Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା

28/02/2021 at 8:06 AM

ଭୁବନେଶ୍ୱର,୨୮/୦୨: ପୂର୍ବରୁ କେବେ ଏମିତି ଗରମ ଫେବ୍ରୁଆରୀରେ ହୋଇନଥିଲା। ସାରା ଦେଶ ପାଇଁ ଭୁବନେଶ୍ୱର ପାଲଟିଛି ଉତ୍ତପ୍ତ ପିଣ୍ଡ । ଲଗାତାର ୪ ଦିନ ହେବ ଭୁବନେଶ୍ୱର ଭାରତର ସବୁଠୁ ଉତ୍ତପ୍ତ ସହର ରହିଛି । ପ୍ରତିଦିନ ରେକର୍ଡ ଭାଙ୍ଗୁଛି ରାଜଧାନୀ ତାତି। ଶନିବାର ମଧ୍ୟ ୪୦ ଡିଗ୍ରୀ ସେଲସିୟସ୍‌ ଡେଇଁଛି ପାରଦ । ସ୍ୱାଭାବିକଠାରୁ ୭ ଡିଗ୍ରୀ ସେଲସିୟସ୍‌ ଉପରକୁ ଉଠି ତାପମାତ୍ରା ୪୦.୬ ଡିଗ୍ରୀରେ ପହଞ୍ଚିଛି ।ଭୁବନେଶ୍ୱର ସମେତ ରାଜ୍ୟର ୬ଟି ସହରରେ ଦିନ ତାପମାତ୍ରା ୩୮ ଡିଗ୍ରୀ ଅତିକ୍ରମ କରିଥିବା ରେକର୍ଡ କରାଯାଇଛି।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଏବେ ନିସ୍ତାର ନାହିଁ ତାତିରୁ । ଆହୁରି ୨/୩ ଦିନ ଏମିତି ଛଟପଟ କରିବ ଅସ୍ୱାଭାବିକ ଗରମ । ତା’ପରେ ସାମାନ୍ୟ କମିପାରେ । କିନ୍ତୁ ୬ରୁ ପୁଣି ଜଳିବ ସାରା ଓଡ଼ିଶା । ପାଣିପାଗ ବିଭାଗ ସତର୍କ କରାଇଛି, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଅନୁଗୁଳ, ମୟୂରଭଞ୍ଜ ସମେତ ଭୁବନେଶ୍ୱର ସହରରେ ଆସନ୍ତା ୨ଦିନ ଭୀଷଣ ଗରମ ଅନୁଭୂତ ହେବ । ଏପରିକି ସ୍ୱାଭାବିକ ଠାରୁ ୫ଡିଗ୍ରୀ ଅଧିକ ରହିପାରେ ପାରଦ । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପଦାକୁ ଯିବାବେଳେ ସତର୍କତା ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଆଯାଇଛି ।

ଗତ ଦଶନ୍ଧିରେ (୨୦୧୧-୨୦୨୦) ମାତ୍ର ଦୁଇଥର ଭୁବନେଶ୍ୱର ତାପମାତ୍ରା ଫେବ୍ରୁଆରୀରେ ୪୦ ଡିଗ୍ରୀ ପାର୍‌ କରିଥିଲା । ୨୦୧୨ରେ ୪୦.୧ ଓ ଆଉ ୨୦୧୬ରେ ୪୦.୯ ଡିଗ୍ରୀ ଥିଲା । କିନ୍ତୁ, ଚଳିତବର୍ଷ ଅସମ୍ଭାଳ ସ୍ଥିତି ଉପୁଜିଲାଣି ଭୁବନେଶ୍ୱରରେ । ଶୁକ୍ରବାର ୪୦.୪ ଡିଗ୍ରୀ ଥିବାବେଳେ ଆଜି ୪୦.୬ ଡିଗ୍ରୀ । ଗୁରୁବାର ଥିଲା ୩୯.୪ ଡିଗ୍ରୀ । ଅର୍ଥାତ୍‌ ଦୁଇଦିନରେ ପାରଦ ୧.୨ ଡିଗ୍ରୀ ବଢ଼ିଲାଣି ।ଗରମ ପ୍ରକୋପ ଏମିତି ଯେ ଦିନ ୧୧ଟା ପରେ ବାହାରକୁ ଆସିଲେ ନିଆଁ ବର୍ଷିଲା ଭଳି ଲାଗୁଛି । ଏପରିକି ତତଲା ପବନରେ ଦେହ ହାତ ସିଝିଯାଉଛି ।

   Related Posts