Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଭାରତ-ପାକ୍ ସୀମାରୁ ଫେରିଲା ଜୀବନ ; ୨ ବର୍ଷ ତଳେ ନିଖୋଜ ଥିବା ମାନସିକ ବିକାରଗ୍ରସ୍ତ ସୁମିତରାମ ଜଗତଙ୍କୁ ଫେରିପାଇଲେ ପରିବାରଲୋକେ

16/03/2019 at 10:43 AM

ନୂଆପଡା ୧୬|୩ : ସୀମାରୁ ଫେରିଲା ଜୀବନ । ଆମେ କହୁଛୁ ନୂଆପଡା ଅଁଳାଯୁବା ଗାଁର ସୁମିତରାମ ଜଗତଙ୍କ କଥା । ୨ ବର୍ଷ ହେଲା ନିଖୋଜ ହୋଇଯାଇଥିଲେ । ଏବେ ସେ ଫେରିଛନ୍ତି । ହଜିଲା ପୁଅକୁ ଫେରିପାଇବା ପରେ ପରିବାରର ଖୁସି କହିଲେ ନସରେ । ସୁମିତରାମଙ୍କୁ ଦେଖିବାକୁ ସାହିପଡିଶା ଲୋକଙ୍କ ସୁଅ ଛୁଟୁଛି ।

ସୀମାରୁ ଫେରିଛି ଜୀବନ । ୨ ବର୍ଷ ପରେ ହଜିଲା ପୁଅକୁ ପାଇଛନ୍ତି ପରିବାର । ଘରକୁ ବାହୁଡିଛନ୍ତି ନୂଆପଡା ଅଁଳାଯୁବା ଗାଁର ସୁମିତରାମ ଜଗତ । ଏଥିପାଇଁ ପରିବାରର ଖୁସି କହିଲେ ନସରେ । ୩ବର୍ଷ ତଳେ ମାନସିକ ବିକାର ଗସ୍ତ ହୋଇଥିବା ସୁମିତରାମ ୨ବର୍ଷ ତଳେ ନିଖୋଜ ହୋଇଯାଇଥିଲେ । ଜୋଙ୍କ ଥାନାରେ ଏ ନେଇ ମାମଲା ରୁଜୁ କରାଯିବା ସହ ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର କୌଣସି ପତ୍ତା ମିଳିନଥିଲା । ସୁମିତରାମଙ୍କ ଫେରିବା ଆଶା ଛାଡିଦେଇଥିଲେ ପରିବାର ଲୋକେ । ଏବେ ତାଙ୍କୁ ଭାରତ-ପାକ୍ ସୀମାରୁ ତାଙ୍କୁ ଉଦ୍ଧାର କରାଯାଇଛି ।

ସୁମିତରାମ ରାଜସ୍ଥାନ ଜୈସଲମେର ଜିଲ୍ଲା ସାକରା ଥାନା ସ୍ଥିତ ପାକ୍ ସୀମା ପାଖରେ ବୁଲୁଥିଲେ । ଭାରତ-ପାକ୍ ମଧ୍ୟରେ ଚାଲିଥିବା ତିକ୍ତତା ସମୟରେ ସେଠାରେ ସେ ବୁଲୁଥିବା ବେଳେ ସେଠାକାର ଲୋକେ ସାକରା ଥାନାକୁ ଖବର ଦେଇଥିଲେ । ସନ୍ତ୍ରାସବାଦି ସନ୍ଦେହରେ ଚଳିତ ମାସ ୩ ତାରିଖରେ ସାକରା ଥାନାରେ ଅଟକ ରଖି ତାଙ୍କୁ ଜେରା କରାଯାଇଥିଲା । ପରେ ସୋସିଆଲ ମିଡିଆରେ ଫଟୋ ଆସିବା ପରେ ତାକୁ ସେଠାରୁ ଆଣିବା ପାଇଁ ପରିବାର ଲୋକେ ସୀମାବର୍ତ୍ତି ଅଞ୍ଚଳକୁ ଯାଇଥିଲେ । ସତ ଜଣାପଡିବା ପରେ ତାଙ୍କୁ ଘରକୁ ଫେରାଇଦେବାକୁ ଲାଗି ପଡିଥିଲେ ସେନା । ଆଉ ବୀର ଯବାନଙ୍କ ଯୋଗୁଁ ସୁମିତକୁ ଫେରିପାଇଥିବା ପରିବାର ଲୋକେ କହିଛନ୍ତି ।

ସୀମାନ୍ତରୁ ମରଣ ମୁହଁରୁ ଜଣେ ମାନସିକ ବିକାର ଗ୍ରସ୍ତକୁ ସୁରକ୍ଷିତ ଭାବରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବାରୁ ସୁରକ୍ଷା କର୍ମୀ ସାଧୁବାଦ ଜଣାଇଛନ୍ତି ଲୋକେ ।

   Related Posts