Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ପ୍ରଖର ସୂର୍ଯ୍ୟାଲୋକ ସମାପ୍ତ କରିପାରେ କୋଭିଡ-୧୯ ଭୂତାଣୁ: ଗବେଷଣା

24/04/2020 at 5:57 PM

ୱାସିଂଟନ: ଚୀନ ଉହାନରୁ ବ୍ୟାପିଥିବା କରୋନା ଭାଇରସ୍ ସଂକ୍ରମଣ ନେଇ ଏବେ ସାରା ବିଶ୍ୱରେ ଗବେଷଣା ଚାଲିଛି। ତେବେ ଆମେରିକୀୟ ଗବେଷକଙ୍କ ଏକ ତଥ୍ୟ କରୋନା ବିରୋଧରେ ଭାରତ ଚଳାଇଥିବା ଯୁଦ୍ଧକୁ ଆଶ୍ୱସ୍ତ କରିପାରେ ବୋଲି  ଏବେ ଆଶା କରାଯାଉଛି। ନିକଟରେ ହ୍ୱାଇଟ୍ ହାଉସ୍‌ର ଏକ ସାମ୍ବାଦିକ ସମ୍ମିଳନୀରେ ବୈଜ୍ଞାନିକଙ୍କ ରିପୋର୍ଟ ଉପସ୍ଥାପିତ କରାଯାଇଥିଲା। ଯେଉଁଥିରେ ପରିବେଶରେ ସୂର୍ଯ୍ୟାଲୋକ, ଗରମ ଓ ଆଦ୍ରତାର ଏକ ଏପରି ପରିସ୍ଥିତି ଭୂତାଣୁକୁ ସମାପ୍ତ କରିପାରେ ବୋଲି କୁହାଯାଇଛି।

ଆଦ୍ରତା ଓ ସୂର୍ଯ୍ୟାଲୋକ ସମ୍ପର୍କରେ ଆସିବାର କିଛି ସମୟ ମଧ୍ୟରେ ଭୂତାଣୁର ମୃତ୍ୟୁ ହେଉଥିବା ଅନୁଧ୍ୟାନରୁ ଜଣାପଡିଛି। ସେହିପରି ଆଇସୋପ୍ରୋପାଇଲ ଆଲକୋହଲ ମାତ୍ର ୩୦ ସେକେଣ୍ଡରେ ଭୂତାଣୁକୁ ନଷ୍ଟ କରିପାରୁଥିବା ବୈଜ୍ଞାନିକ ଦାବି କରିଛନ୍ତି। ଟ୍ରମ୍ପ ପ୍ରଶାସନର ଜନୈକ ଜନସ୍ୱାସ୍ଥ୍ୟ ଅଧିକାରୀ ଏ ନେଇ ସୂଚନା ଦେଇ କହିଛନ୍ତି ଯେ ଭୂତାଣୁକୁ ନେଇ ନିୟମିତ ପରୀକ୍ଷା ନିରୀକ୍ଷା ଜାରି ରହିଛି। ଏଥିରୁ ଭୂତାଣୁ ଗୁଳଗୁଳିରେ ବେଶି ସମୟ ତିଷ୍ଠିପାରୁନଥିବା ଦେଖାଯାଇଛି। ସେହିପରି ସୂର୍ଯ୍ୟଙ୍କ ପ୍ରଖର କିରଣ ଓ ପବନରେ ମଧ୍ୟ ଭୂତାଣୁ ଅସ୍ତିତ୍ୱ ହରାଉଥିବା ଜଣାପଡିଛି ବୋଲି ସେ କହିଛନ୍ତି।

ତେବେ ଗରମ ଯୋଗୁ ସୃଷ୍ଟି ହେଉଥିବା ବାସ୍ପିଭବନର ଅସାଧାରଣ ପରିସ୍ଥିତିରେ ଭୂତାଣୁ ବେଶି ସମୟ ତିଷ୍ଠି ପାରିବନି ବୋଲି  ଅଧିକାଂଶ ବୈଜ୍ଞାନିକ ଆଶଙ୍କା କରୁଛନ୍ତି। ତେବେ ଭାରତରେ ଭୂତାଣୁ  ସଂକ୍ରମଣ ବେଳକୁ ଗ୍ରୀଷ୍ମ ଆଗମନ ହୋଇସାରିଛି। ଏଣୁ ଏହି ଠାରେହିଁ  ତାର ପ୍ରକୃତି ଓ ପ୍ରତିକ୍ରିୟାର ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ଆମେରିକୀୟ ବୈଜ୍ଞାନିକମାନେ ଆଶାବ୍ୟକ୍ତ କରିଛନ୍ତି।

କୋଭିଡ୍-୧୯ଭୂତାଣୁର ଆୟୁଷ ମାତ୍ର ୧୮ ଘଣ୍ଟା। ତେବେ ୩୫ ଡିଗ୍ରି ସେଲସିୟସ ପାଖାପାଖି ତାପମାତ୍ରା ଓ ଆଦ୍ରତା ଭୂତାଣୁର ଜୀବନକୁ ଅଧାରୁ ବି ହ୍ରାସ କରୁଛି। ଏଣୁ ୩୭ ଡିଗ୍ରି ସେଲସିୟସ ଥିବା ବେଳେ ହ୍ୟୁମିଡିଟି ୮୦ ଡିଗ୍ରି ରହିଲେ କରୋନାର ସମାପ୍ତି ନିଶ୍ଚିତ ବୋଲି ବୈଜ୍ଞାନିକମାନେ କହୁଛନ୍ତି । 

   Related Posts