Wednesday, December 11, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନଭେମ୍ବର ୧୭ରେ ସୂର୍ଯ୍ୟ ବଦଳାଇବେ ରାଶି, ତୁଳାରୁ ଯିବେ ବୃଶ୍ଚିକକୁ, ଜାଣନ୍ତୁ ଦେଶଦୁନିଆ ଓ ଆପଣଙ୍କ ଲାଗି କିପରି ରହିବ ମାସ

ରବିବାର ନଭେମ୍ବର ୧୭ ତାରିଖରେ ସୂର୍ଯ୍ୟ ତୁଳାରାଶିରୁ ବୃଶ୍ଚିକରେ ପ୍ରବେଶ କରିବେ। ମିତ୍ର ମଙ୍ଗଳଙ୍କ ସ୍ୱାମିତ୍ୱ ରାଶି ବୃଶ୍ଚିକରେ ସୂର୍ଯ୍ୟ ମାସ ତମାମ ଅବସ୍ଥାନ କରିବେ। ଏଠାରେ ସୂର୍ଯ୍ୟଙ୍କ ଅବସ୍ଥାନକୁ ଅନେକ ଦୃଷ୍ଟିରୁ ଶୁଭ ବୋଲି ବିବେଚନା କରାଯାଉଛି। ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁ ପ୍ରଶାସନରେ ସ୍ଥିରତା ଆସିବ। ଏବେ ରାଜନୀତିରେ ସମ୍ପୃକ୍ତ ଲୋକେ ସଞ୍ଜମ ଆଚରଣ କରିବେ। ସେମାନଙ୍କ ବାଣିରେ ସଞ୍ଜମତା ରହିବ।

ସୂର୍ଯ୍ୟଙ୍କ ଚଳନ ହେତୁ ପ୍ରାକୃତିକ ବିପଦରୁ ତ୍ରାହି ମିଳିବ। ଏହା ଛଡା ବଜାର ଦର ନିୟନ୍ତ୍ରିତ ହେବ। ସୁନା ରୂପା ଦରରେ ପୁଣିଚମକ ଫେରିବା ସହ ସେୟାର ବଜାର ମଧ୍ୟ ଗତି ଧରିବ। ତେବେ ଆସନ୍ତୁ ଜାଣିବା ୧୨ ରାଶିଙ୍କ ଉପରେ କିପିର ରହିବ ସୂର୍ଯ୍ୟଙ୍କ ପ୍ରଭାବ। ମେଷ ରାଶିଜାତକଙ୍କୁ ସୂର୍ଯ୍ୟ କୌଣସି ବଡ କାର୍ଯ୍ୟରେ ସଫଳତା ପ୍ରଦାନ କରିବେ। ତେବେ ମାସଟି ଖର୍ଚ୍ଚ ବହୁଳରହିବ। ବାଣିଜ୍ୟ ବ୍ୟବସାୟରେ ସଫଳତାଅବଶ୍ୟ ମିଳିବ।

ବୃଷ ରାଶିଜାତକଙ୍କ ଲାଗି ସପ୍ତମ ସୂର୍ଯ୍ୟ ମଙ୍ଗଳକାରୀ ସାବ୍ୟସ୍ତ ହେବେ। କାର୍ଯ୍ୟରେ ସଫଳତା ମିଳିବ। କାର୍ଯ୍ୟ ବିସ୍ତାରିତ ହେବା ସହ ସରକାରୀ ଅଧିକାରୀଙ୍କ ସହଯୋଗ ମିଳିବ। ମିଥୁନ ରାଶିଜାତକଙ୍କ ଲାଗି ଷଷ୍ଠ ସୂର୍ଯ୍ୟ ସଫଳତା ପ୍ରଦାନ କରିବେ ହେଲେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିବେ। ପାରିବାରିକ ଦାୟିତ୍ୱ ବୃଦ୍ଧି ହେବ। କର୍କଟ ରାଶିଜାତକଙ୍କ ଲାଗି ପଞ୍ଚମ ସୂର୍ଯ୍ୟ ଅଟକି ରହିଥିବା କାର୍ଯ୍ୟକୁ ସଫଳ କରିବେ। ନିକଟ ସମ୍ପର୍କିୟଙ୍କ ସୂତ୍ରରୁ ଲାଭ ମିଳିବ। ସେହିପରି ସିଂହରାଶି ଜାତକଙ୍କ ଲାଗି ଚତୁର୍ଥ ସୂର୍ଯ୍ୟ ପ୍ରତିଷ୍ଠା ବୃଦ୍ଧି କରିବେ। ଯେଉଁ ଆର୍ଥିକ କଷ୍ଟ ଭୋଗ କରୁଥିଲେ ସେଥିରୁ ମୁକୁଳିବାର ବାଟ ଖୋଲିବ।

କନ୍ୟାରାଶିଜାତକଙ୍କ ଲାଗି ତୃତୀୟ ସୂର୍ଯ୍ୟ ଲାଭକାରୀ ସାବ୍ୟସ୍ତ ହେବେ। ପରବାରରେ ମାନସମ୍ମାନ ବୃଦ୍ଧି ହେବ। ଆର୍ଥିକ ସମୃଦ୍ଧିର ବାଟ ଖୋଲିବ। ତୁଳାରାଶି ଜାତକଙ୍କ ଲାଗି ଦ୍ୱିତୀୟ ସୂର୍ଯ୍ୟ ବାଧା ଦୂର କରିବେ। ଅନ୍ୟ ଉପରେ ଆଉ ନିର୍ଭର କରିବାକୁ ପଡିବନି। ନିଜ କାମ ନିଜେ କରିପାରିବେ। ବ୍ୟବହାରରେ ସଞ୍ଜମତା ରକ୍ଷା କରନ୍ତୁ। ବିଛା ରାଶି ଜାତକଙ୍କ ଲାଗି ସୂର୍ଯ୍ୟ ସମସ୍ତ ପ୍ରକାର ମଙ୍ଗଳର ସମ୍ଭାବନା ସୃଷ୍ଟି କରିବେ। ଅନେକ ପ୍ରକାର ସଫଳତା ସାଙ୍ଗକୁ  ଧନପ୍ରାପ୍ତି ମଧ୍ୟ ହେବ।

ଧନୁରାଶି ଜାତକଙ୍କ ଲାଗି ଦ୍ୱାଦଶ ସୂର୍ଯ୍ୟ ସମସ୍ୟା ସୃଷ୍ଟି କରିପାରନ୍ତି। ତେବେ ଆର୍ଥିକ ଭାବେ ସମ୍ପନ୍ନ ବି କରିବେ। ଯାନବାହନ ଚଳାଚଳରେ ସାବଧାନତା ଅବଲମ୍ବନ କରନ୍ତୁ। ମକର ରାଶି ଜାତକଙ୍କ ଲାଗି ସୂର୍ଯ୍ୟ ଆତ୍ମବିଶ୍ୱାସ ବୃଦ୍ଧିକରିବେ। ସମସ୍ତ କାର୍ଯ୍ୟ ସମୟରେ ସରିବ। ଆଧ୍ୟାତ୍ମିକ ସଫଳତା ସାଙ୍ଗକୁ ପରିବାରରେ ଖୁସିର ପରିବେଶ ରହିବ।

କୁମ୍ଭରାଶି ଜାତକଙ୍କ ଲାଗି ୧୦ମ ସୂର୍ଯ୍ୟ ସାଙ୍ଗସାଥୀ ଓ ପରିବାରରେ ମତଭେଦ କରାଇପାରନ୍ତି। ଏଣୁ ସଞ୍ଜମତା ଅବଲମ୍ବନ କରିବା ଉତ୍ତମ ହେବ। କାର୍ଯ୍ୟକୁ ପ୍ରାଥମିକତା ପ୍ରଦାନ କରନ୍ତୁ। ସେହିପରି ମୀନ ରାଶି ଜାତକଙ୍କ ଲାଗି ନବମ ସୂର୍ଯ୍ୟ ୟୋଗୁ  କାର୍ଯ୍ୟରେ ପରିବର୍ତ୍ତନ ଲାଗି  ମନ କରିବେ। ସମ୍ପର୍କରେ ସୁଧାର ହେବ ଓ ବ୍ୟକ୍ତିତ୍ୱବୃଦ୍ଧିକାରକ ହେବ।

3779 Views

   ସମ୍ବନ୍ଧିତ ଖବର