର୍ତ୍ତନ କରି ପାରନ୍ତି। ଆପଣ ନିଜ ଲଭ ଲାଇଫକୁ ନେଇ ମଧ୍ୟ କୌଣସି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି।
କୁମ୍ଭ : ଆପଣଙ୍କ ଚାକିରୀରେ ପରିବର୍ତ୍ତନ ହେବ। ଯେଉଁମାନେ ରୋଜଗାରରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ ଏଥିପାଇଁ ଏକ ଅବସର ମିଳିପାରେ। ରୋମାଣ୍ଟିକ୍ ଲାଇଫରେ ନିଜ ପାର୍ଟନରଙ୍କ ସହ ଭଲ ଟାଇମ୍ ସ୍ପେଣ୍ଡ କରିପାରନ୍ତି।
ମୀନ : ଆପଣଙ୍କ ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ
ରହିବ। ବ୍ୟବସାୟ ପରିବର୍ତ୍ତନ କରି ପାରନ୍ତି। ସୁସ୍ଥ ରହିବେ। ସଫଳତା ଲାଭ କରିବେ।