Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ହୋଲି ପରେ ମୀନ ରାଶିରେ ଦୃଶ୍ୟମାନ ହେବ ସୂର୍ଯ୍ୟ, ଜାଣନ୍ତୁ କାହାକୁ ମିଳିବ ଲାଭ ଏବଂ କାହାକୁ କ୍ଷତି

9/03/2020 at 9:07 PM

ଭୁବନେଶ୍ଵର ୦୯।୦୩- ସମସ୍ତ ଗ୍ରହର ରାଜା  ସୂର୍ଯ୍ୟ ମାର୍ଚ୍ଚ ୧୪ରେ ମୀନ ରାଶିରେ ପ୍ରବେଶ କରିବେ ଏବଂ ୨୦୨୦ ଏପ୍ରିଲ ୧୩ ପର୍ଯ୍ୟନ୍ତ ଏହି ରାଶିରେ ସ୍ଥିର ରହିବେ। ସୂର୍ଯ୍ୟଙ୍କ ଦୃଶ୍ୟମାନକୁ ସାଧାରଣ ଭାଷାରେ ସଂକ୍ରାନ୍ତି ନାମରେ ଜଣାଯାଏ। ଏଥିପାଇଁ ମୀନ ରାଶିରେ ସୂର୍ଯ୍ୟର ଦୃଶ୍ୟମାନକୁ ମୀନ ସଂକ୍ରାନ୍ତି କୁହାଯାଏ। ସୂର୍ଯ୍ୟଙ୍କ ଏହି ଦୃଶ୍ୟମାନର ଶୁଭ ପ୍ରଭାବ ସମସ୍ତ ୧୨ ରାଶି ଉପରେ ପଡିବ। ଆସନ୍ତୁ ଜାଣିବା ଆପଣଙ୍କ ରାଶି ଉପରେ ସୂର୍ଯ୍ୟର ପ୍ରଭାବ କେମିତି ପଡିବ…

ମେଷ ରାଶି

ବିଦେଶ ଯାତ୍ରାର ସୌଭାଗ୍ୟପ୍ରାପ୍ତ ହେବ। ଯେଉଁ ଛାତ୍ର ବିଦେଶ ଯାଇ ପଢିବାକୁ ଚାହାନ୍ତି, ସେମାନଙ୍କର ଏହି ସ୍ଵପ୍ନ ପୂରଣ ହୋଇପାରେ। ପ୍ରେମ ସଂପର୍କ ଦୃଷ୍ଟିରୁ ଏହି ସମୟ ଅଧିକ ଅନୁକୂଳ ନୁହଁ। ସେହି ଦୃଷ୍ଟିରୁ ଆପଣଙ୍କୁ ଜଗି ରଖି ଚଳିବାକୁ ପଡିବ। ଧନ ଖର୍ଚ୍ଚ ହେବାର ସମ୍ଭାବନା ରହିଛି। କିନ୍ତୁ ଧନପ୍ରାପ୍ତିର ଯୋଗ ମଧ୍ୟ ରହିଛି। ନିଜ ସ୍ଵାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

ବୃଷ ରାଶି

ଆୟରେ ବୃଦ୍ଧି ଘଟିବ। ଆର୍ଥିକ ମୁନାଫା ହୋଇପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କୌଣସି ପ୍ରକାରେ ଉପଲବ୍ଧି ମିଳିବ। ସମାଜରେ ଆପଣଙ୍କର ସ୍ତର ଉଚ୍ଚରେ ରହିବ। ଆପଣଙ୍କୁ ସମାଜରେ ବିଶିଷ୍ଟ ବ୍ୟକ୍ତିଙ୍କ ସହ ମିଶିବାର ସୁଯୋଗ ମିଳିବ। ବଡ  ଭାଇ-ଭଉଣୀଙ୍କ ସହିତ ସଂପର୍କରେ ମଧୁର ସ୍ଥାପିତ ହେବ।

ମିଥୁନ ରାଶି

ଚାକିରି ଓ ବ୍ୟବସାୟ କରୁଥିବା ଲୋକଙ୍କୁ ଭଲ ପରିଣାମ ମିଳିବ। ଚାକିରିଆଙ୍କ ଦରମାରେ ବୃଦ୍ଧି ଘଟିପାରେ। ପଦନ୍ନୋତି ମିଳିବାର ସମ୍ଭାବନା ରହିଛି। ଆପଣଙ୍କର ଯଶ ଓ ସମ୍ମାନ ବଢିବ। ଆପଣଙ୍କ ଆତ୍ମବଳରେ ମଧ୍ୟ ବୃଦ୍ଧି ଘଟିବ। ଆପଣଙ୍କୁ ସରକାରୀ ଯୋଜନାର ଲାଭ ମିଳିବ।

କର୍କଟ ରାଶି

ପିତାଙ୍କ ସ୍ଵାସ୍ଥ୍ୟ ଉପରେ ବୀପରିତ ପ୍ରଭାବ ପଡିବ, ଯେଉଁ କାରଣରୁ ତାଙ୍କ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ମାତ୍ର ଆପଣଙ୍କର ମାନ ସମ୍ମାନରେ ବୃଦ୍ଧି ହେବ। ବ୍ୟବସାୟରେ ଆଶାତୀତ ସଫଳତା ମିଳିପାରେ। ଆପଣ କୌଣସି ପ୍ରକାରର ଧାର୍ମିକ ଯାତ୍ରା ଅର୍ଥାତ ତୀର୍ଥାଟନରେ ମଧ୍ୟ ଯାଇ ପାରନ୍ତି, ଯେଉଁଥିରେ ଆପଣଙ୍କୁ ମାନସିକ ଶାନ୍ତି ମିଳିବ।

ସିଂହ ରାଶି

ଆପଣଙ୍କୁ ନିଜର ସ୍ଵାସ୍ଥ୍ୟ ପ୍ରତି ନଜର ରଖିବା ଦରକାର। ରହସ୍ୟମୟୀ ଜିନିଷ ଓ ଗଭୀର ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲଗାଇବେ। ଯଦି ଆପଣ ଧ୍ୟାନରେ ରହିବେ ତେବେ ଏହି ସମୟ ଆପଣଙ୍କ ଲାଗି ବହୁତ ଅନୁକୂଳ  ରହିବ। ଆପଣଙ୍କୁ ଭଲ ଅନୁଭବ ମିଳିବ।

କନ୍ୟା ରାଶି

ଦାମ୍ପତ୍ୟ ଜୀବନରେ ସମସ୍ୟା ଆସିବ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ଘଟିବାର ସମ୍ଭାବନା ରହିଛି।  ଅନ୍ୟପଟେ ଆପଣଙ୍କୁ ବ୍ୟବସାୟ କ୍ଷେତ୍ରରେ ଭଲ ପରିଣାମ ମିଳିବ। ଆପଣଙ୍କର ବ୍ୟବସାୟ ଉର୍ଦ୍ଧ୍ଵଗାମୀ ହେବ ଏବଂ ବିସ୍ତାର ହେବ।

ତୂଳା ରାଶି

ଆଇନ ମାମଲାରେ ସଫଳତା ହାସଲ ହେବ। ଆୟରେ ହ୍ରାସ ଘଟିପାରେ। ଏଥିପାଇଁ ଖର୍ଚ୍ଚ କମ କରନ୍ତୁ। ନିଜର ଶତ୍ରୁ ଉପରେ ଆପଣ ଭାରି ରହିବେ। କୌଣସି ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସଫଳତା ମିଳିପାରେ। ସ୍ଵାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଖାଦ୍ୟପେୟରେ ଗରମ ପଦାର୍ଥଠୁ ଦୂରେଇ ରୁହନ୍ତୁ।

ବିଛା ରାଶି

କାର୍ଯ୍ୟକ୍ଷେତ୍ରରେ ଉତଥାନ-ପତନର ସାମ୍ନା କରିବାକୁ ପଡିପାରେ। ଉଚ୍ଚ ଶିକ୍ଷା ପାଇଁ ପରିସ୍ଥିତି ଅନୁକୂଳ ରହିବ। ସନ୍ତାନଙ୍କ ସହିତ ସଂପର୍କ ଖରାପ ହୋଇପାରେ ଅଥବା ସେମାନଙ୍କର ସ୍ଵାସ୍ଥ୍ୟ ବିଗିଡିପାରେ। ପ୍ରେମ ଦୃଷ୍ଟିରୁ ପରିସ୍ଥିତି ଅଧିକ ଅନୁକୂଳ ରହିବ ନାହିଁ।

ଧନୁ ରାଶି

ଆପଣଙ୍କୁ ମିଶ୍ରିତ ସଫଳତା ମିଳିପାରେ। ପାରିବାରିକ ଜୀବନରେ କିଛି ଅସନ୍ତୋଷ ଓ ତାଳମେଳରେ ଅଭାବ ଦେଖିବାକୁ ମିଳିପାରେ। ପରିବାରରେ ଖାସ୍ କରି ମାଙ୍କର ସ୍ଵାସ୍ଥ୍ୟ ବିଗିଡିପାରେ। ଆପଣଙ୍କର ପାରିବାରିକ ସମ୍ଵନ୍ଧ ଉପରେ ନକରାତ୍ମକ ପ୍ରଭାବ ପଡିପାରେ।

ମକର ରାଶି

ଆପଣଙ୍କର ସ୍ଵାସ୍ଥ୍ୟ ଅସୁସ୍ଥ ରହିପାରେ। କେବଳ ଏତିକି ନୁହଁ ଆପଣଙ୍କର ମାତା-ପିତାଙ୍କର ସ୍ଵାସ୍ଥ୍ୟ ମଧ୍ୟ ଦୁର୍ବଳ ହେବାର ସମ୍ଭାବନା ରହିଛି। ମାତ୍ର ଆପଣଙ୍କର ପ୍ରୟାସ କମ ହେବ ନାହିଁ। ଆପଣ ବ୍ୟବସାୟରେ ରିକ୍ସ ନେବେ ଏବଂ ବଢିବାକୁ ପ୍ରୟାସ କରିବେ।

କୁମ୍ଭ ରାଶି

ଆପଣଙ୍କର ଜୀବନସାଥୀଙ୍କ ସ୍ଵାସ୍ଥ୍ୟ ଅସୁସ୍ଥ ହୋଇପାରେ। ଆପଣଙ୍କର ସ୍ଵାସ୍ଥ୍ୟଜନିତ ସମସ୍ୟା ହୋଇପାରେ। ଏହି ସମୟରେ ଆପଣ ଏବଂ ଆପଣଙ୍କର ଜୀବନସାଥୀର ବିଚାର ମଧ୍ୟରେ ତାଳମେଳ ରହିନପାରେ।

ମୀନ ରାଶି

ଆପଣଙ୍କର ସ୍ଵାସ୍ଥ୍ୟରେ ଦୁର୍ବଳତା ଦେଖିବାକୁ ମିଳିପାରେ ଏବଂ ଆପଣଙ୍କର ସ୍ଵାସ୍ଥ୍ୟରେ ଉତଥାନ-ପତନ ଦେଖା ଦେଇପାରେ। ଆପଣଙ୍କୁ ବିଶେଷ କରି ନିଜର ଖାଦ୍ୟପେୟ ଅଭ୍ୟାସକୁ ବଦଳାଇବାକୁ ପଡିବ। ନିଜ ଶରୀର ପ୍ରତି ଧ୍ୟାନ ରଖନ୍ତୁ। ଯଦି ଆବଶ୍ୟକ ପଡେ ତେବେ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନିଅନ୍ତୁ।

   Related Posts