ଆଜିଠୁ ଖରା ଛୁଟି : ଜୁନ ୭ରେ ଖୋଲିବ ସ୍କୁଲ, ଶିକ୍ଷକଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ

Published By : Prameya-News7 Bureau | April 22, 2021 IST

ଜୟପୁର, ୨୨/୦୪:  ଦିଲ୍ଲୀ ଓ ହରିୟାଣା ପରେ ଏବେ ରାଜସ୍ଥାନ ସରକାର ବୁଧବାର ସବୁ ସ୍କୁଲରେ ଖରା ଛୁଟି ଘୋଷଣା କରିଛନ୍ତି । ସବୁ ସରକାରୀ ଓ ଘରୋଇ ସ୍କୁଲରେ ଏପ୍ରିଲ ୨୨ରୁ ୪୫ ଦିନ ଯାଏଁ ଗ୍ରୀଷ୍ମ ଅବକାଶ ରହିବ । ରାଜ୍ୟରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ସଂକ୍ରମଣକୁ ଦେଖି ସବୁ ସ୍କୁଲ ଏପ୍ରିଲ ୨୨ରୁ ଜୁନ ୬ ଯାଏଁ ବନ୍ଦ ରହିବ ।

ରାଜ୍ୟ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂ ଡୋଟାସରା ଟ୍ୱିଟରରେ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଯେଉଁ ଶିକ୍ଷକମାନେ କରୋନା ମୁକାବିଲା ଅଭିଯାନରେ ସାମିଲ ଅଛନ୍ତି ସେମାନେ ଜିଲ୍ଲାପାଳ ବା ଶିକ୍ଷା ଅଧିକାରୀଙ୍କ ଅନୁମତି ପରେ ଛୁଟିର ଲାଭ ଉଠାଇପାରିବେ । ଶିକ୍ଷକମାନଙ୍କୁ ଆଲର୍ଟ ରହିବା ସହ ଜିଲ୍ଲାପ୍ରଶାସନର ଗାଇଡଲାଇନ୍ ପାଳନ କରିବାକୁ କୁହାଯାଇଛି । କାରଣ ଜରୁରୀକାଳିନ ସମୟରେ ସେମାନଙ୍କୁ ଡକାଯାଇପାରେ ।

wp:html /wp:html

ଗତ ସପ୍ତାହରେ ରାଜସ୍ଥାନ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ବାର୍ଷିକ ପରୀକ୍ଷା ବିନା ଷଷ୍ଠ ଓ ସପ୍ତମ ଛାତ୍ରଙ୍କୁ ପାସ୍ କରାଯିବା ନେଇ ଘୋଷଣା କରିଥିଲା । ଦେଶ ସାରା କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ବୋର୍ଡ ସ୍ୱତନ୍ତ୍ର ମୂଲ୍ୟାୟନ ପଦ୍ଧତି ଆପଣାଇ ପିଲାଙ୍କୁ ପାସ୍ କରିଥିଲା । ମହାମାରୀକୁ ଦେଖି ଦିଲ୍ଲୀ ଓ ହରିୟାଣା ସରକାର ପୂର୍ବରୁ ଖରା ଛୁଟି ଘୋଷଣା କରିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.