ଧନୁ ରାଶିରେ ସୂର୍ଯ୍ୟ : ଜାଣନ୍ତୁ ଆପଣଙ୍କ ରାଶି ଉପରେ ପଡ଼ିବ କିଭଳି ପ୍ରଭାବ

Published By : Prameya-News7 Bureau | December 12, 2019 IST

ସୂର୍ଯ୍ୟ ଦେବତା ବିଛା ରାଶିର ଯାତ୍ରା ସମ୍ପନ୍ନ କରି ଡିସେମ୍ବର ୧୬ତାରିଖରେ ଦ୍ବିପ୍ରହର ୩ଟା ବାଜି ୨୫ମିନିଟରେ ବୃହସ୍ପତିର ରାଶି ଧନୁରେ ପ୍ରବେଶ କରିବେ। ଏହି ରାଶିରେ ସୂର୍ଯ୍ୟ ଦେବତା ଜାନୁୟାରୀ ୧୪ତାରିଖରେ ମଧ୍ୟରାତ୍ରି ପରେ ୪ଟା ବାଜି ୫ମିନିଟରେ ଭ୍ରମଣ କରିବେ,ଏହା ପରେ ନିଜ ପୁତ୍ର ଶନିଙ୍କ ରାଶି ମକର ରାଶିରେ ପ୍ରବେଶ କରି ଉତ୍ତରାୟଣ ଆଡ଼କୁ ମୁହାଁଇବେ।

{"id":196773,"sizeSlug":"large"}

ଧନୁ ରାଶିରେ ପୂର୍ବରୁ ହିଁ ଗୁରୁ,ଶନି ଏବଂ କେତୁ ବିରାଜମାନ ଅଛନ୍ତି ଯେଉଁମାନେ ରହିବା ଦ୍ବାରା ଚତୁର୍ଗ୍ରହୀ ଯୋଗ ନିର୍ମାଣ ହେବ। ଏହି ସଂଯୋଗ ପ୍ରଭାବରେ ପୃଥିବୀରେ ପ୍ରାକୃତିକ ଦୁର୍ବିପାକ ଯେପରିକି ପ୍ରବଳ ବର୍ଷା, ବରଫପାତ,ଶୀତ ଲହଡ଼ି, ଅଗ୍ନିକାଣ୍ଡ,ଝଡ଼ ତୋଫାନ ଏବଂ ଭୂମିକମ୍ପର ଯୋଗ ସୃଷ୍ଟି ହେବ। ଏହି ଯୋଗ ଧନୁ ରାଶିରେ ହେଉଛି ଏଥିପାଇଁ ରାଶିର ମୂଳ ତ୍ରିକୋଣ ମେଷ ଏବଂ ସିଂହ ରାଶି ସାବଧାନ ରହିବାର ଆବଶ୍ୟକତା ରହିଛି। ସୂର୍ଯ୍ୟ ଧନୁ ରାଶିରେ ପ୍ରବେଶ କରିବା ଦ୍ବାରା ସମସ୍ତ ୧୨ଟି ରାଶି ଉପରେ କିପରି ପ୍ରଭାବ ରହିବ ଆସନ୍ତୁ ଜାଣିବା

{"id":196775,"sizeSlug":"large"}

୧.ମେଷ ରାଶି : ଆପଣଙ୍କ ଭାଗ୍ୟ ଭାବରେ ସୂର୍ଯ୍ୟଙ୍କ ପ୍ରବେଶ ମିଶ୍ରିତ ଫଳ ପ୍ରଦାନ କରିବ। କାର୍ଯ୍ୟକ୍ଷେତ୍ରରେ ଏହି ସଂଯୋଗ ଶୁଭ ରହିବ କିନ୍ତୁ କୌଣସି କାର୍ଯ୍ୟ ବିନା ବାଧାରେ ସମ୍ପନ୍ନ ହେବ ନାହିଁ। ଏଥିପାଇଁ ଆପଣଙ୍କ ଧୈର୍ଯ୍ୟ ଏବଂ ସଂଯମର ପରୀକ୍ଷା ହେବ। ଶିକ୍ଷାଗତ ମାମଲାରେ ସଫଳତା ମିଳିବ। ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ଧର୍ମ-କର୍ମ ମାମଲାରେ ଅଂଶ ଗ୍ରହଣ କରିବେ। ବିଦେଶ ଯାତ୍ରାରେ ବାଧା ସୃଷ୍ଟି ହେବ।

{"id":196776,"sizeSlug":"large"}

ବୃଷ ରାଶି : ବୃଷ ରାଶିରେ ଅଷ୍ଟମ ଭାବରେ ସୂର୍ଯ୍ୟ ଯିବା ଫଳରେ ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ହେବ କିନ୍ତୁ ପ୍ରଭାବ ବୃଦ୍ଧି ହେବ। ସମାଜରେ ମାନ ସମ୍ମାନ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସହ ମଧୁର ସମ୍ପର୍କ ସ୍ଥାପନ କରନ୍ତୁ। ଝଗଡ଼ା ବିବାଦରୁ ଦୂରେଇ ରୁହନ୍ତୁ। ବାପା ମାଆଙ୍କ ସ୍ବାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ। ଏହି ଗ୍ରହର ପୂର୍ଣ୍ଣ ଦୃଷ୍ଟି ଆପଣଙ୍କ ଧନଭାବରେ ପଡ଼ିବା ଯୋଗୁଁ ଫଳସ୍ବରୂପ ଆକସ୍ମିକ ଧନ ପ୍ରାପ୍ତିର ଯୋଗ ରହିଛି। କୌଣସି ମହଙ୍ଗା ବସ୍ତୁ କ୍ରୟ କରି ପାରନ୍ତି।

{"id":196778,"sizeSlug":"large"}

 ମିଥୁନ ରାଶି : ଆପଣଙ୍କ ରାଶିର ସପ୍ତମ ଭାବରେ ଏହି ସଂଯୋଗ ବ୍ୟବସାୟ ଦୃଷ୍ଟିରୁ ଉତ୍ତମ ରହିବ। କିନ୍ତୁ ଦାମ୍ପତ୍ୟ ଜୀବନରେ କିଛି କଟୁତା ଆସିପାରେ। ଶ୍ବଶୁର ଘରେ ସମ୍ପର୍କ ଖରାପ କରିବାକୁ ଦିଅନ୍ତୁ ନାହିଁ। ବିବାହ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ଶାସନ ସତ୍ତାର ପୂର୍ଣ୍ଣ ସୁଖ ମିଳିବ। କେନ୍ଦ୍ର ଅଥବା ରାଜ୍ୟ ସରକାରଙ୍କ ଅନୁଷ୍ଠାନରେ ଚାକିରୀ ପାଇଁ ଆବେଦନ କରିବାକୁ ଯଦି ଚାହୁଁଥାଆନ୍ତି ତେବେ ଏହି ସଂଯୋଗ ଭଲ ରହିବ। ସ୍ବାସ୍ଥ୍ୟ ପ୍ରତି ବିପରୀତ ପ୍ରଭାବ ପଡ଼ିପାରେ।

{"id":196780,"sizeSlug":"large"}

କର୍କଟ ରାଶି : ଆପଣଙ୍କ ଶତ୍ରୁ ଭାବରେ ଏହି ଗ୍ରହର ସଂଯୋଗ ମିଶ୍ରିତ ଫଳ ପ୍ରଦାନ କରିବ। ଶତ୍ରୁ ସୃଷ୍ଟି ହେବେ ଏବଂ ବିନାଶ ମଧ୍ୟ ହେବେ। କରଣ ନେଣଦେଣରୁ ଦୂରେଇ ରୁହନ୍ତୁ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କୋର୍ଟ କଚେରୀ ମାମଲାରୁ ମୁକ୍ତି ମିଳିବାର ଯୋଗ ରହିଛି। କିଛି ଅଶୁଭ ସମାଚାରରୁ ମାନସିକ କଷ୍ଟ ହେବ। ଅଧିକ ଖର୍ଚ୍ଚ କରନ୍ତୁ ନାହିଁ।

{"id":196781,"sizeSlug":"large"}

ସିଂହ ରାଶି : ଆପଣଙ୍କ ପଞ୍ଚମ ଭାବରେ ଏହି ସଂଯୋଗ ଶିକ୍ଷା ପ୍ରତିଯୋଗିତାରେ ସଫଳତା ପ୍ରଦାନ କରିବ। ଯଦି ଆପଣ ପ୍ରଶାସନିକ ଚାକିରୀ ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ଆହୁରି ଉଦ୍ୟମ କରନ୍ତୁ। କାରଣ ଏହି ସମୟରେ ସଫଳତା ପାଇବାର ସମ୍ଭାବନା ରହିଛି। ନବ ଦମ୍ପତ୍ତିଙ୍କ ପାଇଁ ସନ୍ତାନ ସୁଖ ପାଇବାର ଯୋଗ ରହିଛି। ବଡ଼ ଭାଇଙ୍କ ସହ ମତଭେଦ ହେବ। ଅଟକିଥିବା ଧନ ପାଇବେ।

{"id":196782,"sizeSlug":"large"}

କନ୍ୟା ରାଶି : ଆପଣଙ୍କ ରାଶିରେ ଚତୁର୍ଥ ଭାବରେ ଏହି ସଂଯୋଗ ପାରିବାରିକ କଳହ ଏବଂ ମାନସିକ ଅଶାନ୍ତି ବୃଦ୍ଧି କରିପାରେ। ଚୋରଙ୍କଠୁ ସାବଧାନ ରୁହନ୍ତୁ। ମାଆ ବାପାଙ୍କ ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ।

{"id":196783,"sizeSlug":"large"}

ତୁଳା ରାଶି : ତୁଳା ରାଶିର ବ୍ୟକ୍ତି ତାଙ୍କ ଜିଦ ଉପରେ ନିୟନ୍ତ୍ରଣ ରଖି କାର୍ଯ୍ୟକୁ ଅନ୍ତିମ ରୂପ ଦେବେ। ବିଦେଶ ଯାତ୍ରାର ଯୋଗ ହୋଇପାରେ। ମାଙ୍ଗଳିକ କାର୍ଯ୍ୟରେ ଶୁଭ ଅବସର ମିଳିବ।

{"id":196784,"sizeSlug":"large"}

ବିଛା ରାଶି : ବିଛା ରାଶିର ଧନ ଭାବରେ ଗୋଚର ପାରିବାରିକ କଳହ ଏବଂ ମାନସିକ ପୀଡ଼ା ବଢ଼ାଇବ। କିନ୍ତୁ ଆର୍ଥିକ ଦୃଷ୍ଟିରୁ ଭଲ ସଂଯୋଗ ହେବ। ଏହି ସମୟରେ ଆପଣଙ୍କୁ ପ୍ରତ୍ୟେକ କାର୍ଯ୍ୟ ବୁଝି ବିଚାରି କରିବେ। ସ୍ବାସ୍ଥ୍ୟ ଉପରେ ମଧ୍ୟ କୁପ୍ରଭାବ ପଡ଼ିବ। ନିଜ ଲୋକ ଆପଣଙ୍କୁ ଷଡ଼ଯନ୍ତ୍ରର ଶିକାର କରି ପାରନ୍ତି। କାର୍ଯ୍ୟ ଯୋଜନାକୁ ଗୋପନୀୟ ରଖି ଅନ୍ତିମ ରୂପ ଦିଅନ୍ତୁ।

{"id":196786,"sizeSlug":"large"}

ଧନୁ ରାଶି : ଆପଣଙ୍କ ରାଶିରେ ଏତେ ଗ୍ରହର ମିଳନ ସାହସ ଏବଂ ଧୈର୍ଯ୍ୟର ପରୀକ୍ଷା ନେବ। ସ୍ବାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ। ନିଜ ଶକ୍ତିର ପୂର୍ଣ୍ଣ ଉପଯୋଗ କରି କାର୍ଯ୍ୟ ବ୍ୟବସାୟକୁ ଅନ୍ତିମ ରୂପ​‌ ଦେବେ। ଯଦି ଆପଣ ଚାକିରୀ କରୁଛନ୍ତି ତେବେ ଉପରସ୍ଥ ଅଧିକାରୀଙ୍କ ସହ ଭଲ ସମ୍ପର୍କ ରଖନ୍ତୁ। ଦାମ୍ପତ୍ୟ ଜୀବନ ପାଇଁ ଏହି ସମୟ ଭଲ ସଙ୍କେତ ନୁହେଁ ଏଥିପାଇଁ କଟୁତା ଆଣିବାକୁ ଦିଅନ୍ତୁ ନାହିଁ। ପ୍ରେମ ମାମଲାରେ ଅବିଶ୍ବାସ ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ।

{"id":196787,"sizeSlug":"large"}

ମକର ରାଶି : ଆପଣଙ୍କ ରାଶିରେ ଦ୍ବାଦଶ ଭାବରେ ଏହି ସଂଯୋଗ ଅତ୍ରଧିକ ଦୌଡ଼ାଦୌଡ଼ି ଏବଂ ଯାତ୍ରାର ସଂଯୋଗ ହେବ। କଷ୍ଟଦାୟକ ଯାତ୍ରା ଏବଂ ବିଦେଶ ଯାତ୍ରା ମଧ୍ୟ କରିବାକୁ ପଡ଼ିପାରେ। ଅତ୍ୟଧିକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ବାମ ଆଖିର ଧ୍ୟାନ ରଖନ୍ତୁ। କୋର୍ଟ କଚେରି ମାମଲାରେ ସଫଳତା ମିଳିବ। କିନ୍ତୁ ଗୁପ୍ତ ଶତ୍ରୃ ବୃଦ୍ଧି ପାଇବେ। କାର୍ଯ୍ୟକ୍ଷେତ୍ରରୁ କାର୍ଯ୍ୟ ସମ୍ପୂର୍ଣ୍ଣ କରି ସିଧା ଘରକୁ ଫେରନ୍ତୁ।

{"id":196788,"sizeSlug":"large"}

କୁମ୍ଭ ରାଶି : କୁମ୍ଭ ରାଶିରେ ଲାଭ ଭାବ ଯୋଗୁଁ ସୂର୍ଯ୍ୟ କାର୍ଯ୍ୟକ୍ଷେତ୍ରରେ ଆସୁଥିବା ସମସ୍ତ ବାଧାବିଘ୍ନକୁ ଦୂର କରିବେ। ଯେଉଁମାନେ ଆପଣଙ୍କୁ ନୀଚା ଦେଖାଇବାକୁ ଚେଷ୍ଟା କରୁଥିବେ ସେମାନେ ଆପଣଙ୍କ ସହାୟତା ପାଇଁ ଆଗେଇ ଆସିବେ। ଏହି ସଂଯୋଗର ପୂରାପୂରି ଲାଭ ଉଠାନ୍ତୁ। ସନ୍ତାନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ଶିକ୍ଷା ପ୍ରତିଯୋଗିତାରେ ସଫଳତାର ଯୋଗ ରହିଛି। ନୂଆ କାର୍ଯ୍ୟ ଆରମ୍ଭ କରିବାର ଉପଯୁକ୍ତ ଅବସର।

{"id":196789,"sizeSlug":"large"}

ମୀନ ରାଶି : ମୀନ ରାଶିର ଦଶମ ଭାବରେ ଏହି ସଂଯୋଗ କାର୍ଯ୍ୟକ୍ଷେତ୍ର ପାଇଁ ଅତି ଶୁଭ ହେବ। ଯଦି ଆପଣ ନିର୍ବାଚନ ସମ୍ବନ୍ଧୀୟ କୌଣସି ନିର୍ଣ୍ଣୟ ନେବାକୁ ଚାହୁଁଛନ୍ତି ତେବେ ସଫଳତାର ସମ୍ଭାବନା ରହିଛି। ଗାଡ଼ି ଏବଂ ଜମି କିଣିପାରନ୍ତି। ମାଆ ବାପାଙ୍କ ସ୍ବାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.