ନଭେମ୍ବର୧୬ ପର୍ଯ୍ୟନ୍ତ ସମୟ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ରହିବ ଅତ୍ୟନ୍ତ ଶୁଭ, ବର୍ଷିବ ସୂର୍ଯ୍ୟ ଦେବଙ୍କ କୃପା

Published By : Prameya-News7 Bureau | October 21, 2021 IST

ଭୁବନେଶ୍ୱର ୨୧/୧୦ : ସୂର୍ଯ୍ୟଙ୍କୁ ଗ୍ରହମାନଙ୍କ ମଧ୍ୟରେ ରାଜା ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ବିଶେଷ ସ୍ଥାନ ପ୍ରଦାନ କରାଯାଇଛି। ସୂର୍ଯ୍ୟ ଦେବ ନଭେମ୍ବର ୧୬ ପର୍ଯ୍ୟନ୍ତ ତୁଳା ରାଶିରେ ରହିବେ। ସୂର୍ଯ୍ୟ ତୁଳା ରାଶିରେ ରହିବା ଦ୍ୱାରା କିଛି ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ପ୍ରାପ୍ତି ହେବ । ଆସନ୍ତା ନଭେମ୍ବର ୧୬ ପର୍ଯ୍ୟନ୍ତ ସମୟ କିଛି ରାଶିର ବ୍ୟକ୍ତିଙ୍କ ପାଇଁ କୌଣସି ବରଦାନ ଠାରୁ କମ ନୁହଁ। ଆସନ୍ତୁ ଜାଣିବା ନଭେମ୍ବର ୧୬ ପର୍ଯ୍ୟନ୍ତ କେଉଁ କେଉଁ ରାଶି ମାନଙ୍କ ପାଇଁ ଶୁଭ ହେବାକୁ ଯାଉଛି।

ସିଂହ ରାଶି:

ଆତ୍ମ ବିଶ୍ୱାସ ବୃଦ୍ଧି ପାଇବ। କାର୍ଯ୍ୟକ୍ଷେତ୍ରରେ ଆପଣ କରିଥିବା କାମ ପାଇଁ ପ୍ରଶଂଶିତ ହେବେ। କାର୍ଯ୍ୟରେ ସଫଳତାର ଯୋଗ ରହିବ। ବହୁତ ମାନସମ୍ମାନ ମିଳିବ। ମା’ ଲକ୍ଷ୍ମୀଙ୍କର ବିଶେଷ କୃପାଦୃଷ୍ଟି ରହିବ। ଆର୍ଥିକ କ୍ଷେତ୍ର ମଜବୁତ ହେବ। ଶିକ୍ଷା କ୍ଷେତ୍ରରେ ଯଡ଼ିତ ଥିବା ଲୋକମାନଙ୍କ ପାଇଁ ସମୟ ଭଲ ରହିବ।

କନ୍ୟା ରାଶି:

ତୀର୍ଥ ଯାତ୍ରାର ସୁଯୋଗ ମିଳିବ। ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିବ। ବିନିଯୋଗରେ ଲାଭ ହେବ। ଶତୃଙ୍କ ଉପରେ ବିଜୟ ଲାଭ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପରିବାର ଲୋକଙ୍କ ସହିତ ସମୟ ଅତିବାହିତ କରିବେ।

ତୁଳା ରାଶି:

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ତୁଳା ରାଶିରେ ହେଉଛି। ଏଥିପାଇଁ ଆପଣଙ୍କ ରାଶି ଉପରେ ଅଧୀକ ପ୍ରଭାବ ପଡ଼ିବ। ସୂର୍ଯ୍ୟଙ୍କ ପାର୍ଶ୍ୱ ପରିବର୍ତ୍ତନ ସମୟରେ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ। ମନ ପ୍ରଶନ୍ନ ରହିବ। ମାନ ସମ୍ମାନ ବୃଦ୍ଧି ହେବ। ଜୀବନସାଥୀଙ୍କ ସହ ସମୟ ଅତିବାହିତ କରିବାକୁ ସମୟ ମିଳିବ।

ବିଛା ରାଶି:

ବିଦେଶୀ କମ୍ପାନୀ ସହ ଯଡ଼ିତ ବ୍ୟକ୍ତିଙ୍କୁ ଲାଭ ପ୍ରାପ୍ତ ହୋଇପାରେ। ବ୍ୟବସାୟରେ ଲାଭ ହେବ। ମାନସିକ ଚିନ୍ତାରୁ ମୁକ୍ତି ମିଳିବ। ପ୍ରମୋସନ ପାଇବାର ସୁଯୋଗ ମିଳିପାରେ। ଶିକ୍ଷା କ୍ଷେତ୍ରରେ ଯଡ଼ିତ ଲୋକଙ୍କ ପାଇଁ ଏହି ସମୟ କୌଣସି ବରଦାନ ଠାରୁ କମ ନୁହେଁ। ପାରିବାରିକ ଜୀବନ ସୁଖମୟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.