Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ସୂର୍ଯ୍ୟଙ୍କ ଚଳନ, ୧୩ ପର୍ଯ୍ୟନ୍ତ ଗୁରୁ ଗ୍ରହ ମୀନରେ ଅବସ୍ଥାନ : ଏହାର ପ୍ରଭାବରେ ରାଶିଚକ୍ର ହେବ ପ୍ରଭାବିତ

13/03/2020 at 1:35 PM

ଭୁବନେଶ୍ୱର ୧୩/୦୩ : ମାର୍ଚ୍ଚ ୧୪ ତାରିଖ ଅପରାହ୍ନରୁ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବେ | ଏହି ଗ୍ରହ କୁମ୍ଭ ରାଶିରୁ ମୀନ ରାଶିରେ ପ୍ରବେଶ କରିବେ | ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ମୀନ ରାଶିରେ ଅବସ୍ଥାନ କରିବେ | ମୀନ ରାଶି ସୂର୍ଯ୍ୟଙ୍କ ଗୁରୁ ଗ୍ରହ ରାଶି | ସୂର୍ଯ୍ୟ ଏହି ରାଶିରେ ଗୁରୁ ଗ୍ରହଙ୍କ ସେବାରେ ରହିବେ | ସେଥିପାଇଁ ଏହି ମାସକୁ ଖର ମାସ ବୋଲି କୁହାଯାଏ | ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ସମସ୍ତ ମାଙ୍ଗଳିକ କାର୍ଯ୍ୟ ବର୍ଜନ କରାଯିବ | ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କ ଗ୍ରହ ପରିବର୍ତ୍ତନ ଯୋଗୁଁ କେଉଁ ରାଶି ଉପରେ ଏହାର କଣ ପ୍ରଭାବ ପଡିବ :

ମେଷ – ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ଖର୍ଚ୍ଚ ବଢିବାର ସମ୍ଭାବନା ରହିଛି | ମେଷ ରାଶି ପାଇଁ ସୂର୍ଯ୍ୟ ଦ୍ୱାଦଶରେ ରହିବେ | ଏଥିପାଇଁ ନେତ୍ର ସହିତ ଜଡିତ ସମସ୍ୟ ଉପୁଜିପାରେ | ମାନସିକ ଦୁଶ୍ଚିନ୍ତା ବଢିବାର ସମ୍ଭାବନା ରହିଛି |

ବୃଷ – ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସୂର୍ଯ୍ୟ ଏକାଦଶ ଗୃହରେ ରହିବେ | ଏହି ରାଶିର ବ୍ୟକ୍ତିଙ୍କ ଆୟ ବଢିବାର ସମ୍ଭାବନା ରହିଛି | ଧନ ସମ୍ବନ୍ଧୀୟ କାର୍ଯ୍ୟ ତଥା ବ୍ୟବସାୟ କାରବାରରେ ଲାଭ ମିଳିବ | 

ମିଥୁନ – ମିଥୁନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସୂର୍ଯ୍ୟ ଦଶମ ଭାଗରେ ରହିବେ | ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ ଘର ପରିବାରରେ ଶୁଭ କାମ ହେବାର ସମ୍ଭାବନା ରହିଛି | ପରିବାର ତରଫରୁ ସାହାଯ୍ୟ ସହଯୋଗ ମିଳିବାର ମଧ୍ୟ ସମ୍ଭାବନା ରହିଛି |

କର୍କଟ – କର୍କଟ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସୂର୍ଯ୍ୟ ନବମ ସ୍ଥାନରେ ରହିବେ | କର୍କଟ ରାଶି ବ୍ୟକ୍ତିଙ୍କ ପାଇଁ ଏହି ସମୟ ଶୁଭ ରହିବ | ଭାଗ୍ୟ ଏମାନଙ୍କ ସାଥ ଦେବ | ମାନ ସମ୍ମାନ ବଢିବ |

ସିଂହ – ସିଂହ ରାଶି ବ୍ୟକ୍ତିଙ୍କ ପାଇଁ ସୂର୍ଯ୍ୟ ଅଷ୍ଟମ ଭାଗରେ ରହିବେ | ଏହି ରାଶିର ବ୍ୟକ୍ତିଙ୍କୁ ଅଜଣା ଭୟ ଘାରିବାର ସମ୍ଭାବନା ରହିଛି | ମାନସିକ ଚିନ୍ତା ବଢିପାରେ | ଏମାନଙ୍କୁ ବହୁ କଷ୍ଟ କରିବାକୁ ପଡିପାରେ |

କନ୍ୟା – କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନସାଥୀ ସହ ମନାନ୍ତର ହୋଇପାରେ | ସେଥିପାଇଁ ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ | ଧୈର୍ଯ୍ୟର ସହ କାମ କରିବେ | ବାଣିଜ୍ୟ ବ୍ୟବସାୟରେ ଲାଭ ହୋଇପାରେ | କିନ୍ତୁ ତଥାପି ସାବଧାନତା ସହ କାମ କରିବାକୁ ପଡିବ |

ତୁଳା – ତୁଳା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସୂର୍ଯ୍ୟ ସଂସ୍ଥା ଭାଗରେ ରହିବ | ଏହି ରାଶିର ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ | ସେଥିପାଇଁ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ | ଶତ୍ରୁ ଉପରେ ବିଜୟ ଲାଭ କରିପାରନ୍ତି | ଧୈର୍ଯ୍ୟର ସହ କାମ କରନ୍ତୁ |

ବିଛା – ବିଛା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସୂର୍ଯ୍ୟ ପଞ୍ଚମ ସ୍ଥାନରେ ରହିବେ | ଏମାନଙ୍କୁ ସନ୍ତାନ ତରଫରୁ ସୁଖ ଏବଂ ଖୁସି ଖବର ମିଳିବ | ଚାକିରୀରେ ଲାଭ ମିଳିବାର ସମ୍ଭାବନା ରହିଛି | ଏହା ସହ ମାନ ସମ୍ମାନ ବୃଦ୍ଧି ହେବ | 

ଧନୁ – ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସୂର୍ଯ୍ୟ ଚତୁର୍ଥ ସ୍ଥାନରେ ରହିବ | ଯେଉଁଥିପାଇଁ ଧନୁ ରାଶି ବ୍ୟକ୍ତିଙ୍କୁ ଲାଭ ମିଳିବ | ଧନ ଲାଭର ମଧ୍ୟ ସମ୍ଭାବନା ରହିଛି | ଏହାସହ ମାନ ସମ୍ମାନ ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ରହିଛି |

ମକର – ମକର ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସୂର୍ଯ୍ୟ ତୃତୀୟ ସ୍ଥାନରେ ରହିବେ | ଯାହାଫଳରେ ନିଜ ମାନ ମୁତାବକ ଜାଗାକୁ ଯିବାର ସମ୍ଭାବନା ରହିଛି | ଭାଇ ବନ୍ଧୁଙ୍କ ଠାରୁ ସହଯୋଗ ମିଳିବାର ମଧ୍ୟ ଯୋଗ ରହିଛି | ଧନ ଲାଭ ହୋଇପାରେ |

କୁମ୍ଭ – ସୂର୍ଯ୍ୟଙ୍କ ଗ୍ରହ ପରିବର୍ତ୍ତନ ଯୋଗୁଁ କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କୁ ଲାଭ ହେବ | ଘର ପରିବାରରେ ଧୈର୍ଯ୍ୟର ସହ କାମ କରନ୍ତୁ | ନିଜ କ୍ରୋଧ ଉପରେ କାବୁ କରିବାକୁ ଚେଷ୍ଟା କରିବେ | ଇୱାନକୁ ଆଖି ସମ୍ବନ୍ଧୀୟ କୌଣସି ରୋଗ ହୋଇପାରେ |

ମୀନ – ସୂର୍ଯ୍ୟ ବର୍ତ୍ତମାନ ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ମୀନ ରାଶିରେ ଅବସ୍ଥନ କରିବେ | ଯାହାଫଳରେ ମୀନ ରାଶିର ପ୍ରଭାବ ବଢିବ | ଏହି ରାଶିର ବ୍ୟକ୍ତିଙ୍କୁ ଧନ ଲାଭ ହୋଇପାରେ | କୌଣସି ଅଟକି ଯାଇଥିବା କାମ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି | 

   Related Posts