ଆପଣଙ୍କ ହାତରେ ରହିଛି କି ଏପରି ସୂର୍ଯ୍ୟ ରେଖା ? ବଦଳିଯିବ ଆପଣଙ୍କର ଭାଗ୍ୟ

Published By : Prameya-News7 Bureau | November 03, 2019 IST

ଆଜିର ଯୁଗରେ ମଧ୍ୟ ମନୁଷ୍ୟ ହସ୍ତରେଖାରେ ବିଶ୍ବାସ କରୁଛି ଏବଂ ହସ୍ତରେଖା ଦେଖି ସେ ନିଜ ଜୀବନରେ ଆସୁଥିବା ସମସ୍ୟା ଏବଂ ଘଟଣା ବିଷୟରେ ଜାଣିପାରୁଛି। ଏପରି କ୍ଷେତ୍ରରେ ସୂର୍ଯ୍ୟ ରେଖା ଅତ୍ୟନ୍ତ ଖାସ୍ ହୋଇଥାଏ ଏବଂ ଯେଉଁ ବ୍ୟକ୍ତିଙ୍କ ହାତରେ ସୂର୍ଯ୍ୟ ରେଖା ଦୋଷ ନଥାଏ ସେମାନେ ଜୀବନରେ ବହୁତ ମାନ- ସମ୍ମାନ ଏବଂ ଅର୍ଥ ଲାଭ କରିଥାଆନ୍ତି। ଉତ୍ତମ ସୂର୍ଯ୍ୟ ରେଖା ବ୍ୟକ୍ତିଙ୍କ ଜୀବନରେ ଉନ୍ନତି ଏବଂ ସମୃଦ୍ଧିର କାରକ ହୋଇଥାଏ ଏବଂ ସୂର୍ଯ୍ୟରେଖାଙ୍କ ସ୍ଥିତି ଜୀବନରେ କିପରି ପ୍ରଭାବ ପକାଇଥାଏ। ଆସନ୍ତୁ ଜାଣିବା….

- ସୂର୍ଯ୍ୟ ରେଖା ଲମ୍ବା ଏବଂ ପରିଷ୍କାର ଥିବା ସତ୍ବେ ଯଦି ଏଥିରେ ଅଣ୍ଡାକାର ଚିହ୍ନ ଥିବ ତେବେ ଏହା ଅଶୁଭ ହୋଇଥାଏ।

- କୁହାଯାଇଥାଏ ଏହି ରେଖାକୁ ଯଦି ଅନ୍ୟ କୌଣସି ରେଖା କାଟିଥାଏ ତେବେ ସମ୍ମାନ ଏବଂ ଅର୍ଥ ହାନି ହୋଇଥାଏ।

- ଯଦି ସୂର୍ଯ୍ୟ ରେଖା ଭାଗ୍ୟ ରେଖାରୁ ଅନାମିକା ଆଗକୁ ବଢ଼ିବ ତେବେ ବ୍ୟକ୍ତିଙ୍କୁ ଯଶ ମିଳିବ।

- କୁହାଯାଇଥାଏ ଯେଉଁ ବ୍ୟକ୍ତିଙ୍କ ହାତରେ ଏହି ରେଖା ନଥିବ ତାଙ୍କୁ ସମାଜରେ ଅତ୍ୟନ୍ତ କଷ୍ଟରେ ମାନ ସମ୍ମାନ ପ୍ରାପ୍ତ କରିଥାଆନ୍ତି ଏବଂ ତାଙ୍କ ଜୀବନରେ ଆର୍ଥିକ ସମସ୍ୟା ଦେଖାଦେବ।

-  ସୂର୍ଯ୍ୟ ରେଖା ଲମ୍ବା ଥିଲେ ଆପଣଙ୍କ ସୁଖମୟ ଜୀବନଯାପନ ଆଡ଼କୁ ଈଶାରା କରିଥାଏ।

- ଏହି ରେଖାରେ ସ୍ବସ୍ତିକର ଚିହ୍ନ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏପରି ବ୍ୟକ୍ତିଙ୍କ ଜୀବନରେ ସୁଖର କୌଣସି ଅଭାବ ହୋଇନଥାଏ।

- ଯଦି ସୂର୍ଯ୍ୟ ରେଖା କୌଣସି ତରଙ୍ଗ ଆକାରର ହୋଇଥିବ ଏହା ଶୁଭ ହୋଇନଥାଏ ଏବଂ ଏହା ଦ୍ବାରା ବ୍ୟକ୍ତିଙ୍କ ମନ ଅସ୍ଥିର ହୋଇଥାଏ।

- ଯଦି ହାତରେ ଦୁଇ ସମାନ୍ତର ରେଖା ଥିବ ତେବେ ଏହା ଶୁଭ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.