Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସେପ୍ଟେମ୍ବର ୧ ତାରିଖରେ ସୂର୍ଯ୍ୟ ଓ ଚନ୍ଦ୍ର ସୃଷ୍ଟି କରୁଛନ୍ତି ଦୁର୍ଲଭ ଯୋଗ, ଚମକି ପାରେ ଏହି ସବୁ ରାଶି ଜାତକଙ୍କ ଭାଗ୍ୟ

31/08/2019 at 4:06 PM

ଜ୍ୟୋତିଷ ଶାସ୍ତ୍ରାନୁସାରେ ସେପ୍ଟେମ୍ବର ମାସ ୧ ତାରିଖରେ ସୂର୍ଯ୍ୟ ଓ ଚନ୍ଦ୍ର ମିଳିତ ଭାବେ ଏକ ଦୁର୍ଲଭ ଯୋଗ ସୃଷ୍ଟି କରୁଛନ୍ତି । ଫଳରେ କିଛି ରାଶି ଜାତକ ଏପର୍ଯ୍ୟନ୍ତ ଭୋଗୁଥିବା କଷ୍ଟରୁ ମୁକ୍ତ ହୋଇପାରନ୍ତି। ଏହି ଅପୂର୍ବ ଯୋଗ କାରଣରୁଏହି ସହୁ ରାଶିର ଲୋକେ ପୁଣି ନୂଆକରି ଜୀବନକୁ ଦେଖିପାରିବେ। ତେବେ ଆସନ୍ତୁ ଜାଣିବା ସେହି ସବୁ ରାଶିଙ୍କ ସମ୍ପର୍କରେ ଯେଉଁମାନଙ୍କୁ ସୂର୍ୟ୍ୟ ଓ ଚନ୍ଦ୍ରଙ୍କ ଏହି ଦୁର୍ଲଭ ଯୋଗର ଫାଇଦା ମିଳିବ।

ମେଷ ଓ ସିଂହର ଜାତକ ଏହି ଯୋଗୁ ବିଶେଷ ଲାଭାନ୍ୱିତ ହେବାର ଆଶା କରାଯାଉଛି। ଏହି ଯୋଗ ସେମାନଙ୍କ ଜୀବନରେ ନୂତନ ପରିବର୍ତ୍ତନର ଆଭାସ ଦେଉଛି। ସେମାନଙ୍କ ଦୈନନ୍ଦିନ ଜୀବନରେ ସୁଖ ଶାନ୍ତିର ଆଶା କରାଯାଉଥିବା ବେଳେ ଦୀର୍ଘ ସମୟରୁଭୋଗି ଆସୁଥିବା ପାରିବାରିକ,ସାମାଜିକ, ଶାରୀରିକ ଓ ଆର୍ଥିକ କଷ୍ଟରୁ ମୁକ୍ତ ହୋଇପାରିବେ। ସେମାନଙ୍କ ଲାଗି ରୋଜଗାରର ନୂଆ ସୁଯୋଗ ସୃଷ୍ଚି ହେବା ସହ ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ହୋଇପାରେ। ନିୟମିତ ସୂର୍ଯ୍ୟ ଦେବଙ୍କୁ ଆରାଧନା କରନ୍ତୁ ଶୁଭଫଳ ଅଧିକ ମିଳିବ।

ମକର ଓ କର୍କଟ ରାଶିର ଲୋକଙ୍କ ଭାଗ୍ୟ ସେପ୍ଟେମ୍ବର ୧ ତାରିଖରୁ ବଦଳିବାରେ ଲାଗିବ। ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଶୁଭ ଯୋଗର ଫଳ ଏହି ରାଶିର ଲୋକଙ୍କୁ ଶୁଭଫଳ ପ୍ରଦାନ କରିବ। ଏହି ରାଶି ଜାତକଙ୍କ ମାନ ସମ୍ମାନରେ ବୃଦ୍ଧି ହେବା ସହ ସେମାନଙ୍କ ଜୀବନରେ ଥିବା ସମସ୍ତ କଷ୍ଟ ଅପସରିବାକୁ ଲାଗିବ। କ୍ୟାରିୟରରେ ମଧ୍ୟ ଉତ୍ସାହଜନକ ପରିବର୍ତ୍ତନ ଆସିବ । ସେମାନଙ୍କ ଦୈନନ୍ଦିନ ଜୀବନରେ ସୂର୍ଯ୍ୟଙ୍କ କୃପା ନିଶ୍ଚିତ ରହିବ।

ବିଛା ଓ ଧନୁରାଶି ଜାତକଙ୍କ ଲାଗି ମଧ୍ୟ ଯୋଗ ଅତ୍ୟନ୍ତ ଶୁଭଫଳଦାୟୀ ସାବ୍ୟସ୍ତ ହେବ। ଏହି ରାଶି ଜାତକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନର ଆଶାକରାଯାଏ। ସେମାନେ ଭୋଗୁଥିବା କଷ୍ଟରୁ ମୁକ୍ତ ହୋଇପାରନ୍ତି। ଆୟ ବୃଦ୍ଧି ସୂଚନା ମିଳୁଥିବାରୁ ରାଶିରଜାତକ ଋଣ ମୁକ୍ତ ହେବାର ଆଶା କରାଯାଏ। ସୂର୍ଯ୍ୟଙ୍କ ଆରାଧନା ଏମାନଙ୍କ ଲାଗି ଉତ୍ତମ ହେବ।

   Related Posts