ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ସବୁଠାରୁ ଅଧିକ ପ୍ରଭାବିତ ହେବ ମିଥୁନ ରାଶି, ସତର୍କ ରହିବା ଆବଶ୍ୟକ

Published By : Prameya-News7 Bureau | June 11, 2021 IST

ଭୁବନେଶ୍ୱର ୧୧/୦୬ : ମିଥୁନ ରାଶିରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି । ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ମେଷରୁ ମୀନ ରାଶି ଯାଏଁ ସମସ୍ତଙ୍କୁ ପ୍ରଭାବିତ କରିବ । କିନ୍ତୁ ମିଥୁନ ରାଶି ସବୁଠାରୁ ଅଧିକ ପ୍ରଭାବିତ ହେବ । କାରଣ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ମିଥୁନ ରାଶିରେ ହେବ । ସୂର୍ଯ୍ୟ ପରାଗ ପରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ - ଜ୍ୟୋତିଷଶାସ୍ତ୍ରରେ ସୁଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି କୁହାଯାଏ । ସୌର ମଣ୍ଡଳରେ ସବୁ ଗ୍ରହ ସୂର୍ଯ୍ୟଙ୍କ ଚାରିପଟେ ବୁଲନ୍ତି । ସୂର୍ଯ୍ୟ ଆତ୍ମାର କାରକ । ଜନ୍ମ କୁଣ୍ଡଳୀରେ ସୂର୍ଯ୍ୟ ଶୁଭ ସ୍ଥିତିରେ ଥିଲେ ବ୍ୟକ୍ତିଙ୍କ ମାନ ସମ୍ମାନ, ଉଚ୍ଚ ପଦ ପ୍ରାପ୍ତ ହୋଇଥାଏ ।

{"id":464686,"sizeSlug":"large","linkDestination":"none"}

ସୂର୍ଯ୍ୟ ଶୁଭ ସ୍ଥିତିରେ ଥିଲେ ବ୍ୟକ୍ତିର ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ । ଏହିଭଳି ଲୋକଙ୍କ ଜୀବନଶୈଳୀ ରାଜାଙ୍କ ଭଳି ହୋଇଥାଏ । ସୂର୍ଯ୍ୟ ପରାଗ ପରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ସୂର୍ଯ୍ୟ ପରାଗର ୫ ଦିନ ପରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିବେ ।ମିଥୁନ ସଂକ୍ରାନ୍ତି - ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପ୍ରବେଶ କଲେ ସେହି ରାଶି ପରିବର୍ତ୍ତନକୁ ସଂକ୍ରାନ୍ତି କୁହାଯାଏ । ଜ୍ୟୋଷ୍ଠ ମାସରେ ସୂର୍ଯ୍ୟ ମିଥୁନ ରାଶିରେ ପ୍ରବେଶ କରିବେ । ଏହାକୁ ମିଥୁନ ସଂକ୍ରାନ୍ତି କୁହାଯାଏ ।

{"id":464687,"sizeSlug":"large","linkDestination":"none"}

କେବେ କରିବେ ରାଶି ପରିବର୍ତ୍ତନ - ପାଞ୍ଜି ଅନୁଯାୟୀ ସୂର୍ଯ୍ୟ ଜୁନ ୧୫ ତାରିଖ, ମଙ୍ଗଳବାର ଦିନ ୫ଟା ୪୯ ମିନିଟରେ ମିଥୁନ ରାଶିରେ ପ୍ରବେଶ କରିବେ । ସୂର୍ଯ୍ୟ ମିଥୁନ ରାଶିରେ ଜୁଲାଇ ୧୬ ସନ୍ଧ୍ୟା ୪ଟା ୪୧ ମିନିଟ ଯାଏଁ ରହିବେ । ଏହାପରେ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କରିବେ । ମିଥୁନ ରାଶିଫଳ - ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ ମିଥୁନ ରାଶି ସବୁଠାରୁ ଅଧିକ ପ୍ରଭାବିତ ହେବ । କିଛି ମାମଲାରେ ବିଶେଷ ସତର୍କ ରହିବାକୁ ପଡିବ । ଧନ ମାମଲାରେ ସତର୍କ ରହିବାକୁ ପଡିବ l

{"id":464689,"sizeSlug":"large","linkDestination":"none"}

ଅନାବଶ୍ୟକ ଜିନିଷ ପାଇଁ ଖର୍ଚ୍ଚ ହୋଇପାରେ । ଅଯଥା ଖର୍ଚ୍ଚ ବନ୍ଦ କରିବାକୁ ହେବ ନଚେତ ସମସ୍ୟା ହୋଇପାରେ ।ସୂର୍ଯ୍ୟ ଗୋଚର ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ । ସଂକ୍ରମଣ ଠାରୁ ଦୁରେଇ ରହିବାକୁ ହେବ । ସ୍ୱଚ୍ଛତା ନିୟମ ପାଳନ କରନ୍ତୁ । ଅନୁଶାସିତ ଜୀବନଶୈଳୀ ଆପଣାନ୍ତୁ । ଚାକିରୀ କ୍ଷେତ୍ରରେ ଲାଭ ମିଳିବ | ଦାୟିତ୍ୱ ବୃଦ୍ଧି ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହଯୋଗ ପ୍ରାପ୍ତ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.