Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୂର୍ଯ୍ୟ, ମଙ୍ଗଳ ଏବଂ ଶନି ବଦଳାଉଛନ୍ତି ରାଶି : ଜାଣନ୍ତୁ ଏହାର ଶୁଭ ଅଶୁଭ ପ୍ରଭାବ

ସେପ୍ଟେମ୍ବର ମାସ ଜ୍ୟୋତିଷ ପରିବର୍ତ୍ତନ ଦିଗରେ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। ବର୍ତ୍ତମାନ ଏହି ମାସର ୧୫ଦିନ ପାଖାପାଖି କଟି ଗଲାଣି,ଏବଂ ଗତ ୧୫ଦିନରେ ବୁଧ ଏବଂ ଶୁକ୍ର ନିଜ ରାଶି ପରିବର୍ତ୍ତନ କରିଛନ୍ତି। ଆସନ୍ତା ୧୫ଦିନରେ ୩ ପ୍ରମୁଖ ଗ୍ରହ ମଙ୍ଗଳ,ସୂର୍ଯ୍ୟ ଏବଂ ଶନି ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଏହି ପରିବର୍ତ୍ତନର ପ୍ରଭାବ ଭିନ୍ନ ଭିନ୍ନ ଜାତକ ଉପରେ ସେହି ରାଶି ହିସାବରେ ପଡ଼ିବ।

ଆସନ୍ତୁ ସର୍ବପ୍ରଥମେ ଜାଣିବା କେଉଁ ଦିନ କେଉଁ ଗ୍ରହ ରାଶି ବଦଳିବ। ସେପ୍ଟେମ୍ବର ୧୭ତାରିଖରେ ସୂର୍ଯ୍ୟ ଦେବତା କନ୍ୟା ରାଶିରେ ପ୍ରବେଶ କରିବେ। ପୂରାପୂରି ମାସେ ଯାଏଁ କନ୍ୟା ରାଶିରେ ସୂର୍ଯ୍ୟ ଦେବତାଙ୍କ ପ୍ରବାସ ରହିବ। ସୂର୍ଯ୍ୟ ଦେବତା ବର୍ତ୍ତମାନ ସିଂହ ରାଶିରେ ଅଛନ୍ତି। ସୂର୍ଯ୍ୟ ଆଲୋକର ଦେବତା।

ଏହା ପରେ ନ୍ୟାୟର ଦେବତା ଶନି ସେପ୍ଟେମ୍ବର ୧୮ତାରିଖରେ ନିଜ ଚାଲରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଶନି ଦେବତା ବର୍ତ୍ତମାନ ଧନୁ ଦେବତାରେ ଅଛନ୍ତି। ଏହାର ପ୍ରଭାବ ମଧ୍ୟ ଭିନ୍ନ ଭିନ୍ନ ରାଶି ଉପରେ ପଡ଼ିବ।

ବ୍ୟକ୍ତିଙ୍କ ଜାତକରେ ମଙ୍ଗଳର ପ୍ରଭାବ ବହୁତ ଅଧିକ ରହିଥାଏ। ସେପ୍ଟେମ୍ବର ୨୪ତାରିଖରେ ମଙ୍ଗଳ ସିଂହ ରାଶି ଛାଡ଼ି କନ୍ୟା ରାଶିରେ ପ୍ରବେଶ କରିବେ। ପୃଥିବୀର ସବୁଠୁ ନିକଟତର ଗ୍ରହ ମଙ୍ଗଳର ଶୁଭ ଅଶୁଭ ପ୍ରଭାବ ମଧ୍ୟ ଦେଖିବାକୁ ମିଳିବ। ବୁଧ ଗ୍ରହର ମାସକରେ ୨ଥର ରାଶି ପରିବର୍ତ୍ତନ ହୋଇଥାଏ। ଗତ ୧୦ସେପ୍ଟେମ୍ବରରେ ବୁଧ କନ୍ୟା ରାଶିରେ ପରିବର୍ତ୍ତିତ ହୋଇଛନ୍ତି। ଏବେ ଏହା ପରେ ସେପ୍ଟେମ୍ବର ୨୯ତାରିଖରେ ବୁଧ ତୁଳା ରାଶିରେ ପ୍ରବେଶ କରିବେ।

ସେପ୍ଟେମ୍ବର ମାସରେ ଗ୍ରହ ପ୍ରବେଶ ପରିବର୍ତ୍ତନର ପ୍ରଭାବ ବୃଷ,ମିଥୁନ,ସିଂହ,କନ୍ୟା,ଧନୁ,ମକର ଏବଂ କୁମ୍ଭ ରାଶି ଉପରେ ରହିବ। କେବଳ ଧନଧାନ୍ୟ ନୁହେଁ,ପ୍ରସିଦ୍ଧି ଏବଂ ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ରାଶିର ଜାତକ ବହୁତ ଭଲ ସ୍ଥିତିରେ ରହିବେ। ଅଶୁଭ ପ୍ରଭାବ କଥା କହିବା ଯଦି ମେଷ ଏବଂ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଜ୍ୟୋତିଷ ପରିବର୍ତ୍ତନ ଭଲ ନାହିଁ। କିନ୍ତୁ ବିଛା ଏବଂ ତୁଳା ରାଶିର ବ୍ୟକ୍ତିଙ୍କ ଉପରେ ଗ୍ରହ ପରିବର୍ତ୍ତନର ମିଶାମିଶି ପ୍ରଭାବ ରହିବ।

2416 Views

   ସମ୍ବନ୍ଧିତ ଖବର