Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ଲୁହରେ ଭିଜିଲା କଂଗ୍ରେସ ଭବନ : ଓଡିଶା କଂଗ୍ରେସ ରାହୁଲଙ୍କ କଂଗ୍ରେସ ହୋଇ ରହିନାହିଁ ବୋଲି କହିଲେ ସୁମିତ୍ରା

9/04/2019 at 6:39 PM

ଭୁବନେଶ୍ୱର ୯/୪ : କଂଗ୍ରେସରୁ ଇସ୍ତଫା ଦେଲେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା। ଏସସି ସେଲ ଅଧ୍ୟକ୍ଷ ବିଭୁ ତରାଇଙ୍କ ପରେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା କଂଗ୍ରେସ  ଛାଡିଛନ୍ତି। କାନ୍ଦି କାନ୍ଦି କଂଗ୍ରେସଭବନ ଛାଡିଛନ୍ତି ସୁମିତ୍ର ଜେନା। ପିସିସି ସଭାପତି ନିରଞ୍ଜନଙ୍କ ପାଇଁ କଂଗ୍ରେସ ଛାଡିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସୁମିତ୍ରା। ବର୍ତମାନ କଂଗ୍ରେସ ରାହୁଲ କଂଗ୍ରେସ ହୋଇ ନାହିଁ ଏବେ ନିରଞ୍ଜନ ଓ ତାଙ୍କ ପୁଅ କଂଗ୍ରେସ ପରିଣତ ହୋଇଛି।  ଟିକେଟ ମିଳିଳାନି କି  ପ୍ରାଧାନ୍ୟ ବି ମିଳିଳାନି। ଯେଉଁଥିପାଇଁ କଂଗ୍ରେସ ଛାଡିଛନ୍ତି ବୋଲି ଅଭିଯୋଗ କରିଛନ୍ତି।  ଏପଟେ  ନିରଞ୍ଜନ କହିଛନ୍ତି ଯିଏ ଟିକେଟରେ ଅସନ୍ତୁଷ୍ଟ ସେମାନେ କଂଗ୍ରେସ ଛାଡୁଛନ୍ତି…

ବିଜେଡି  ଓ ବିଜେପି ଅଫିସ ପରେ କଂଗ୍ରେସ ଭବନ ଲୁହରେ ଭିଜିଛି  । ମହିଳା କଂଗ୍ରେସ ସଭାନେତ୍ରୀ ପଦରୁ ଇସ୍ତଫା ଦେବା ପୂର୍ବରୁ ସୁମିତ୍ରା ଜେନାଙ୍କ ଆଖିରୁ ଝରିଛି ଲୁହ । ସୁମିତ୍ରା ଜେନା ଶେଷଥର ପାଇଁ କଂଗ୍ରେସ ଭବନ ଯାଇଥିଲେ।  ନିଜ ରୁମରେ କିଛି ସମୟ ବସିବା ପରେ କର୍ମକର୍ତ୍ତାଙ୍କୁ ଭେଟିଥିଲେ। କର୍ମାକର୍ତ୍ତାକୁ ଭେଟିବା ବେଳେ ସୁମିତ୍ରା କୋହ ସମ୍ଭାଳି ପାରିନଥିଲେ। କାନ୍ଦି କାନ୍ଦି କଂଗ୍ରେସ ଭବନରୁ ବାହାରି ସମ୍ବାଦିକ ସମ୍ମିଳନୀରେ ଇସ୍ତଫା ନେଇ ଘୋଷଣା କରିଥିଲେ।

ଓଡିଶା କଂଗ୍ରେସ ରାହୁଲଙ୍କ କଂଗ୍ରେସ ହୋଇ ରହିନାହିଁ ଏହା ନିରଞ୍ଜନଙ୍କ କଂଗ୍ରେସରେ ପରିଣତ ହୋଇଛି। ମହିଳାଙ୍କୁ ସୁରକ୍ଷା ନାହିଁକି ପ୍ରାଧାନ୍ୟ ଦିଆଯାଉନାହି। କେବଳ ଖଣି ବେପାରୀ, ପଇସା ବାଲା ଲୋକ ଏବଂ ମଦ ବେପାରୀଙ୍କୁ ଟି​‌କେଟ ଦିଆଯାଉଛି ବୋଲି ଅଭିଯୋଗ କରିଛନ୍ତି ସୁମିତ୍ରା। ଭଦ୍ରକ ଟିକେଟ୍‌ ଆଶାୟୀ ସୁମିତ୍ରା ଧାରଣାରେ ବସିଥିବାବେଳେ ଯିଏ ଲୋକ ପଠାଇ ତାଙ୍କୁ ଯିଏ ଆକ୍ରମଣ କଲେ ତାକୁ ହିଁ ଭଦ୍ରକ ଟିକେଟ ଦିଆଗଲା ବୋଲି ସେ ଅଭିଯୋଗ କରିଛନ୍ତି । ସୁମିତ୍ରାଙ୍କ ସହ ମହିଳା କଂଗ୍ରେସ ସାଧରଣ ସମ୍ପାଦିକା ସୁଜାତା ଜେନା ମଧ୍ୟ କଂଗ୍ରେସ ଛାଡିଛନ୍ତି ।

କେବଳ ସୁମିତ୍ରା ନୁହଁନ୍ତି  ଟିକେଟ ବଣ୍ଟନରେ ଅସନ୍ତୋଷ ଜାହିର କରି ପୂର୍ବରୁ ଏସି ସେଲ ଅଧ୍ୟକ୍ଷ ବିଭୁତରାଇ କଂଗ୍ରେସ ଛାଡି ବିଜେପି ଯୋଗ ଦେଇଥିଲେ । ସେହିଭଳି ଗତକାଲି ବିଳମ୍ବରେ ଟିକେଟ ମିଳିବାରୁ ଟିକେଟ ନେବାକୁ ସୀତାକାନ୍ତ ମହାପାତ୍ର ମନା କେରିଦେଇଥିଲେ । ପୁରୀ ଜିଲ୍ଲା କଂଗ୍ରେସ  ସଭାପତି  ସତ୍ୟବ୍ରତ ପାତ୍ର ନିମାପଡା ପାଇଁ ଟିକେଟ ପାଇଥିଲେ।

କିନ୍ତୁ ସେ ଟିକେଟ ଫେରାଇବା ସହ ପୁରୀ ଜିଲ୍ଲାକଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ ଏବଂ ଟିକେଟ ପାଇଁ ଟଙ୍କା କାରବାର ହେଉଥିବା ଅଭିଯୋଗ ଉଠାଇଥିଲା। ଏପଟେ ବଡଚଣା​‌ରେ ସୀତାକାନ୍ତ ମହାପାତ୍ର ବଦଳରେ ଅଜୟ ସାମଲ  ଏବଂ ନିମାପଡାରେ ସତ୍ୟବ୍ରତ ମହାପାତ୍ରଙ୍କ ବଦଳରେ ଦିଲ୍ଲୀପ ନାୟକଙ୍କ  ପ୍ରାର୍ଥୀ କରିଛି କଂଗ୍ରେସ।  ତେବେ ସବୁ ଅଭିଯୋଗର  ଜବାବ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରଖିଛନ୍ତି।

କଂଗ୍ରେସର ଏଭଳି ଦୁର୍ଦ୍ଦିନ ଅବସ୍ଥା ଦେଖି  ବିରୋଧୀ ବି କଟା ଘାରେ ଚୂନ ମାରିଛନ୍ତି।  କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି ବି​‌ଜେଡିକୁ ହାତେଇବା ପାଇଁ ଦୁଇ ଭାଇ ନିରଞ୍ଜନ ପଟ୍ଟନାୟକ ଏବଂ ସୋମ୍ୟ ପଟ୍ଟନାୟକଙ୍କ ଭିତରେ ବୁଝାମଣା ହୋଇଛି। ଯେଉଁଥିପାଇ କଂଗ୍ରେସରେ ଏପରି ଅବସ୍ଥା। ଏପଟେ  ଧର୍ମେନ୍ଦ୍ରଙ୍କୁ ଜବାବ ଦେଇଛି ବିଜେଡି। ବିଜେପି ଓ କଂଗ୍ରେସ ଦୁଇଟି ଯାକ ବୁଡିବା ଡଙ୍ଗା। ସେଥିପାଇଁ ଟିକେଟ ନେଇ ବି ଦଳ ଛାଡୁଛନ୍ତି ନେତା। ନିରଞ୍ଜନ ବି ଏହାର ଜବାବ ରଖିଛନ୍ତି।

ସେପଟେ ଧର୍ମଶାଳା ପାଇଁ କଂଗ୍ରେସ ଟିକେଟ୍‌ ପାଇଥିବା ସ୍ମୃତିରେଖା ପହିଙ୍କଠାରୁ ଟିକେଟ୍‌ ଫେରାଇ ଆଣଥିଲା ଦଳ । ଏଠାରେ ତାଙ୍କ ସ୍ଥାନରେ କିଷନ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲେ ସୁଦ୍ଧା ସେ ଆଜି ବିନା ଟିକେଟ୍‌ରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିର୍ବାଚନ ସମୟ ଯେତିକି ପାଖଉଛି କଂଗ୍ରେସ ସଙ୍ଗଠନରେ ଅସନ୍ତୋଷ ସେତିକି ବଢିବାରେ ଲାଗିଛି ।    

   Related Posts