Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏହି ସଂକ୍ରାନ୍ତିରେ ବିଛା ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ- ଜାଣନ୍ତୁ କେଉଁ ରାଶି ପାଇଁ ଭଲ କାହା ପାଇଁ ଖରାପ

14/11/2019 at 8:45 PM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଡିସେମ୍ବର ୧୭ତାରିଖରୁ ସୂର୍ଯ୍ୟଦେବ ନିଜର ମିତ୍ର ବିଛା ରାଶିରେ ପ୍ରବେଶ କରିବେ।  ଏହା ବିଚ୍ଛା ସଂକ୍ରାନ୍ତି । ବିଛା ରାଶିରେ ସୂର୍ଯ୍ୟଦେବଙ୍କ ପ୍ରବେଶ ଯୋଗୁଁ କିଛି ରାଶିରେ ପରିବର୍ତ୍ତନ ଦେଖାଯିବ। ସିଂହ ରାଶିଙ୍କ ସ୍ବାମୀ ସୂର୍ଯ୍ୟ ରାଶି ପ୍ରବେଶ କରିବାକୁ ସୂର୍ଯ୍ୟ ସଂକ୍ରାନ୍ତି କହି ଥାଆନ୍ତି। ମାର୍ଗଶୀର ସଂକ୍ରାନ୍ତିର ପୁଣ୍ୟକାଳ ନଭେମ୍ବର ୧୭ ତାରିଖ ସକାଳ ୭ଟା ୧୨ ମିନିଟ୍‌ ପର୍ଯ୍ୟନ୍ତ ରହିଛି। ବିଛା ରାଶିରେ ସୂର୍ଯ୍ୟଦେବଙ୍କ ପ୍ରବେଶ ଫଳରେ ୧୨ ଟି ରାଶି ଉପରେ କଣ ପ୍ରଭାବ ରହିବ ଆସନ୍ତୁ ଜାଣିବା।

ମେଷ- ମେଷ ରାଶିର ଅଷ୍ଟମ ଗୃହରେ ସୂର୍ଯ୍ୟ ପ୍ରବେଶ କରିବେ। ଏଥିପାଇଁ ଏହି ରାଶିର ବ୍ୟକ୍ତିମାନେ ନିଜ ସନ୍ତାନଙ୍କ  ବିଷୟରେ ବେଶୀ ଚିନ୍ତା କରିବେ ।  କୌଣସି ଶୁଭକାମ କରିବା ପୂର୍ବରୁ ଗ୍ରାମ ଦେବତାଙ୍କୁ ପୂଜା କରନ୍ତୁ । ଅଗ୍ନି ଓ ଔଷଧର ବ୍ୟବହାର ସାବଧାନ ହୋଇ କରନ୍ତୁ। ପିଲାଙ୍କୁ ଗାଡ଼ିରେ ବସାଇ କୁଆଡ଼େ ନେଇ ଯାଆନ୍ତୁ ନାହିଁ । କାହା ପ୍ରତି କଟୁ ଭାଷା ବ୍ୟବହାର କରନ୍ତୁ ନାହିଁ। ଏହି ସବୁ କାମ କଲେ ଆପଣ ବିପଦରେ ପଡି ପାରନ୍ତି।

ବୃଷ- ବୃଷ ରାଶିର ସପ୍ତମ ଘରେ ସୂର୍ଯ୍ୟଙ୍କ  ପ୍ରଭାବ ଦାମ୍ପତ୍ୟ ଜୀବନ ପାଇଁ ଖରାପ ରହିଛି ।  ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସାମାନ୍ୟ କଳହ ହୋଇପାରେ । କୌଣସି ବ୍ୟବସାୟୀଙ୍କୁ ବିଶ୍ବାସ କରନ୍ତୁ ନାହିଁ। କୌଣସି କାରଣରୁ ଶ୍ବଶୂର ଘର ସହ ମତଭେଦ ସୃଷ୍ଟି ହୋଇପାରେ। ତେଣୁ ଜିଭକୁ ଲଗାମ ଦିଅନ୍ତୁ।

ମିଥୁନ-  ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ଖବର ରହିଛି । ହେଲେ ନିଜ ସ୍ବାସ୍ଥ୍ୟପ୍ରତି ଟିକେ ଧ୍ୟାନ  ଦିଅନ୍ତୁ । ଦୀର୍ଘଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । କାହାକୁ କରଜ ଦିଅନ୍ତୁ ନାହିଁ। ପାରିବାରିକ ଓ ଦାମ୍ପତ୍ୟ ଜୀବନ ଭଲ ରହିବ।

କର୍କଟ- କର୍କଟ ରାଶିର ପଞ୍ଚମରେ ସୂର୍ଯ୍ୟଦେବ ପ୍ରବେଶ କରିବେ । ଯାହା ଫଳରେ ବିଦ୍ୟାର୍ଥୀଙ୍କୁ ଅଧିକ ପରିଶ୍ରମ କରିବା ପାଇଁ ପଡିବ । ସମୟ ନଷ୍ଟ ନ କରି ଏହି ରାଶିର ବ୍ୟକ୍ତି ନିଜ କାର୍ଯ୍ୟ କରନ୍ତୁ।

ସିଂହ- ଏହି ରାଶି ଚତୁର୍ଥ ଘରେ ସୂର୍ଯ୍ୟଙ୍କ ଯାତାୟାତ ଅଧିକ ଲାଭ ଦାୟକ ହୋଇଥାଏ। ଘର, ଗାଡ଼ି ଓ ନୂଆ ଜିନିଷ କିଣିବାର ଯୋଗ ରହିଛି ।  କିନ୍ତୁ ମାତା ଓ ପିତାଙ୍କ ସ୍ବାସ୍ଥ୍ୟାବସ୍ଥା​‌ ଟିକେ ଖରାପ ରହି ପାରେ।

କନ୍ୟା-   ସୂର୍ଯ୍ୟଦେବଙ୍କ ପ୍ରବେଶ କାରଣରୁ ଏହି ରାଶିର ବ୍ୟକ୍ତି ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖା ଯାଇପାରେ । ଏଥିସହ ପାରିବାରିକ କଳହ ଲାଗିବାର ସମ୍ଭାବନା ରହିଛି । ଏଥିପାଇଁ ସକାଳୁ ସ୍ନାନ କରି ସୂର୍ଯ୍ୟଦେବଙ୍କୁ   ନମସ୍କାର କରିବା ସହ ଅର୍ଘ୍ୟ ପ୍ରଦାନ କରନ୍ତୁ ।

ତୁଳା-  ଏହି ରାଶିରେ ସୂର୍ଯ୍ୟଦେବଙ୍କ ପ୍ରବେଶ ଯୋଗୁଁ ମାନସିକ ଯନ୍ତ୍ରଣା ଭୋଗି ପାରନ୍ତି। କିନ୍ତୁ ଏହି ରାଶିର ବ୍ୟକ୍ତିଙ୍କୁ ହଠାତ ଧନ ପ୍ରାପ୍ତିର ଯୋଗ ରହିଛି। ଏଥିସହ ସନ୍ତାନଙ୍କ ଚିନ୍ତା ଦୂର ହେବା ସହ ଭଲ ପାଉଥିବା ବ୍ୟକ୍ତି ବିଷୟରେ ଭଲ ଖବର ପାଇବେ ।

ବିଛା- ବିଛା ରାଶିରେ ସୂର୍ଯ୍ୟଦେବଙ୍କ ପ୍ରବେଶ ଫଳରେ ଏହି ରାଶିର ବ୍ୟକ୍ତିଙ୍କ ଶରୀର ଅସୁସ୍ଥ ହୋଇପାରେ । କିନ୍ତୁ ଚାକିରି କ୍ଷେତ୍ରରେ ପଦୋନ୍ନତି ହେବା ସହ ଧନ ପ୍ରାପ୍ତିର ଯୋଗ ରହିଛି।

ଧନୁ ରାଶି- ଏହି ରାଶିର ବ୍ୟକ୍ତିମାନେ ଦୂର ସ୍ଥାନକୁ ଯାତ୍ରା କରି ପାରନ୍ତି। ଧନପ୍ରାପ୍ତିର ଯୋଗ ରହିଛି। ପୁଞ୍ଜି ନିବେଶ କରିବାକୁ ଚାହୁଁଥିଲେ  ଟିକେ ଭାବି ଚିନ୍ତି ନିଷ୍ପତ୍ତି ନିଅନ୍ତୁ ।

ମକର- ଏହି ରାଶିରେ ସୂର୍ଯ୍ୟଦେବଙ୍କ ପ୍ରବେଶ ଯୋଗୁଁ ମାନସିକ ଯନ୍ତ୍ରଣା ଭୋଗି ପାରନ୍ତି। କିନ୍ତୁ ଏହି ରାଶିର ବ୍ୟକ୍ତିଙ୍କୁ ହଠାତ ଧନ ପ୍ରାପ୍ତିର ଯୋଗ ରହିଛି। ଏଥିସହ ସନ୍ତାନଙ୍କ ଚିନ୍ତା ଦୂର ହେବା ସହ ଭଲ ପାଉଥିବା ବ୍ୟକ୍ତି ବିଷୟରେ ଭଲ ଖବର ପାଇବେ ।

କୁମ୍ଭ-ଦୁଃଖପୂର୍ଣ୍ଣ ବାର୍ତ୍ତା ମିଳିପାରେ । ଶତ୍ରୁ ଉପରେ ନିଜର ରଖିବେ । ଭାଇମାନଙ୍କ ପ୍ରତି ସ୍ନେହ ଭାବ ରହିବ । ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟପାତ୍ର ହେବେ ।

ମୀନ- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ଖବର ରହିଛି । ହେଲେ ନିଜ ସ୍ବାସ୍ଥ୍ୟପ୍ରତି ଟିକେ ଧ୍ୟାନ  ଦିଅନ୍ତୁ । ଦୀର୍ଘଦିନରୁ ଲାଗି ରହିଥିବା ସମସ୍ୟା ଦୂର ହେବ । କାହାକୁ କରଜ ଦିଅନ୍ତୁ ନାହିଁ। ପାରିବାରିକ ଓ ଦାମ୍ପତ୍ୟ ଜୀବନ ଭଲ ରହିବ। ସକାଳୁ ସ୍ନାନକାରି ସୂର୍ଯ୍ୟଦେବଙ୍କୁ ନମସ୍କାର  କରନ୍ତୁ।

   Related Posts