ରୋହିଣୀ ନକ୍ଷତ୍ରକୁ ସୂର୍ଯ୍ୟଙ୍କ ପ୍ରବେଶ, ୯ ଦିନ ହେବ ଅସହ୍ୟ ଗ୍ରୀଷ୍ମ

Published By : Prameya-News7 Bureau | May 26, 2020 IST

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପ୍ରତିବର୍ଷ ଜ୍ୟେଷ୍ଠମାସରେ ସୂର୍ଯ୍ୟ ରୋହିଣୀ ନକ୍ଷତ୍ରକୁ ପ୍ରବେଶ କରନ୍ତି। ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ ସହ ଗ୍ରୀଷ୍ମ ପ୍ରବାହ ପ୍ରବଳ ହୋଇଥାଏ। ଶୁକ୍ଳପକ୍ଷ ତୃତୀୟା ଅର୍ଥାତ ମେ ୨୫ ତାରିଖରେ ସୂର୍ଯ୍ୟ କୃତିକାରୁ ରୋହିଣୀ ନକ୍ଷତ୍ରକୁ ଗମନ କରିବା ସହ ଦେଶରେ ନୌତପା ଆରମ୍ଭ ହୋଇଛି। ଜୁନ ୮ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟ ଏହି ନକ୍ଷତ୍ରରେ ଅବସ୍ଥାନ କରୁଥିବା ବେଳେ ପ୍ରଥମ ୯ ଦିନ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ହୁଏ। ତେବେ ଚଳିତବର୍ଷ ଏହି ସମୟରେ ଶୁକ୍ର ତାରା ଅସ୍ତଥିବାରୁ ଗ୍ରୀଷ୍ମ ପ୍ରକୋପ ହୁଏତ ହ୍ରାସ ହୋଇପାରେ ବୋଲି ଜ୍ୟୋତିଷବିଦ୍‌ମାନେ ଆଶାବ୍ୟକ୍ତ କରିଛନ୍ତି।    

{"id":276461,"width":578,"height":433,"sizeSlug":"large"}

ବର୍ଷର ଏହି ସମୟରେ ସୂର୍ଯ୍ୟଙ୍କ କିରଣ ପୃଥିବୀ ଉପରେ ଲମ୍ବବତ ପଡିଥାଏ। ଫଳରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ହୁଏ। ପରମ୍ପରା ଅନୁସାରେ ବର୍ଷର ଏହି ସମୟରେ ମହିଳାମାନେ ସେମାନଙ୍କ ପାଦରେ ହଳଦି ଲଗାଇଥାନ୍ତି। ଫଳରେ ଶିତଳତା ଅନୁଭବ ହୁଏ। ଏହି ସମୟରେ ଲୋକେ ଅଧିକ ପାଣି ପିଇଥାନ୍ତି। ଏଣୁ ଲୋକେ ଯେପରି ପାଣି ବିନା ଅସୁସ୍ଥ ନ ହୁଅନ୍ତି ସେଥିପାଇଁ ଦେଶରେ ଜଳଛତ୍ର ମଧ୍ୟ ଖୋଲାଯାଏ ଓ ଗରିବଙ୍କୁ ଲୋକେ ଛତା ଦାନ କରନ୍ତି। ଏହି ସମୟରେ ଦହି, ଥଣ୍ଡା ପାନୀୟର ସେବନ ମଧ୍ୟ ବଢିଥାଏ।

{"id":276462,"width":581,"height":433,"sizeSlug":"large"}

ଜ୍ୟୋତିଷିୟ ଗଣନା ଅନୁସାରେ ଏହି ନକ୍ଷତ୍ରରେ ସୂର୍ଯ୍ୟ ୧୫ ଦିନ ଅବସ୍ଥାନ କରନ୍ତି।  ତେବେ ସୂର୍ଯ୍ୟଙ୍କ ଏହି ଗତି ଯୋଗୁ ପ୍ରାରମ୍ଭିକ ୯ ଦିନ ଅସହ୍ୟ ଗ୍ରୀଷ୍ମ ଅନୁଭୂତ ହୁଏ। ତେବେ ରୋହିଣୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଅବସ୍ଥାନ କାଳରେ ବର୍ଷା ବି ହୁଏ। ଏଣୁ ଦେଶର ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ନିୟନ୍ତ୍ରିତ ହୋଇଥାଏ। ମେ ୩୧ ତାରିଖରେ ଶୁକ୍ରଗ୍ରହ ସ୍ୱରାଶିରେ ବକ୍ର ହୋଇ ଅସ୍ତଯିବେ। ଏଣୁ ସେ ପର୍ଯ୍ୟନ୍ତ ଦେଶରେ ଗ୍ରୀଷ୍ମ ଅନୁଭୂତ ହେବ ବୋଲି ଜ୍ୟୋତିଷୀୟ ଆକଳନ କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.