କାଲିଠାରୁ ଫେବୃଆରୀ ୨୩ ଯାଏଁ ଅଭିଜିତ ନକ୍ଷତ୍ରରେ ରହିବେ ସୂର୍ଯ୍ୟ: ଏହି ନକ୍ଷତ୍ରରେ ଜନ୍ମ ହୋଇଥିଲେ ପ୍ରଭୁ ଶ୍ରୀରାମ ଓ ବାସୁଦେବ ଶ୍ରୀକୃଷ୍ଣ

Published By : Prameya-News7 Bureau | January 18, 2021 IST

ଭୁବନେଶ୍ୱର ୧୮/୦୧ : ଜାନୁଆରୀ ୧୯ ତାରିଖରୁ ଫେବୃଆରୀ ୨୩ ତାରିଖ ପର୍ଯ୍ୟନ୍ତ ପ୍ରତିବର୍ଷ ସୂର୍ଯ୍ୟ ଅଭିଜିତରେ ରୁହନ୍ତି। ଏହି ସମୟରେ ପ୍ରକୃତି ଶକ୍ତିରେ ପରିପୂର୍ଣ୍ଣ ଥାଏ। ଚାରିଆଡେ ହର୍ଷ ଉଲ୍ଲାସ ଭାରି ରହିଥାଏ। ତେବେ ଚଳିତ ବର୍ଷ ଏହି ସଂଯୋଗ ସହ ଶନି ଗ୍ରହ ମଧ୍ୟ ଅଭିଜିତ ନକ୍ଷତ୍ରରେ ବିଦ୍ୟମାନ। ଅଭିଜିତ ନକ୍ଷତ୍ର ସ୍ଥିତି ପ୍ରତିଦିନ ଅପରାହ୍ନ ୧୨ଟା ସମୟରେ ୪୮ ମିନିଟ ପାଇଁ ରହିଥାଏ। ଏହି ମୁହୂର୍ତ୍ତକୁ ଅତ୍ୟନ୍ତ ଶୁଭ ମୁହୂର୍ତ୍ତ ବୋଲି କୁହାଯାଏ। ଏହି ସମୟରେ ମହତ୍ତ୍ୱପୂର୍ଣ୍ଣ ପୂଜା ଆୟୋଜନ ଏବଂ ଶୁଭ କାର୍ଯ୍ୟ ଆରମ୍ଭ କରାଯାଇଥାଏ।

{"id":394240,"sizeSlug":"large","linkDestination":"none"}

ଜ୍ୟୋତିଷଶାସ୍ତ୍ରରେ ସମାନ୍ୟତଃ ଚନ୍ଦ୍ର ଗଣନା ଅନୁସାରେ ୨୭ ନକ୍ଷତ୍ର ରହିଛି। ଅଭିଜିତ ୨୮ତମ ନକ୍ଷତ୍ର। ଚନ୍ଦ୍ରମା ଗଣନାରେ ସବୁ ନକ୍ଷତ୍ର ୧୩ ଅଂଶ ୨୦ କଳା ବିଶିଷ୍ଟ ହୋଇଥାନ୍ତି। ଅଭିଜିତ ନକ୍ଷତ୍ର ପତୟତଃ ୪ ଅଂଶ ବିଶିଷ୍ଟ। ତଥାପି ଏହା ଅତ୍ୟନ୍ତ ଶ୍ରେଷ୍ଠ ଓ ମହତ୍ତ୍ୱପୂର୍ଣ୍ଣ ନକ୍ଷତ୍ର। ଭଗବାନ ଶ୍ରୀରାମଙ୍କ ଜନ୍ମ ଅପରାହ୍ନରେ ଅଭିଜିତ ନକ୍ଷତ୍ରରେ ହୋଇଥିଲା। ବାସୁଦେବ ଶ୍ରୀକୃଷ୍ଣଙ୍କ ଜନ୍ମ ମଧ୍ୟ ମଧ୍ୟରାତ୍ରିରେ ଅଭିଜିତ ନକ୍ଷତ୍ରରେ ହୋଇଥିଲା। ଏହା ସୂର୍ଯ୍ୟଙ୍କ ନକ୍ଷତ୍ର ବୋଲି କୁହାଯାଏ। ସୂର୍ଯ୍ୟ ଏହି ନକ୍ଷତ୍ର ଆଡକୁ ୭୦ ହଜାର କିଲୋମିଟର ବେଗରେ ଗତି କରୁଛନ୍ତି।

ଅଭିଜିତ ମୁହୂର୍ତ୍ତର ମହତ୍ତ୍ୱ କେତେ ତାହା ଏଥିରୁ ସ୍ପଷ୍ଟ ଯେ ମହାକାଶ ବିଜ୍ଞାନ ଅନୁସାରେ ସୂର୍ଯ୍ୟ ଆଗକୁ ବଢି ଦିନେ ତରଳି ଯିବ। ଅଭିଜିତ ନକ୍ଷତ୍ରର ଉପସ୍ଥିତି ଉତ୍ତରଷାଢା ଓ ଶ୍ରବଣ ମଧ୍ୟରେ ଉପସ୍ଥିତ। ଅପରାହ୍ନରେ ସାମାନ୍ୟତଃ ୧୨ଟାରୁ ୨୪ ମିନିଟ ପୂର୍ବରୁ ଓ ପରେ ଏହାର ମୁହୂର୍ତ୍ତ ରହିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.