ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁମା ରିଅଲ୍ ମିଡିଆର ଦ୍ୱିତୀୟ ଅବଦାନ 'ମନ ମୋ ନେଇଗଲୁରେ'ର ସ୍କ୍ରିପ୍ଟ ପୂଜା ଅନୁଷ୍ଠିତ

Published By : Prameya-News7 Bureau | December 14, 2020 IST

ଭୁବନେଶ୍ୱର ୧୪।୧୨: ଓଡିଆ ଚଳଚ୍ଚିତ୍ର ଜଗତ ପାଇଁ ସୁମା ରିଅଲ ମିଡିଆର ଦ୍ୱିତୀୟ ଅବଦାନ। ସୁମା ରିଅଲ ମିଡିଆର ଦ୍ଵିତୀୟ ଓଡିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁରେ'ର ସ୍କ୍ରିପ୍ଟ ପୂଜା ଅନୁଷ୍ଠିତ ହୋଇଯାଇଛି। ନ୍ୟୁଜ୍‌7 କାର୍ଯ୍ୟାଳୟରେ ବିଘ୍ନ ହର୍ତ୍ତା ଶ୍ରୀ ବିନାୟକଙ୍କର ଚରଣାରବିନ୍ଦରେ ଏହାର କାହାଣୀର ପୂଜାର୍ଚ୍ଚନା କରାଯାଇଛି। ସୁମା ରିଅଲ ମିଡିଆର ସିଇଓ ସୁନୀଲ ଦାସଙ୍କ ଉପସ୍ଥିତିରେ ସ୍କ୍ରିପ୍ଟ ପୂଜା ଅନୁଷ୍ଠିତ ହୋଇଯାଇଛି।

ଚଳଚ୍ଚିତ୍ରର କାହାଣୀ ଦିଲ୍ଲୀପ କୁମାର ଦାସ ରଚନା କରିଥିବା ବେଳେ ସୁନୀଲ କୁମାର ଦାସ ପ୍ରଯୋଜନା କରିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ସଞ୍ଜୟ ନାୟକ ଦେଉଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ବୈଦନାଥ ଦାସ ।

{"id":377344,"sizeSlug":"large","linkDestination":"none"}

ଏହି ଚଳଚ୍ଚିତ୍ରର କାହାଣୀ ଯୁବପିଢିଙ୍କୁ ନେଇ ପର୍ଯ୍ୟବେସିତ। କଲେଜ୍‌ରେ ପାଠ ପଢିବା ବେଳେ ହେଉଥିବା ବିଭିନ୍ନ ଘଟଣାବଳୀକୁ ନେଇ ଏହି ସିନେମାର କାହାଣୀ ରଚନା କରାଯାଇଛି। କଲେଜର ପଢା ମାହୋଲ ସହ ଅନ୍ୟ ଚାଳିଚଳନ ଭିତରେ ପିଲାମାନେ କିପରି ବାଟବଣା ହୋଇଯାଆନ୍ତି, ମାତ୍ର ଅନ୍ୟ କିଛି ପିଲା ନିଜର ଲକ୍ଷ୍ୟ ପଥ ଭ୍ରଷ୍ଟ ହୁଅନ୍ତି ନାହିଁ ତା ହାହିଁ ଏହି ସିନେମାର ମୁଖ୍ୟ ବିଷୟବସ୍ତୁ । ଲଭ୍‌, ରୋମାନ୍ସ ଏବଂ ଇମୋସନ୍‌ ସହ ସସ୍‌ପେନ୍ସ ସବୁ କିଛି ଏହି ସିନେମାରେ ଦେଖିବା ପାଇଁ ମିଳିବ । ଦର୍ଶକମାନଙ୍କୁ ଏହାର କାହାଣୀ , ଚିତ୍ରନାଟ୍ୟ, ସଂଳାପ ଏବଂ ସଙ୍ଗୀତ ନିଶ୍ଚୟ ଆକୃଷ୍ଟ କରିବ ।

{"id":377345,"sizeSlug":"large","linkDestination":"none"}

ଓଲିଉଡ୍‌ରୁ ଚୁଲ୍‌ବୁଲି ନାୟିକା ଭୂମିକା ଫିଲ୍ମର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ଜଣେ ନୂଆ ଅଭିନେତାଙ୍କୁ ନାୟକ ଭାବେ ସୁଯୋଗ ଦିଆଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଅନ୍ୟ ଚରିତ୍ରମାନଙ୍କରେ ଲୋକପ୍ରିୟ ହାସ୍ୟ  ଅଭିନେତା ଗୁଡ୍ଡୁ ଓ ଜ୍ଞାନଙ୍କୁ ଦେଖିବାକୁ  ମିଳିବ । ଏହାସହ ପ୍ରେମାଞ୍ଜନ ପରିଡା, ଅଶ୍ରୁମୋଚନ, ବିଜୁ ବଡଜେନା, ଜୀବନ ପଣ୍ଡା ସିନେମାରେ ଅଭିନୟ କରିବେ ।

{"id":377346,"sizeSlug":"large","linkDestination":"none"}

ଏହାର ସ୍କ୍ରିପ୍ଟପୂଜା ସମୟରେ ନ୍ୟୁଜ7 କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ, ପ୍ରମେୟ ଇଂରାଜୀ ପୋର୍ଟାଲ ମୁଖ୍ୟ ସୁବ୍ରତ ଦାସ, ପ୍ରମେୟ -ନ୍ୟୁଜ 7 ପୋର୍ଟାଲ ମୁଖ୍ୟ ଅମରେଶ ଦାସ, ନ୍ୟୁଜ7 ଆଉଟପୁଟ ମୁଖ୍ୟ ମିହିର ଆଚାର୍ଯ୍ୟ, ମାନବସମ୍ବଳ ପ୍ରବନ୍ଧକ ପିନାକି ନାୟକ, ସେଲ୍ସ ହେଡ ସିଦ୍ଧାର୍ଥ ରାୟ, ଅମରେନ୍ଦ୍ର ମହାପାତ୍ର, ବିଜୟ ମହାନ୍ତିଙ୍କ ସହ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.