ଆସନ୍ତା ୯ଦିନ ଯାଏଁ ଏହି ରାଶି ବ୍ୟକ୍ତିଙ୍କର ସୂର୍ଯ୍ୟଙ୍କ ପରି ଚମକିବ ଭାଗ୍ୟ, ଜାଣନ୍ତୁ ଏହି ତାଲିକାରେ ରହିଛି କି ଆପଣଙ୍କ...

Published By : Prameya-News7 Bureau | December 09, 2021 IST

ନୂଆଦିଲ୍ଳୀ ୦୯।୧୨ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତେ ରାଶି ନକ୍ଷେତ୍ର ଆଦି ଉପରେ ବିଶ୍ବାସ କରିଥାନ୍ତି । ଏଥିପାଇଁ ଆଗାମୀ ୯ ଦିନ ପାଇଁ ସୂର୍ଯ୍ୟ ବୃଷ ରାଶିରେ ପ୍ରବେଶ କରି ବିଶେଷ କୃପା କରିବେ । ସୂର୍ଯ୍ୟଙ୍କ ଶୁଭ ହେବା ପରେ ବ୍ୟକ୍ତିଙ୍କ ଭାଗ୍ୟ ବଦଳିବ । ତେବେ ସୂର୍ଯ୍ୟ ବିଛା ରାଶିରେ ରହି କିଛି ରାଶିଙ୍କ ପାଇଁ ଶୁଭ ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଏକ ବିଶେଷ ସ୍ଥାନ ପ୍ରାପ୍ତ କରିବେ । ସୂର୍ଯ୍ୟ ଦେବ ସମସ୍ତ ଗ୍ରହମାନଙ୍କର ରାଜା । ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଆତ୍ମା ​​ଏବଂ ପିତା, ମାନ-ସମ୍ମାନ, ସଫଳତା, ପ୍ରଗତି ଏବଂ ସରକାରୀ ତଥା ଅଣ-ସରକାରୀ କ୍ଷେତ୍ରରେ ଉଚ୍ଚ ସେବା ପାଇଁ ଗ୍ରହ ବୋଲି ବିବେଚନା କରାଯାଏ । ତେବେ ଜାଣିବା କେଉଁ ରାଶି ଉପରେ ସୂର୍ଯ୍ୟ ଦେବଙ୍କ କୃପା ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ରହିବ...

ବୃଷ ରାଶି- ଆପଣ ଯେକୌଣସି କାର୍ଯକ୍ଷେତ୍ରରେ ସଫଳତା ପାଇବେ । ଆର୍ଥିକ ସ୍ଥିତି ଦୃଢ ହେବ । ଆପଣଙ୍କ ଦ୍ବାରା କରାଯାଇଥିବା କାମ ଗୁଡିକୁ ପ୍ରଶଂସିତ କରାଯିବ । ବିବାହିତ ଜୀବନ ସୁଖମୟ ହେବ । ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବେ । ପଦ-ପଦବୀରେ ବୃଦ୍ଧି ଘଟିବ ।

ମିଥୁନ ରାଶି- ଧନ-ଲାଭ ସହ ଆର୍ଥିକ ସ୍ଥିତି ଦୃଢ ହେବ । ଚାକିରି ଏବଂ ବ୍ୟବସାୟ-ବ୍ୟାପାର କ୍ଷେତ୍ରରେ ପାଇଁ ଶୁଭ ହେବ । ମାନ-ସମ୍ମାନ ଏବଂ ପଦ-ପଦବୀରେ ବୃଦ୍ଧି ହେବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହ ସୁସମ୍ପର୍କ ଗଢି ଉଠିବ । ଜୀବନ ସାଥୀଙ୍କ ସହିତ ସମୟ ବିତାଇବେ।

କନ୍ୟା ରାଶି- ଏହି ରାଶିର ବ୍ୟକ୍ତିଙ୍କ ଜୀବନ ଖୁସିର ଦିନ ଆସିବ । ଚାକିରି-ବ୍ୟାପାରରେ ଅଗ୍ରଗତିର ସମ୍ଭାବନା ରହିଛି। ସରକାରୀ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଏହି ସମୟ ମଧ୍ୟ ଶୁଭ ଅଟେ । ଏହ ସହ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ ।

ମକର ରାଶି- ଛାତ୍ରମାନଙ୍କ ଏହା ଅତ୍ୟନ୍ତ ଶୁଭ । ନିଜ ପାର୍ଟନରଙ୍କ ସହିତ ସମୟ ବିତାଇବେ। କଠିନ ପରିଶ୍ରମ କରିବା ସହ କାର୍ଯ୍ୟରେ ସଫଳତା ପାଇବେ । ପାରିବାରିକ ଜୀବନ ସୁଖୀ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.