Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||
  • ଖଲ୍ଲିକୋଟ : ଜମିଜମା ବିବାଦକୁ କେନ୍ଦ୍ରକରି ଗାଁରୁ ବାସନ୍ଦ, ନ୍ୟାୟ ଦାବିରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଆମରଣ ଅନଶନରେ ବସିଲେ ବୃଦ୍ଧ ଦମ୍ପତ୍ତି
  • ||
  • ଭୁବନେଶ୍ବର : ଦରଦାମ୍ ବୃଦ୍ଧି ପ୍ରତିବାଦ ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ବିଜେଡିର ଧାରଣା
  • ||
  • ଭୁବନେଶ୍ବର : ବିଧାନସଭା ଶୀତକାଳୀନ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ଧର୍ମଗଡ : ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||

ବିଛା ରାଶିରେ ବିରାଜମାନ କରିବେ ଗ୍ରହମାନଙ୍କ ରାଜା ସୂର୍ଯ୍ୟ: ଏହି ୪ ରାଶି ଉପରେ ପଡିବ ବିଶେଷ ପ୍ରଭାବ

9/11/2021 at 9:43 PM

ଭୁବନେଶ୍ୱର ୦୯/୧୧ : ସୂର୍ଯ୍ୟ ଗ୍ରହ ରାଶି ବଦଳାଇବାକୁ ଯାଉଛନ୍ତି। ବର୍ତ୍ତମାନ ସୂର୍ଯ୍ୟ ତୁଳା ରାଶିରେ ବିରାଜମାନ। କିନ୍ତୁ ପାଞ୍ଜି ଅନୁସାରେ ନଭେମ୍ବର ୧୬ ତାରିଖରେ କାର୍ତ୍ତିକ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥିରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବେ। ଏହି ଦିନ ସୂର୍ଯ୍ୟ ତୁଳା ରାଶିରୁ ବିଛା ରାଶିକୁ ପ୍ରବେଶ କରିବେ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ କେଉଁ କେଉଁ ରାଶି ପ୍ରଭାବିତ ହେବେ ଜାଣନ୍ତୁ।

ସିଂହ – ସୂର୍ଯ୍ୟଙ୍କ ଗୋଚର ସିଂହ ରାଶି ପାଇଁ ମହତ୍ତ୍ୱପୂର୍ଣ୍ଣ। କିଛି ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡିବ। ସୂର୍ଯ୍ୟଙ୍କ ଗୋଚର ସିଂହ ରାଶିର ତୃତୀୟ ଭାବରେ ହେବ। ଏହି ଗୋଚର କାଳରେ ଉର୍ଜାର ଅଭାବ ଅନୁଭବ କରିପାରନ୍ତି। କୌଣସି ଦାୟିତ୍ତ୍ୱବାନ ପଦବୀରେ ଥିଲେ ସହଯୋଗୀଙ୍କ ସହ ଶାଳୀନତା ସହ ବ୍ୟବହାର କରନ୍ତୁ । ଅଧିକାରୀଙ୍କ ଦୁରୁପଯୋଗ କରନ୍ତୁ ନାହିଁ। ନଚେତ ସମସ୍ୟା ସମ୍ମୁଖୀନ ହୋଇପାରନ୍ତି । ଟାର୍ଗେଟ ପୁରା କରିବାରେ ସମସ୍ୟା ହୋଇପାରେ। ଧାର୍ଯ୍ୟର ସହ କାମ କରନ୍ତୁ। କ୍ରୋଧ ଓ ଅହଙ୍କାରଠୁ ଦୁରେଇ ରହିବାକୁ ଚେଷ୍ଟା କରନ୍ତୁ। ନିଜ ଛବି ଉତ୍ତମ କରିବାକୁ ପ୍ରୟାସ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

କନ୍ୟା – ଧନ ସଞ୍ଚୟ ମାମଲାରେ ସୂର୍ଯ୍ୟଙ୍କ ଗୋଚର ସମସ୍ୟା ସୃଷ୍ଟି କରିପାରେ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ ଖର୍ଚ୍ଚ ବୃଦ୍ଧି ହୋଇପାରେ। ଖର୍ଚ୍ଚ ପ୍ରତି ଦୃଷ୍ଟି ଦେବାକୁ ହେବ। ଆୟରୁ ଅଧିକ ବ୍ୟୟ ହେବା ଯୋଗୁଁ ମାନସିକ ଦୁଶ୍ଚିନ୍ତାର ସମ୍ମୁଖୀନ ହୋଇପାରନ୍ତି। ଧାର୍ଯ୍ୟର ସହ କାମ କରନ୍ତୁ। କାହାର ଅନିଷ୍ଟ ଚିନ୍ତା କରନ୍ତୁନି, ଏଥିପାଇଁ ଆପଣଙ୍କ ହାନି ହୋଇପାରେ। ଲୋକଙ୍କ ପ୍ରତି ମଧୁର ବାଣୀ ବ୍ୟବହାର କରନ୍ତୁ। ବିବାଦ ସ୍ଥିତିରୁ ଦୁରେଇ ରୁହନ୍ତୁ।

ତୁଳା – କାର୍ଯ୍ୟଭରା ବୃଦ୍ଧି ପାଇବ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ କିଛି ମାମଲାରେ ଭଲ ପରିଣାମ ଦେଇପାରେ। ଧନ ମାମଲାରେ ସଫଳତା ମିଳିପାରେ। ଯଦି କୌଣସି ନୂଆ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହେଲେ ସଫଳତା ମିଳିବ। କିନ୍ତୁ ତରତର ନ ହୋଇ ଧାର୍ଯ୍ୟ ଧରି କରନ୍ତୁ। ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ପୂର୍ବରୁ ବିଶେଷଜ୍ଞଙ୍କ ମତାମତ ନିଶ୍ଚୟ ନିଅନ୍ତୁ। ଲେଣଦେଣରେ ସତର୍କ ରୁହନ୍ତୁ।

ବିଛା – ସୂର୍ଯ୍ୟ ବିଛା ରାଶିରେ ବିରାଜମାନ କରିବେ। ସେଥିପାଇଁ ସବୁଠାରୁ ଅଧିକ ପ୍ରଭାବ ବିଛା ରାଶି ଉପରେ ପଡିବ। ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଆପଣଙ୍କୁ ସାହସୀ କରିବ। ଏହି ସମୟରେ ବଡ ନିଷ୍ପତ୍ତି ନେଇପାରନ୍ତି। ବିଛା ରାଶିରେ କେତୁ ପୂର୍ବରୁ ବିରାଜମାନ ଅଛନ୍ତି। ସୂର୍ଯ୍ୟ ଓ କେତୁର ସଂଯୋଗ ଜୀବନରେ ହଠାତ ହେବାକୁଥିବା ଘଟଣାର କାରଣ ହୋଇପାରେ। ଚାକିରୀକୁ ନେଇ କୌଣସି ରିସ୍କ ନିଅନ୍ତୁ ନାହିଁ। ଭୁଲ ତରିକାରେ ଧାଵା ପ୍ରାପ୍ତ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଖରାପ ଲୋକଙ୍କ ଠାରୁ ଦୁରେଇ ରୁହନ୍ତୁ।

   Related Posts