Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||

ବଡିବିଲଡିଂରେ ରାଜ୍ୟର ପ୍ରଥମ ଆନ୍ତର୍ଜାତୀୟ ବିଚାରକ ହେଲେ ସୁମିତ୍ରା ତ୍ରିପାଠୀ

4/10/2019 at 2:49 PM

ଭୁବନେଶ୍ବର ୪।୧୦: ରାଜ୍ୟ କ୍ରୀଡ଼ା ଜଗତ ପାଇଁ ଏକ ଭଲ ଖବର । ବଡ଼ିବିଲଡ଼ିଂରେ ରାଜ୍ୟର ପ୍ରଥମ ଅନ୍ତର୍ଜାତୀୟ ବିଚାରକ ହେବାର ଗୌରବ ଅର୍ଜନ କରିଛନ୍ତି ସୁମିତ୍ରା ତ୍ରିପାଠୀ । ସୁମିତ୍ରାଙ୍କ ଏଭଳି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ଖାଲି ବଡ଼ିବିଲଡ଼ିଂ ନୁହେଁ ଫିଜିକ ସ୍ପୋର୍ଟସରେ ମଧ୍ୟ ସେ ଅନ୍ତର୍ଜାତୀୟ ବିଚାରକ ହେବାର ସୌଭାଗ୍ୟ ପାଇଛନ୍ତି । ସେ ଏବେ ଓଡ଼ିଶା ବଡ଼ି ବିଲଡ଼ିଂ ଆସୋସିଏସନର ସଭାପତି ଅଛନ୍ତି  । ସେହିପରି ପୂର୍ବରୁ ସେ ବଡ଼ିବିଲଡ଼ିଂରେ ଜାତୀୟ ବିଚାରକ ଭାବେ ମଧ୍ୟ ବେଶ ସୁନାମ ଅର୍ଜନ କରିଛନ୍ତି  ।

ସାଧାରଣତଃ ପୁରୁଷମାନେ ହିଁ ବଡ଼ିବିଲଡ଼ିଂ କରିଥା’ନ୍ତି । କିନ୍ତୁ ଖୁବ୍ କମ୍ ମହିଳା ଏକ୍ଷେତ୍ରରେ ପାଦ ଦେଇ ଅନ୍ୟକୁ ଚମକାଇ ଦେବାରେ ସଫଳ ହୋଇଛନ୍ତି ।  ସୁମିତ୍ରା ବଡ଼ିବିଲଡ଼ିଂରେ ଅନ୍ତର୍ଜାତୀୟ ବିଚାରକ ହେବା ସହ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି  ।  ଫଳରେ ଆଗକୁ ମହିଳାମାନେ ବଡ଼ିବିଲଡ଼ିଂ ପ୍ରତି ଆକର୍ଷିତ ହେବେ ବୋଲି ଆଶା କରାଯାଉଛି  । ଏବେ ସେ ଇଣ୍ଡୋନେସିଆରେ ଥିବାବେଳେ ଆସନ୍ତା ୭ରେ ସେ ଭୁବେନଶ୍ବର ଫେରିବେ ବୋଲି ଜାଣିବାକୁ ମିଳିଛି  ।

   Related Posts