Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଏପ୍ରିଲ ୧୪ରେ ମେଷ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ: ଲାଭବାନ ହେବେ ଏହିସବୁ ରାଶି

11/04/2021 at 5:56 PM

ଭୁବନେଶ୍ୱର ୧୧/୦୪ : ଏପ୍ରିଲ ୧୪ ତାରିଖ ରାତି ୨ଟା ୩୦ ମିନିଟରେ ସୂର୍ଯ୍ୟଦେବ ମେଷ ରାଶିରେ ପ୍ରବେଶ କରିବେ। ସେ ମେ’ ୧୪ ତାରିଖ ରାତି ୧୧ଟା ୨୩ ମିନିଟ ଯାଏଁ ମେଷ ରାଶିରେ ରହିବେ। ଉଚ୍ଚ ରାଶିରେ ସୂର୍ଯ୍ୟଦେବ ସବୁ ରାଶି ଉପରେ ବିଶେଷ କୃପା ବର୍ଷଣ କରିବେ। ସୂର୍ଯ୍ୟଦେବ ମେଷ ରାଶିରେ ପ୍ରବେଶ କଲେ କେଉଁ ରାଶିରେ କଣ ପ୍ରଭାବ ପଡିବ ଜାଣନ୍ତୁ।

ମେଷ – ଉଚ୍ଚ ରାଶିରେ ସୂର୍ଯ୍ୟଦେବଙ୍କ ଉପସ୍ଥିତି ମନୋବଳ ଓ ଆତ୍ମବଳୀ ବଢାଇବ। ସର୍ବୋତ୍ତମ କାର୍ଯ୍ୟ କରିବାକୁ ପ୍ରେରଣା ମିଳିବ। ପ୍ରଶାସନିକ ମାମଲା ସୁଧୁରିବ। ଲୋକପ୍ରିୟତା ବଢିବ। ନିଃସଙ୍କୋଚ ହୋଇ ଆଗେଇ ଚାଲନ୍ତୁ।

ବୃଷ – ବିଦେଶ ଯାତ୍ରା ଯୋଗ ରହିଛି। ପୁରୁଣା ମାମଲାର ସମାଧାନ ହେବ। ଦାନ ଧର୍ମରେ କରିବେ। ଶତ୍ରୁ ପକ୍ଷ ଶାନ୍ତ ରହିବ। ଆର୍ଥିକ ନିବେଶ ସମ୍ଭାବନା ରହିଛି। ବିଗିଡି ଯାଇଥିବା ସମ୍ପର୍କ ସୁଧୁରିବ। 

ମିଥୁନ – ସୂର୍ଯ୍ୟଦେବ ଆର୍ଥିକ ଉନ୍ନତି ପ୍ରଦାନ କରିବେ। ଲାଭ ଯୋଗୁଁ ଉତ୍ସାହିତ ରହିବେ। ମିତ୍ର ଓ ସମ୍ପର୍କୀୟଙ୍କ ସହଯୋଗ ମିଳିବ।

କର୍କଟ – ପ୍ରଶାସନ ପ୍ରବନ୍ଧନ କାର୍ଯ୍ୟ ନିଜ ପକ୍ଷରେ ରହିବ। ସଫଳତା ମିଳିବ। ପିତାଙ୍କ ଠାରୁ ସହଯୋଗ ଓ ସମର୍ଥନ ପାଇବେ। ପଦୋନ୍ନତି ଅବସର ମିଳିବ।

ସିଂହ – ଭାଗ୍ୟ ପ୍ରବଳତା ଯୋଗୁଁ ସଫଳ ହେବେ। ଧାର୍ମିକ କାର୍ଯ୍ୟରେ ମନ ଦେବେ। ପୁଣ୍ୟ ଅର୍ଜନ ମଉକା ମିଳିବ। ସମ୍ପର୍କ ସୁଧୁରିବ। ଧନ ଲାଭ ହେବ।

କନ୍ୟା – କନ୍ୟା ରାଶିକୁ ସୂର୍ଯ୍ୟଦେବ ଆଧ୍ୟାତ୍ମିକ ଉନ୍ନତି ପ୍ରଦାନ କରିବେ। ଆକସ୍ମିକ ଲାଭରୁ ଉତ୍ସାହିତ ରହିବେ। କାମ ପୁରା କରିବା ଉପରେ ଫୋକସ କରନ୍ତୁ।

ତୁଳା – ନେତୃତ୍ତ୍ୱ କ୍ଷମତା ବଢିବ। ସ୍ପଷ୍ଟ ପ୍ରୟାସ ଦ୍ୱାରା ଲୋକେ ପ୍ରଭାବିତ ହେବେ। ଜୀବନସାଥୀ ଉପଲବ୍ଧି ଅର୍ଜନ କରିପାରନ୍ତି। ଖରାରେ ବାହାରକୁ ବାହାରନ୍ତୁନି।

ବିଛା – କାର୍ଯ୍ୟ ବା ପେସାରେ ବୃଦ୍ଧି ଘଟିବ। ବିରୋଧୀ ଶାନ୍ତ ରହିବେ। ବାଧା ବିଘ୍ନ ଦୂର ହେବ। ଖର୍ଚ୍ଚ ନିୟନ୍ତ୍ରଣ କରିବେ। ଦାୟିତ୍ୱବାନ ହେବେ।

ଧନୁ – ପରୀକ୍ଷା ପ୍ରତିସ୍ପର୍ଦ୍ଧାରେ ସଫଳତା ପାଇବେ। ବୌଦ୍ଧିକ ପ୍ରୟାସରେ ଆଗକୁ ବଢିବେ। ଲାଭ ବଢିବ। ପ୍ରେମ ବିଶ୍ୱାସ ଓ ସାହସ ବଢିବ।

ମକର – ଭୌତିକ ସୁବିଧା ବୃଦ୍ଧି ହେବ। ଭବନ, ବାହନ ଓ ଭୂମି ସମ୍ବନ୍ଧୀୟ କାମ ହେବ। ବରିଷ୍ଠଙ୍କ ପରାମର୍ଶ କ୍ରମେ କାମ କରନ୍ତୁ। ସ୍ଥାନାନ୍ତରଣ ସମ୍ଭାବନା ରହିଛି। 

କୁମ୍ଭ – ସାହସ ଓ ପରାକ୍ରମ ଦ୍ୱାରା ସଫଳତା ପାଇବେ। ସମ୍ପର୍କ ସୁଧୁରିବ। କମ୍ ଦୂର ବିଶିଷ୍ଟ ଯାତ୍ରା ଯୋଗ ରହିଛି। ବ୍ୟବସାୟ ସୁଧୁରିବ।

ମୀନ – ପରିବାରରେ ହର୍ଷ ଆନନ୍ଦ ବଢିବ। ଆର୍ଥିକ ପକ୍ଷ ମଜବୁତ ହେବ। ଶୁଭ ପ୍ରସ୍ତାବ ପ୍ରାପ୍ତ ହେବ। ଅତିଥିଙ୍କୁ ସମ୍ମାନ ଦେବେ।

   Related Posts