ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବଢିଲା ସ୍କୁଲଗୁଡିକର ଖରାଛୁଟି

Published By : Prameya-News7 Bureau | June 18, 2019 IST

ଭୁବନେଶ୍ବର୧୮|୬ : ରାଜ୍ୟ ସରକାର ଖରାଛୁଟି ବଢାଇଦେଇଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନାଆଯାଇଛି । ଆସନ୍ତା କାଲି ରାଜ୍ୟର ସମସ୍ତ ସ୍କୁଲ ଖୋଲିବ ବୋଲି ପୂର୍ବରୁ ନିର୍ଦ୍ଦାରିତ ହୋଇଥିଲା । ଏମିତିକି ଆଜି ମଧ୍ୟ କିଛି ସ୍କୁଲ ଖୋଲିଯାଇଥିଲା । ତେବେ ଗ୍ରୀଷ୍ମ ଛୁଟିକୁ ୨୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ସରକାର ନିଷ୍ପତ୍ତି ନେଇଥିବା ଗଣଶିକ୍ଷା ସଚିବ ପ୍ରଦୀପ ମହାପାତ୍ର ସୂଚନା ଦେଇଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଆଗୁଆ ଅର୍ଥାତ ଏପ୍ରିଲ ୧ତାରିଖରୁ ଗ୍ରୀଷ୍ମ ଛୁଟି ଘୋଷଣା କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.