ସୁମିତ୍ରା ଜେନା ହେଲେ ଓଡିଶା ପ୍ରଦେଶ ମହିଳା କଂଗ୍ରେସର ନୂଆ ସଭାନେତ୍ରୀ

Published By : Prameya-News7 Bureau | September 29, 2018 IST

ଭୁବନେଶ୍ୱର ୨୯/୯ : ଓଡିଶା ପ୍ରଦେଶ କଂଗ୍ରେସ କମିଟିର କେତେକ ନୂଆ ପାଦ ଘୋଷଣା କରାଯାଇଛି | ଏହି ଘୋଷଣା ଅନୁସାରେ ସୁମିତ୍ରା ଜେନା ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ହୋଇଛନ୍ତି | ସେହିଭଳି ବିଭୁ ପ୍ରସାଦ ତରାଇଙ୍କୁ ପିସିସି ଏସସି ସେଲର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି | ବିଧାୟକ କୃଷ୍ଣ ଚନ୍ଦ୍ର ସାଗରିଆଙ୍କୁ ପିସିସି ସାଧାରଣ ସମ୍ପାଦକ ଏବଂ ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକଙ୍କୁ ପିସିସି କାର୍ଯ୍ୟନିର୍ବାହୀ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି | ଏହି ନୂଆ ନିଯୁକ୍ତିକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଅନୁମୋଦନ ପ୍ରଦାନ କରିଛନ୍ତି | [gallery ids="46203"]

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.